କଂଗ୍ରେସ ଦଳ ତରଫରୁ ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ
ଝାରସୁଗୁଡା/ ସୁବାଷ ସାହାରେ: କିଛି ଦିନ ତଳେ ହୀରାକୁଦ ଜଳଭଣ୍ଡାର ନିଷେଧାଞ୍ଚଳରେ ନିଜର କିଛି ବାନ୍ଧବୀଙ୍କ ସହ ଫୋଟୋ ଚିତ୍ର ଉତ୍ତୋଳନ କରି ବିବାଦକୁ ଆସିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୁକନ୍ୟା ସୁଶ୍ରୀ ଦୀପାଲି ଦାସ ଏବେ ପୁଣି ସରକାରୀ କୋଠାରେ ସଭା ଆୟୋଜନ କରି ବିବାଦକୁ ନିମନ୍ତ୍ରଣ କରିଛନ୍ତି | ଆଉ ଏହି ପରୀପ୍ରେକ୍ଷୀରେ ଝାରସୁଗୁଡ଼ାର କଂଗ୍ରେସ ଦଳ ତରଫରୁ ଆଜି ଝାରସୁଗୁଡ଼ା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଓଡ଼ିଶା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଓ ତାଙ୍କ ପ୍ରତିନିଧି ତଥା ପୁତ୍ରୀ ଦୀପାଲି ଦାସ ଙ୍କ ବିରୁଦ୍ଧରେ ଦିଆଯାଇଛି ।
ଲିଖିତ ଅଭିଯୋଗ ଅନୁସାରେ ଗତ ୨୨.୬.୨୦୨୦ ଦିନ ନରସିଂହ ବିଷ୍ଣୁପ୍ରିୟା ନାମକ ବ୍ୟକ୍ତିଗତ ଟ୍ରଷ୍ଟ ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ସରକାରୀ ଜିଲ୍ଲା ଉନ୍ନୟନ ପ୍ରକୋଷ୍ଠ ରେ ଡି ଆର ଡି ଏ ରେ ଆୟୋଜନ କରାଯାଇଥିଲା ଯାହା ସମ୍ପୂର୍ଣ୍ଣ ବେଆଇନ କାରଣ ମହାମାରୀ ଆଇନ ପ୍ରାକୃତିକ ବିପର୍ଯ୍ୟୟ ଧାରା ୧୮୯୭ ଓ ପ୍ରାକୃତିକ ବିପର୍ଯ୍ୟୟ ଧାରା ୨୦୦୫ ଅନୁସାରେ ଜନ ହିତରେ କେନ୍ଦ୍ର ସରକାର ଓ ରାଜ୍ୟସରକାର ବ୍ୟବହାରରେ ଆଣିଥିବାର ଦେଖାଦେଇଛି ଓ କୌଣସି ପ୍ରକାର ରାଜନୈତିକ ଓ କିମ୍ବା ସରକାରୀ ସଭାସମିତି ଉପରେ ରୋକ ଲାଗେଇଛନ୍ତି ଏବଂ ଅତି ଜରୁରୀ ପରିସ୍ଥିତିରେ ବେସି ରେ ୧୦ ଜଣଙ୍କୁ ନେଇ ସଭା କରିପାରିବେ ଏବଂ ସାମାଜିକ ଦୁରତ୍ୱକୁ ପାଳନ ମଧ୍ୟ କରିବାକୁ କୁହାଯାଇଥିଲେ ମଧ୍ୟ ଏହି ନିୟମକୁ ଖୁଲମ ଖୁଲା ଉଲ୍ଲଂଘନ ହୋଇଥିବା କଂଗ୍ରେସ ଅଭିଯୋଗ ଆଣିଛି । କାରଣ ଏହି ସଭା ଅନୁଷ୍ଠିତ ହେବା ଦିନ ପ୍ରାୟ୨୦ ରୁ ଉର୍ଦ୍ୱ ସାମାଜିକ ସଂଗଠନ ଉପସ୍ଥିତ ରହି ତାଙ୍କର ପ୍ରାୟ ୩୦ ରୁ ୫୦ ଜଣ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ ଏବଂ କାର୍ଯ୍ୟକ୍ରମ ଦୀର୍ଘ ୨ ରୁ ୩ ଘଣ୍ଟା ଚାଲିଥିଲା ।