ହେଡଲାଇନସ୍:

ଆଜିଠୁ ନୄସିଂହନାଥ ବୈଶାଖ ମେଳା ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 

25-04-18-paikamal.jpg - 60.25 kB

ପଦ୍ମପୁର/ପାଇକମାଳରୁ ନୀଳ ଦୀପ ଓ  ଗୌରାଙ୍ଗ ଦାସ -ଆଜିଠୁ ଆରମ୍ଭ ହେବ ପଦ୍ମପୁର ସବଡିଭିଜନ ଅନ୍ତର୍ଗତ ପାଇକମାଲ ନିକଟସ୍ଥ ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ନୄସିଂହନାଥ ପୀଠରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଶାଖ ମେଳା ।ଏଥିପାଇଁ ପ୍ରସ୍ତୁତ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ।୩୦ ତାରିଖ ସୁଦ୍ଧା ୬ଦିନ ଧରି ଆୟୋଜିତ ହେବାକୁ ଥିବା ମେଳା ପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି ।ବୁଧବାର ବିଶ୍ବଶାନ୍ତି ମହାଯଞ୍ଜ ପାଇଁ କଳସ ଯାତ୍ରା ସହ ୨୬ରେ ମହାଯଞ୍ଜ ଆରମ୍ଭ,୨୮ ତାରିଖରେ ଜନ୍ମୋତ୍ସବ ଅବସରରେ ସନ୍ଧ୍ୟା ୭ଟାରେ ମହାପ୍ରଭୁଙ୍କ ମହାସ୍ନାନ,ଅଲଙ୍କାର ଓ ବସ୍ତ୍ର ଧାରଣ,ହୋମ ସହ କନ୍ଦ,ଅନ୍ନ ଓ ପିଠାପଣା ଭୋଗ ଅର୍ପଣ କରାଯିବ ।କନ୍ଧ ସମାଜ ଦ୍ବାରାପାରମ୍ପରିକ ରୀତିନୀତିରେ ମୁଖ୍ୟ ମନ୍ଦିରରେ ରାତି ୧୦ଟା ବେଲେ ଧ୍ବଜା ବନ୍ଧନ ଓ ମହାଦୀପ ପ୍ରଜ୍ବଳନ କରାଯିବ।ଏହି ଅବସରରେ ଶେଷ ତିନି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୩୦ ତାରିଖ ବିଶ୍ବଶାନ୍ତି ମହାଯଞ୍ଜର ପୂର୍ଣ୍ଣାହୁତି ପଡିବ । ନୄସିଂହ ଚତୁର୍ଦ୍ଦଶୀ ଅବସରରେ ୨୮ତାରିଖ ହଜାର ହଜାର ଭକ୍ତ ପାପହାରିଣୀ ଝରଣାରେ ବୁଡ ପକାଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଥିବା ବେଳେ ମେଳା ସହିତ ଏହାର ସୁପରିଚାଳନା ପାଇଁ ୨୫ ଜଣିଆ କମିଟି ଗଠନ  କରାଯାଇଛି ।ପାନୀୟ ଜଳ ବିଭାଗ ପକ୍ଷରୁ ୧୬ଟି ସ୍ଥାନରେ ପାଣି ଟାଙ୍କି ବ୍ୟବସ୍ଥା କରାଯିବା  ବେଳେ ବିଦ୍ୟୁତ ବିଭାଗ ପକ୍ଷରୁ ନିରନ୍ତର ବିଦ୍ୟୁତ ଯୋଗାଣ ପାଇଁ ୧୦୦ କେଭିର ଟ୍ରନ୍ସଫର୍ମର ବସାଯାଇଛି ।ଆଜି ମେଳା ଆରମ୍ଭ ହେବାକୁ ଯାଉଥିବାରୁ ଦୂରଦୁରାନ୍ତର ରୁ ଆସିଥିବା ବେପାରୀମାନେ ଆଜିଠୁ ପସରା ମେଲି ସାରିଲେଣି ।ଏହା ସହିତ ମୀନା ବଜାର,ସର୍କସ ଆଦି ମଧ୍ୟ ଖୋଲିଗଲାଣି ।ବରଗଡ଼ ପୌର ସଂସ୍ଥା ପକ୍ଷରୁ ମେଳା ସ୍ଥଳରେ ୧୦ଟି ଭ୍ରାମ୍ୟମାଣ ପାଇଖାନା ଓ ଡଷ୍ଟବିନର ବ୍ୟବସ୍ଥା କରାଯାଇଛି ।ପାଇକମାଲରୁ ନୄସିଂହନାଥ ପର୍ଯ୍ୟନ୍ତ ରାସ୍ତାରେ ଆଲୋକ ବ୍ୟବସ୍ଥା କରାଯାଇଥିବା ବେଲେ ଶାନ୍ତି ଶୄଙ୍ଖଳାରକ୍ଷା ପାଇଁ ବ୍ୟାପକ ପୁଲିସ ମୄତୟନ କରାଯାଇଥିବା ସୂଚନା ମିଲିଛି ।

0
0
0
s2sdefault