ନିଷିଦ୍ଧାଞ୍ଚଲରେ ଜୋର ଜବରଦସ୍ତ ୠଣ ଅସୁଲ କରୁଥିଲେ ଭାରତ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ।
ପଦ୍ମପୁର-କରୋନା ତାଳାବନ୍ଦ ଯୋଗୁଁ ବର୍ତ୍ତମାନ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡିଛି । ସରକାର ସମସ୍ତ ଅର୍ଥଲଗାଣକାରୀ ସଂସ୍ଥା ଗୁଡିକୁ ୠଣ ଅସୁଲ କରିବା ପାଇଁ କଟକଣା ଜାରିକରିଛନ୍ତି । ହେଲେ ସରକାରଙ୍କ ନିୟମକୁ ଅବମାନନା କରି କିଛି ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ମାନେ ମହିଳା ମାନଙ୍କୁ ୠଣ ପଇଠ କରିବା ପାଇଁ ବାଧ୍ୟ କରୁଛନ୍ତି । ଏମିତି କି ଧମକ ଚମକ ଦେବା ସହ ୠଣର ସୁଧ ଅଧିକ ମାଗୁଥିବା ଅଭିଯୋଗ ହେଉଛି । ପଦ୍ମପୁର ଅଞ୍ଚଳରେ ଭାରତ ଫାଇନାନ୍ସ, ସୁର୍ଯ୍ୟୋଦୟ ଗ୍ରୁପ,ଏସକେଏସ ଗ୍ରୁପ,ସ୍ଫନ୍ଦନା ଗ୍ରୁପ,ଜିଓ ଗ୍ରୁପ ଓ ବନ୍ଦନା ଗ୍ରୁପର ଏଜେଣ୍ଟ ମାନେ ମହିଲା ମାନଙ୍କୁ ୠଣ ପଇଠ ପାଇଁ ବାଧ୍ୟ କରୁଛନ୍ତି । ପଦ୍ମପୁର ଅଞ୍ଚଳର ସମସ୍ତ ଗ୍ରାମରୁ ଏଭଲି ଘଟଣାର ଅଭିଯୋଗ ଆସୁଛି ।ସରକାରଙ୍କ ଦ୍ବାରା ପଦ୍ମପୁର ସହରରେ ନିଷିଦ୍ଧାଞ୍ଚଲ ଘୋଷଣା ହୋଇଥିବା କଣ୍ଟାପଡାକୁ ଭାରତ ଫାଇନାନ୍ସ କମ୍ପାନୀ ପଦ୍ମପୁର ଶାଖାର ଜଣେ ଏଜେଣ୍ଟ ଲୁଚିଛପି ଏହି ନିଷିଦ୍ଧାଞ୍ଚଲକୁ ପଶି ୠଣ ଅସୁଲ କରିଥିବା ଦେଖିବାକୁ ମିଲିଥିଲା । ଖବରପାଇ ପଦ୍ମପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ସେ ଯୁବକକୁ ଅଟକ ରଖିଛନ୍ତି ଏବଂ ସେ ଏଜେଣ୍ଟ ତଥା କମ୍ପାନୀ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନିଷିଦ୍ଧାଞ୍ଚଲ ଘୋଷିତ ଅଞ୍ଚଳକୁ କେହି ବାହାର ଲୋକ ଯାଇପାରିବେ ନାହିଁ କିମ୍ବା ସେହି ଭିତରୁ ବାହାରକୁ ଆସି ପାରିବେ ନାହିଁ । ହେଲେ ସରକାରଙ୍କ ଦ୍ବାରା ଘୋଷିତ ନିଷିଦ୍ଧାଞ୍ଚଲକୁ ଲୁଚିଛପି ପଶି ୠଣ ଅସୁଲ କରିବା ଘଟଣାରୁ ଏହା ଜଣାପଡୁଛି କି ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ସରକାରଙ୍କ ନିୟମକୁ ଖୋଲାଖୋଲି ଭାବରେ ଉଲଘଂନ କରୁଛନ୍ତି । ତେବେ ଏପରି ଅର୍ଥ ଲଗାଣକାରୀ ସଂସ୍ଥା ଉପରେ ସରକାର କଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।