ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ):-ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏହି ଜିଲ୍ଲାରେ ଜନସାଧାରଣ ସଂଖ୍ୟା ପାଖାପାଖି ୨୩ ଲକ୍ଷରୁ ଅଧିକ ଥିବା ବେଳେ ଜିଲ୍ଲାର ପାଖାପାଖି ୭୦ ପ୍ରତିଶତ ଗରିବ ଅସହାୟ ଶ୍ରେଣୀର ଜନସାଧାରଣ ବାସ କରନ୍ତି କହିଲେ ଅଚୁକ୍ତି ହେବନାହିଁ | ଜିଲ୍ଲାର ଏହି ଜନସାଧାରଣ ପ୍ରାୟତଃ ଜଙ୍ଗଲ ଜାତ ଦ୍ରବ୍ୟ ଠାରୁ ଆରମ୍ଭ କରି କୁଲି ମଜୁରୀ କାର୍ଯ୍ୟ କରି ପେଟପାଟଣା କରିଥାନ୍ତି | ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି ସୁନ୍ଦରଗଡ଼ ଜିଲ୍ଲାର ସଦର ମହକୁମାରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳାରେ ଦୁଇଜଣ ସୁଇପର କାର୍ଯ୍ୟରତ ଅଛନ୍ତି | ଦୁହେଁ ଗରିବ ଅସହାୟ ବ୍ୟକ୍ତି ନିଜର ପରିବାର ଭରଣ ପୋଷଣ କରିବା ପାଇଁ ଝାଡ଼ୁମାରି ପୂର୍ତ୍ତ ବିଭାଗର୍ ବଙ୍ଗଳାକୁ ସଫାସୁତୁରା ରଖିଥାନ୍ତି ଏବଂ ଯାହାକିଛି ଅଫିସ ପକ୍ଷରୁ ମିଲିଥାଏ ତାହାରି ଉପରେ ହିଁ ସମ୍ପୂର୍ଣ୍ଣ ପରିବାର ଲୁଣ ତେଲ କରି ମାସସାର ଚାଲିଥାନ୍ତି | କିନ୍ତୁ ତାହାମଧ ପୂର୍ତ୍ତବିଭାଗ ନିର୍ବାହି ଯନ୍ତ୍ରୀଙ୍କୁ ସୁହେଇଲା ନାହଁ ଏବଂ ଜଣଙ୍କୁ ଝାଡୁମରା କାର୍ଯ୍ୟରୁ ମଧ୍ୟ କାଢ଼ି ଦେଇଥିବା ଜଣାପଡିଛି | ଯଦି ଝାଡୁମରିବା କାର୍ଯ୍ୟ କରିବ ତାହେଲେ ୧୦୦୦ ଟଙ୍କାରେ ଜ୍ୱାର୍ଯ୍ୟକର ନଚେତ ତମକୁ ମଧ୍ୟ କାଢ଼ି ଦିଆଯିବ ବୋଲି ଅନ୍ୟଜଣଙ୍କୁ ଧମକ ଦେଉଥିବା ଅଭିଯୋଗ ଏବେ ସହରରେ ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ଅବସ୍ଥା |
ଗତ ପାଞ୍ଚମାସ ତଳେ ସରକାରୀ ମହାବିଦ୍ୟାଳୟ ହୀରକ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ମହାମହିମ ଗଭର୍ଣ୍ଣରଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା | ସେହି ଗସ୍ତ ଆଳରେ ଅନେକ (ପୋଠାଲ ) କାର୍ଯ୍ୟ ହସ୍ପିଟାଲ ଛକ ଠାରୁ ଆରମ୍ଭ ହୋଇଥିବା ପୂର୍ତ୍ତ ବିଭାଗୀୟ ହେମଗିରି ସବ ଡିଭିଜନ ଅଧୀନରେ ଆସୁଥିବା ରାସ୍ତାରେ ଦୁର୍ନୀତି ହୋଇଥିବା ସମ୍ୱନ୍ଧୀୟ ଦୁର୍ଗନ୍ଧ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ପାଇଁ ଜିଲ୍ଲାର ଜ୍ଞାନୀଗୁଣି ମାନେ ଦାବୀ କରିଥିଲେ ମଧ୍ୟ ଏହି ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ହେଉନାହିଁ | ଭିଜିଲାନ୍ସର ନିରବତାକୁ ନେଇ ଜନସାଧାରଣରେ ସନ୍ଦେହ ପ୍ରକାଶ ପାଇଛି | ଜିଲ୍ଲାର କିଛି ବୁଦ୍ଧିଜୀବୀ କହିଛନ୍ତି ପୂର୍ତ୍ତବିଭାଗରେ ଆଉ ସ୍ୱଚ୍ଛତା ନାହଁ ସମ୍ପୁର୍ଣ୍ଣ ଅଳିଆ ଆବର୍ଜନା ଭଳି ବିଭାଗ ହୋଇଯାଇଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ସପକ୍ଷରେ ନିଆଯାଉନାହିଁ ତାହାହିଁ ସନ୍ଦେହ ଘେରରେ | ଯଦି ଅନ୍ୟପକ୍ଷରେ ଦେଖିବା ପାଇଁ ଗଲେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଜୀଇଡ଼ି ବିଭାଗରେ ଯେଉଁ ସରକାରୀ ଗାଡ଼ି ଲଗାଯାଇଛି ତାହା ପରୋକ୍ଷରେ ନିର୍ବାହୀ ଯନ୍ତ୍ରୀଙ୍କ ହିଁ ନିଜର ଗାଡ଼ି ବୋଲି ଅଭିଯୋଗ ହେଉଛି ! ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ନୀତିକୁ ରୋକ ଲଗାଇବା ଏବଂ ଦୁର୍ନୀତି କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି 5ଟି ଯୋଜନା କିଛି ମାସ ଆଗରୁ ଆରମ୍ଭ କରିଛନ୍ତି | କିନ୍ତୁ ଯାହା ଲାଗିଲାଣି 5ଟି ଯୋଜନା ଖାଲି କାଗଜପତ୍ର ରେହିଁ ବୋଲି ସଚେତନତା ଗୋଷ୍ଠୀ ମତବ୍ୟକ୍ତ କରିଛନ୍ତି | ଆହୁରି କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ ନଚେତ ଜିଲ୍ଲାର ଗରିବ ଅସହାୟଙ୍କ ଝାଲବୁହା ଟଙ୍କା ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠିରୁ ଶାଗ ମାଛ କରି ପୂର୍ତ୍ତବିଭାଗ ଲେଉଟିଆ ନାଲିଭାଜି ଭଳି ଖୁଣ୍ଟି ଖୁଣ୍ଟି ମଧ୍ୟ ଅଳ୍ପ ଦିନରେ ଖୋଲ ହୋଇଯିବା ନିଃସନ୍ଦେହ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି |