ହେଡଲାଇନସ୍:

ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ  : ମାଙ୍କ ପେଶା ନେଲା ପୁଅର ଜୀବନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

22-04-18-parcel-bomb.jpg - 184.74 kB

ସଂଯୁକ୍ତାଙ୍କ ପ୍ରତି ଥିବା ପୁଂଜିଙ୍କ ପ୍ରତିହିଂସା ନିଆଁରେ ଜଳିଗଲେ ସୌମ୍ୟ,

ପାଣିର ବୁଦବୁଦା ଭଳି ମିଳାଇ ଗଲା  ରୀମାଙ୍କ ହସର ସଂସାର 

Bolangir/Niroj Mishra : ବହୁ ଚର୍ଚ୍ଚିତ ପାଟଣାଗଡ  ପାର୍ସଲ ବୋମା ବିସ୍ପୋରଣ ଘଟଣାର ପର୍ଦ୍ଦାଫାଶ ହୋଇଛି । ପରୋକ୍ଷରେ ପୁଅ ସୌମ୍ୟଶେଖରଙ୍କ  ମୃତ୍ୟୁ ପଛରେ ସଂଯୁକ୍ତା  ସାହୁ  ପରୋକ୍ଷ କାରଣ | ତାଙ୍କ ଅଜାଣତରେ ଘଟିଥିବା କିଛି ଘଟଣାକ୍ରମ ପୁଅର ମୃତ୍ୟୁର କାରଣ ପାଲଟିଲା | ଖୋଲିକି କହିଲେ ମାଙ୍କ ପେସା ବା ପେଶାଦାରି ଶତ୍ରୁତା ପୁଅର ଜୀବନ ନେଲା | ଯାହାକି ଜଣାପଡିଛି କ୍ରାଇମବ୍ରାଞ୍ଚର ତଦନ୍ତରୁ | ପୋଲିସ ଯାହାକୁ ଅଭିଯୁକ୍ତ ଭାବେ ଆବିଷ୍କାର କରି ସଘନ ଜେରା ଓ ତଦନ୍ତ ପରେ ଯାହାକୁ ଗିରଫ କରିଛି,ସେହି  ଅଧ୍ୟାପକ ପୁଞ୍ଜିଲାଲ ମେହେର  ପାର୍ସଲ ବୋମା ବିସ୍ପୋରଣ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୁଲିସ ଡିଜି ଆର୍‌ ପି ଶର୍ମା କହିଛନ୍ତି । ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ଓ ଘଟଣାରେ ମୃତ୍ୟୁ ବରଣ କରିଥିବା ସୌମ୍ୟ ଶେଖରଙ୍କ ମାଆ ସଂଯୁକ୍ତାଙ୍କ  ଭିତରେ ଥିଲା ପେଶାଦାରି ଶତ୍ରୁତା | ଉଭୟେ ଭଇଁଷା  ମହାବିଦ୍ୟାଳୟର ଅଧ୍ୟକ୍ଷ ପାଦ ପାଇଁ ଦାବିଦାର  ଥିଲେ ଆଉ ପୂର୍ବରୁ ଅଧ୍ୟକ୍ଷ ଥିଲେ | ଅଭିଯୁକ୍ତ ମେହେରଙ୍କୁ କୋର୍ଟ ଫରୱାର୍ଡ଼ କରିବା ପରେ ତାଙ୍କ ଜାମିନ ନାମଞ୍ଜୁର ହୋଇଯାଇଛି |  ତେଣୁ ତାକୁ ପାଟଣାଗଡ ସବଜେଲକୁ ପଠାଇ ଦିଆଯାଇଛି | ପୋଲିସ ମେହେରକୁ ରିମାଣ୍ଡ ରେ ନେବାପାଇଁ କୋର୍ଟକୁ ଅନୁରୋଧ କରିବା ବୋଲି କୁହାଯାଇଛି |

 ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଭଇଁଷା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇଂରାଜୀ ଅଧ୍ୟାପକ ପୁଞ୍ଜି ମେହେରଙ୍କୁ ଗିରଫ କରାଯାଇଥିବା ନେଇ ଗତକାଲି ସୂଚନା ଆସିଥିବା  ବେଳେ ଏହାକୁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଖଣ୍ଡନ କରିଥିଲେ। । ଅନ୍ୟପକ୍ଷରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅଟକ ଥିବା ୭ ସନ୍ଦିଗ୍ଧଙ୍କ ମଧ୍ୟରୁ ବୁଧବାର ମଧ୍ୟାହ୍ନ ସୁଦ୍ଧା ୬ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ ଛାଡ଼ିଦେଇଛି। ସେମାନେ ହେଲେ ସ୍କାଏକିଙ୍ଗ୍‌ କୋରିୟର ମାଲିକ ଦିଲୀପ ଦାସ, ବଣ୍ଟନ କର୍ମଚାରୀ ସୁଶାନ୍ତ ସେଠ୍‌, ଉଦ୍ୟାନବନ୍ଧର ଚନ୍ଦ୍ରମଣି ମେହେର, ବୈଭସୂତ ବିନ୍ଧାଣୀ, ଅଧ୍ୟପକ ଶିବପ୍ରସାଦ ସା ଏବଂ ଭଇଁସା ଗ୍ରାମର ଉମେଶ ମଟାରି । ଏବେ ବଲାଙ୍ଗୀର ସର୍କିଟ ହାଉସରେ ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର ଅଟକ ଅଛନ୍ତି। ଅଧ୍ୟାପକ ପୁଞ୍ଜିଲାଲା ମାଷ୍ଟର ମାଇଣ୍ଡ ସହ ବୋମାକୁ ନିଜେ ତିଆରି କରିଥିବା ପୁଲିସ ଡିଜି ଆରପି ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସୌମ୍ୟ ଶେଖରଙ୍କ ପରିବାରକୁ ଉଡାଇବା ପାଇଁ ପୁଞ୍ଜିଲାଲ ନିଜେ ପାର୍ସଲ ବୋମା ତିଆରି କରିବା ସହ ରାୟପୁର ଯାଇ କୋରିଅରରେ ଏହାକୁ ପଠାଇଥିଲା  ବୋଲି ପୁଲିସ ଡିଜି ଆର୍‌ପି ଶର୍ମା ପ୍ରକାଶ କରିଛନ୍ତି । ପୁଞ୍ଜିଲାଲକୁ  ଖୁବ ଶୀଘ୍ର ତାକୁ  ଅଦାଲତରେ ହାତର କରାଯିବ ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି । ପୁଞ୍ଜିଲାଲ ଭଇଁସା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାମ କରୁଥିଲେ । ବୋମା ବିସ୍ପୋରଣରେ ମୃତ୍ୟୁ ବରଣ କରିଥିବା ସୌମ୍ୟ ଶେଖରଙ୍କର ମାଆ ଭଁଇସା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ହୋଇଥିଲା । ଏହାପରେ ପୁଞ୍ଜିଲାଲ ଓ ସୌମ୍ୟ ଶେଖରଙ୍କ ମାଆଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହାପରେ ପୁଞ୍ଜିଲାଲା ପ୍ରତିଶୋଧ ପରାୟଣ ହୋଇ ପଡିଥିଲା ।

