ହେଡଲାଇନସ୍:

୨୮ ଜୁନ ଠାରୁ ୩୦ ଜୁନ  ୩ ଦିନ ଧରି ଗଜପତି ସଟଡାଉନ୍ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୋଷଣା କଲେ  ଜିଲ୍ଲାପାଳ : ୨୭ ତାରିଖ  ସକାଳ ୫ ଘଣ୍ଟା ଠାରୁ ସନ୍ଧ୍ୟା ୯ଘଣ୍ଟା ଯାଏ ଖୋଲା ରହିବ ସମସ୍ତ ଦୋକାନ ବଜାର 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ଏକ ସପ୍ତାହ ହେଲା ଗଜପତି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସବୁ ପଜିଟିଭ କେସ୍ ମୁଖ୍ୟତଃ ଗୋଷାଣୀ ବ୍ଲକ , ଗୁମ୍ମା ବ୍ଳକ , ତଥା ପାରଳାଖେମୁଣ୍ଡି ରୁ ଆସିଅଛି।

 ବର୍ତ୍ତମାନ ଏହି ଅଞ୍ଚଳରେ contact tracing , containment ତଥା activities ସବୁ ଚାଲିଛି।   କରୋନା ଭାଇରସ୍ ଯେମିତି ଅଧିକ ମାତ୍ରାରେ ନ ବ୍ୟାପିବ ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଆଗାମୀ ୨୮-୬-୨୦୨୦ (ରବିବାର) ଠାରୁ ୩୦-୬-୨୦୨୦ (ମଙ୍ଗଳବାର) ୩ ଦିନ ପର୍ଯ୍ୟନ୍ତ ଗୋଷାଣୀ ବ୍ଲକ , ଗୁମ୍ମା ବ୍ଳକ , ପାରଳାଖେମୁଣ୍ଡି ସହର ଏବଂ କାଶୀନଗର ବ୍ଲକର ରାଣିପେଣ୍ଠ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା।

 ଏହି ସମୟରେ ଉପରୋକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗର ୪୦ଟି ସ୍ୱାସ୍ଥ୍ୟ ଟିମ୍ ଘରକୁ ଘର ବୁଲି ସମସ୍ତଙ୍କୁ କରୋନ ଲକ୍ଷଣ ଯଥା -ଜ୍ୱର ,କାଶ , ଥଣ୍ଡା ,ଡାଇରିଆ ଓ ଅନ୍ୟାନ୍ୟ ରୋଗ ବିଷୟରେ ପଚାରିବେ ଏବଂ ବିସ୍ତୃତ ବିବରଣୀ ନେବେ। ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟ ଟିମକୁ ସହଯୋଗ କରନ୍ତୁ ଓ ନିଜ ଆଡୁ ତଥ୍ୟ ଟିମ୍ କୁ ଜଣାଇ ଦିଅନ୍ତୁ ଏବଂ ନିଜ ପାଖରେ ତଥ୍ୟ ଲୁଚାଇ ରଖନ୍ତୁ ନାହିଁ । ଏହି ୩ ଦିନ ପାଇଁ ଉପରୋକ୍ତ ଅଞ୍ଚଳର ସମସ୍ତଙ୍କୁ ଘରେ ରହିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

 ଏହି ସଟଡାଉନ୍ ଅବଧି ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା , ଔଷଧ ଦୋକାନ ଏବଂ ଖିର ଦୋକାନ ହିଁ ଖୋଲା ରହିବ। ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ  ଯଥା ଦୋକାନ ବଜାର ବନ୍ଦ ରହିବ।   ୩ ଦିନ ସଟଡାଉନ୍ କୁ ଆଖି ଆଗରେ ରଖି ଆସନ୍ତା କାଲି ଯଥା ୨୭-୬-୨୦୨୦(ଶନିବାର )ରେ ଉପରୋକ୍ତ ଅଞ୍ଚଳରେ ସମସ୍ତ ଦୋକାନ ବଜାରକୁ ସକାଳ ୫ଘଣ୍ଟା ଠାରୁ ସନ୍ଧ୍ୟା ୯ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା।

0
0
0
s2sdefault