ହେଡଲାଇନସ୍:

ସବୁ  ସ୍ୱତନ୍ତ୍ର ଟ୍ରେନ୍ ଚାଲୁଛି, ଆଗକୁ ବି ଚାଲିବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର( ଶାସକ ପ୍ରଶାସକ) ଯେଉଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ୧୨ ମେ ୨୦୨୦ ଏବଂ ଜୁନ୍ ପହିଲା ଠାରୁ ସ୍ୱତନ୍ତ୍ର ରୁଟ୍ ଓ ଟାଇମ୍ ଟେବୁଲ୍ ଦେଇ ଚଳାଚଳ କରୁଛି, ତାହା ସେହିପରି ଚଳାଚଳ କରିବ ଯେପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନି । ଲକ୍ଡାଉନ୍ ପରେ ଏହି ଟ୍ରେନ୍ ଗୁଡ଼ିକରେ ଯେଉଁମାନେ ଟିକେଟ୍ ନେଇଛନ୍ତି ତାହା ବିଧିମାନ୍ୟ (ଭ୍ୟାଲିଡ଼୍) ରହିବ ।

ଯେଉଁମାନେ ନିୟମିତ ମେଲ୍/ଏକ୍ସପ୍ରେସ୍ ଟ୍ରେନ୍, ପ୍ରିମିୟମ ଟ୍ରେନ୍, ଇଣ୍ଟରସିଟି ଓ ଲୋକାଲ ପାସେଞ୍ଜର ଟ୍ରେନ୍ ସହ ମେମୁ ଟ୍ରେନ୍ ଗୁଡ଼ିକ ପୂର୍ବରୁ ୩୦ ଜୁନ୍ ୨୦୨୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବାତିଲ ହୋଇଥିଲା ତାହା ପୁନର୍ବାର ୧୨ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ବାତିଲ କରାଗଲା ।

ଯେତେ ସବୁ ଟିକେଟ୍ ଏହି ନିୟମିତ ଟାଇମ୍ ଟେବୁଲ୍ ଟ୍ରେନରେ  ୧୨ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ କରାଯାଇଛି ତାହାର ସଂପୂର୍ଣ୍ଣ ଫେରସ୍ତ ନିୟମାନୁସାରେ କରାଯିବ । କୋଭିଡ଼୍-୧୯ ପୂର୍ବରୁ ଯେତେସବୁ ଟିକେଟ୍ କରାଯାଇଛି ସମସ୍ତ ଟିକେଟ୍ ବାତିଲ ହୋଇଯିବ । ରେଳପଥ ଦ୍ୱାରା ଏହି ଟିକେଟ୍ ବାତିଲର ସଂପୂର୍ଣ୍ଣ ଦେୟ ଫେରସ୍ତ ହେବ ।

0
0
0
s2sdefault