24-04-18-BOMA.jpg - 111.76 kB

ସୂଚନାଯୋଗ୍ୟ, ଏହି ପାର୍ସଲବୋମା ବିସ୍ଫୋରଣରେ ମୃତ ସୌମ୍ୟଶେଖରଙ୍କ ମାଆ ସଂଯୁକ୍ତା ସାହୁ ଭଇଁଷାର କଲେଜର ଅଧ୍ୟକ୍ଷା ଅଛନ୍ତି। ମିଳିଥିବା ସୂଚନା ମୁତାବକ ଅଧ୍ୟାପକ ପୁଞ୍ଜିଲାଲ ତାଙ୍କୁ ଅଧ୍ୟକ୍ଷା ଭାବେ ଗ୍ରହଣ କରି ପାରୁ ନଥିଲେ। କାରଣ ସଂଯୁକ୍ତା ସେହି କଲେଜକୁ ବଦଳି ହୋଇ ଆସିବା ପୂର୍ବରୁ ସେ କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ତେବେ ବରିଷ୍ଠତା ଭିତ୍ତିରେ ସଂଯୁକ୍ତାଙ୍କୁ ଅଧ୍ୟକ୍ଷା କରାଯାଇଥିଲା। ଏହାକୁ ନେଇ ତାଙ୍କର ସଂଯୁକ୍ତାଙ୍କ ସହିତ ବିବାଦ ଥିଲା। ସେ ବିଭିନ୍ନ ସମୟରେ ସଂଯୁକ୍ତାକୁ ହଇରାଣ କରୁଥିଲେ। ଏମିତିକି କାନ୍ଥବାଡ଼ରେ ସଂଯୁକ୍ତାଙ୍କ ନାଁରେ କୁତ୍ସା ରଟନା କରୁଥିଲେ।ଫେବ୍ରୁଆରୀ ୨୩ ତାରିଖରେ ଘଟିଥିବା ଏହି ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଆଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମାରାଣୀ ଆହତ ହୋଇଥିଲେ। ସେ ଏସ୍‌ସିବିରେ ଚିକିତ୍ସିତ ହୋଇ କିଛି ଦିନ ହେବ ଘରକୁ ଫେରିଛନ୍ତି।

ପୁଞ୍ଜିଲାଲଙ୍କ ପତ୍ନୀ ସୌଦାମିନୀ ମେହେର କହିଛନ୍ତି ଯେ ତାଙ୍କ ସ୍ୱାମୀ ନିର୍ଦ୍ଦୋଷ। ଏ ଘଟଣାରେ ପୁଞ୍ଜିଲାଲଙ୍କ ସମେତ ଆଉ କିଛି ଜଣଙ୍କ ନାଁ ଆସିବା ପରେ ମୃତ ସୌମ୍ୟଶେଖରଙ୍କ ପତ୍ନୀ ରୀମାରାଣୀ କହିଛନ୍ତି ଯେ ଏବେ ରାଜ୍ୟବାସୀ ପ୍ରକୃତ ଘଟଣା ଜାଣିପାରିବେ । କାରଣ ଏହି ଘଟଣା ପରେ ପରେ ପ୍ରଥମେ ରୀମା ଓ ତାଙ୍କ ସ୍ୱାମୀଙ୍କ ଉପରକୁ ହିଁ ଆଙ୍ଗୁଳି ଉଠିଥିଲା।  ପ୍ରାୟ ସମସ୍ତେ ଭାବୁଥିଲେ ଏହା ପଛରେ ଏମାନଙ୍କ ଭିତରୁ କାହାର ପ୍ରେମ କାହାଣୀ ଥାଇପାରେ। ତେବେ କ୍ରାଇମବ୍ରାଞ୍ଚର ତଦନ୍ତ ଆଗେଇବା ସହିତ ଘଟଣା ଭିନ୍ନ ମୋଡ଼ ନେଇଛି। 

0
0
0
s2sdefault