ରାଜ୍ୟ ସରକାର ଙ୍କ ନିୟମାବଳୀ ସମସ୍ତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ରେ ପତ୍ର ମାଧ୍ୟମରେ ପହଁଚିଥିବା ବେଳେ କେଉଁ ପରିସ୍ଥିତିରେ ଏକ ବ୍ୟକ୍ତିଗତ ଟ୍ରଷ୍ଟ କୁ ସରକାରୀ କୋଠାରେ ସଭା ଅନୁଷ୍ଠିତ କରିବା ପାଇଁ ପ୍ରଶାସନ ସ୍ୱୀକୃତି ଦେଇଥିଲା ଓ ଏହା ସହ କିପରି ନିୟମ ଉଲ୍ଲଂଘନ କାରୀଙ୍କୁ କୌଣସି ପ୍ରକାର ଫାଇନ କିମ୍ବା ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ତାହା ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି ଓ ସମସ୍ତ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇ ନ ଥିଲେ ମଧ୍ୟ ୱେବ ନିଉଜରେ ଖବର ପରିବେଷଣ ହେଇ ତୀବ୍ର ପ୍ରତିକ୍ରିୟା ଲୋକଙ୍କ ଠାରୁ ଦେଖିବାକୁ ମିଳିଛି | ହେଲେ ଏହା ସହ ଗତ କିଛି ମାସ ତଳେ ହୀରାକୁଦ ଜଳଭଣ୍ଡାର ନିଷେଧାଞ୍ଚଳରେ ସୁଶ୍ରୀ ଦୀପାଲି ଦାସ ଓ ତାଙ୍କ କିଛି ବାନ୍ଧବୀ ମାନେ ଫୋଟୋ ଚିତ୍ର ଉତ୍ତୋଳନ କରିଥିଲେ ଓ ଲୋକ ଲୋଚନକୁ ଆସିଥିଲେ ସେତିକି ନୁହେଁ କୌଣସି ପ୍ରକାର ସାନ୍ତନା ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରାଯାଇନଥିଲା ।ସାଧାରଣ ଜନତା ଯଦି କୋବିଡ଼ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି ହେଲେ କାହିଁକୁ କେତେ ତଣ୍ଡ ଓ ଦଣ୍ଡ ଗଣିବାକୁ ପଡୁଛି ହେଲେ ବାରମ୍ବାର ନିୟମ ଭାଙ୍ଗି ଚାଲିଥିବା ଦୀପାଲି ଦାସ ଙ୍କ ପ୍ରତି ପ୍ରଶାସନ କି ପଦକ୍ଷେପ ନେବ ନା ଧର୍ମ ଆଖି ଠାର କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଝିଅ ବୋଲି କୋହଳ ନୀତି ଅବଲମ୍ବନ କରିବ ତାହା ଦେଖିବାକୁ ଜନସାଧାରଣ ଅପେକ୍ଷାରତ ଅଛନ୍ତି ।ଆଜି ଥାନାରେ ଅଭିଯୋଗ ଦେବା ସମୟରେ ଝାରସୁଗୁଡ଼ା କଂଗ୍ରେସ ସଭାପତି ମହେନ୍ଦ୍ର ନାୟକ, ଭରତ ଅବସ୍ଥି, ପ୍ରଭା ଓରାମ, ସୁଖଦେଵ ବାଗ,ସିୟରାମ ଦାସ ,ଏମ ଡି ସାହରୁଖ ଖାଁ, ରାହୁଲ ଠାକୁର,ଉମେଶ ପ୍ରଧାନ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାସ ଓ ତାଙ୍କ ସୁକନ୍ୟାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |