ହେଡଲାଇନସ୍:

 ରଥଯାତ୍ରା ସଂପର୍କରେ ଉଚ୍ଚସ୍ତରୀୟ ବୈଠକ  ନେଲେ ସ୍ୱାସ୍ଥ୍ୟମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

24-04-18-MINISTER-PRATAP-JENA-720x430.jpg - 42.70 kB

 ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ବଜାୟ ରଖିବା ଉପରେ ଗୁରୁତ୍ୱ

ମୁତୟନ ହେବେ ବିଶେଷଜ୍ଞ ଡାକ୍ତରଙ୍କ ସମେତ ମୋଟ ୫୮୬ ଜଣ ଡାକ୍ତର ଓ ପାରାମେଡିକ 

ଭୁବନେଶ୍ୱର -ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ତ ହୋଇଯାଇଛି । ରାଜସ୍ୱ ଓ ବିପର୍ଜୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ବୈଠକରେ ଉପସ୍ଥିତ ଥିଲେ ।  ପୁରୀର ଏହି ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରାକୁ କିପରି ଶୃଖଳାର ସହିତ ସମାପନ କରାଯାଇପାରିବ , ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପରିମଳ ଓ ପରିବେଶ ବ୍ୟବସ୍ଥା ବଜାୟ ରଖିବା ସହିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି  । 

ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବଜାୟ ରଖିବା ଦିଗରେ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ବିଭାଗକୁ ନିର୍ଦ୍ଦେଶ  ଦେଇଛନ୍ତି । ଆସନ୍ତା ୨୫.୬.୨୦୧୮ ରୁ ୨୫.୭.୨୦୧୮ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବାକୁ କୁହାଯାଇଛି । ଏହି ସମୟ ମଧ୍ୟରେ ପୁରୀକୁ ଆସୁଥିବା ଯାତ୍ରୀ ମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆଶୁଚିକିତ୍ସା କେନ୍ଦ୍ର ଖୋଲିବା , ଆମ୍ବୁଲାନ୍ସ ବ୍ୟବସ୍ଥା , କୌଣସିପ୍ରକାର ରୋଗ ବା ମହାମାରୀକୁ ତୁରନ୍ତ ରୋକିବା , ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା , ବିଭିନ୍ନ ବିଭାଗ ମଧ୍ୟରେ ସହଯୋଗ ରକ୍ଷାକରି କାର୍ଯ୍ୟକରିବା ସହିତ ପରିମଳ ବ୍ୟବସ୍ଥାକୁ ବଜାୟ ରଖିବା ଦିଗରେ ଆଲୋଚନା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ୩୨ ଟି ଆଶୁ ଚିକିତ୍ସା କେନ୍ଦ୍ର ଖାଲାଯିବା ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ତରଫରୁ ମଧ୍ୟ କେତେକ ଆଶୁଚିକିତ୍ସା କେନ୍ଦ୍ର ଖୋଲିବ । ସେହିପରି ରାଜ୍ୟ ସରକାରଙ୍କ ତରଫରୁ ୩୦ ଆମ୍ବୁଲାନ୍ସ ମୁତୟନ କରାଯିବ । ତେବ ଯେଉଁ ସବୁ ସ୍ୱେଚ୍ଛାସେବୀ ସଂଗଠନ ମାନେ ଆମ୍ବଲାନ୍ସ ଯୋଗାଇ ଦେବା ତାହା ଏନ୍.ଜି.ଓ ବୈଠକରେ ନିଷ୍ପତି ହେବ । ପୁରୀ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ୧୩ ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବ ।

ପୁରୀ ଜିଲ୍ଲା ମୁଖାଚିକିତ୍ସାଳୟ ତରଫରୁ ବିଶେଷଜ୍ଞ ଡାକ୍ତର ମୁତୟନ ସହିତ୨୪ ଘଂଟିଆ ଓପିଡି ବ୍ୟବସ୍ଥା ଚାଲୁ ରହିବ । ଯାତ୍ରା ସମୟରେ୨୦୩-ଜାତୀୟ ରାଜପଥ , ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ - ପିପିଲି , ମଙ୍ଗଳପୁର , ସାତଶଂଖ , ସାଖିଗୋପାଳ , ଚନ୍ଦନପୁର ସ୍ୱାସ୍ଥ୍ୟ ଅନୁଷ୍ଠାନ  ଗୁଡିକ ଓପିଡି ଏବଂ କାଜୁଆଲିଟି ସେବା ଦିବାରାତ୍ର ଯୋଗାଇ ଦେବ । ଦୋଳବେଦୀକୋଣ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ଗୋଟି ଶଯ୍ୟା ବ୍ୟବସ୍ଥା କରାଯିବ ଏବଂ ଏହା ଶ୍ରୀଗୁଣ୍ଡିଚା ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଦିବାରାତ୍ର କାର୍ଯ୍ୟକରିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ ଟି ଅଧିକ ଶଯ୍ୟା ବ୍ୟବସ୍ଥା କରାଯିବ । ଜରୁରୀ ଆବଶ୍ୟକତା ନିମନ୍ତ ୨୦୦ ୟୁନିଟ ବିଭିନ୍ନ ଗୃପ୍ର ରକ୍ତ ମହଜୁଦ ରଖାଯିବ । ସେହିପରି ବିଶେଷଜ୍ଞ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଷ୍ଟାଫନର୍ସ ,ଫାର୍ମାଶିଷ୍ଟ , ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ପାରାମେଡିକ ମୋଟ ୫୮୬ ଜଣଙ୍କୁ ମୁତୟନ କରାଯିବ । ସେଥିରେ ୫୧ ଜଣ ବିଶେଷଜ୍ଞ ଡାକ୍ତର , ୧୩୬ ଜଣ ଜେନେରାଲ ଡ୍ୟୁଟି ଡାକ୍ତର , ୮୦ ଜଣ ଫାର୍ମାଶିଷ୍ଟ , ୧୯୦ ଜଣ ଆଟେଣ୍ଡାଂଟ . ୨୦ ଜଣ ଷ୍ଟାଫ ନର୍ସ , ୨ ଜଣ ରେଡିଓଗ୍ରାଫର , ୬ ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ୨୧ ଜଣ ଡ୍ରାଇଭର ଅନ୍ତର୍ଭୁକ୍ତ । ଏତଦ୍ବ୍ୟତିତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ମଧ୍ୟ ଉପଲବ୍ଧ କରାଯିବ । ଖାଦ୍ୟପଦାର୍ଥ ମାନ ଯାଂଚ ନିମନ୍ତେ ୬ ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନେଇ ୩ ଟି ଭ୍ରାମ୍ୟମାଣ କୋର୍ଟ  ବ୍ୟବସ୍ଥା କରାଯାଇଛି । ଯାତ୍ରା ସମୟରେ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷା ପରୀକ୍ଷାଗାର ମଧ୍ୟ ମୁତୟନ ହେବ । ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ । ଏହି ନିୟନ୍ତ୍ରଣ କକ୍ଷର ଟେଲିଫୋନ ନମ୍ବର-୦୬୭୫୨-୨୨୨୧୭୫ ।  ପାନୀୟ ଜଳ ଉଚ୍ଛଗୁଡିକ ନିୟମିତ ଭାବେ ବିଶୋଧନ କରାଯିବା ସହିତ ନମୂନା ମଧ୍ୟ ପରୀକ୍ଷା ହେବ । ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସଚେତନା ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ନିମନ୍ତେ ନିଷ୍ପତି ହୋଇଛି ।

ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ , ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓା୍ୱଲ , ଅତିରିକ୍ତ ଶାସନ ସଚିବ ସୁରଜିତ ଦାଶ , ହରିବଲ୍ଲଭ ମିଶ୍ର ଓ ଶରତ ଚନ୍ଦ୍ର ମିଶ୍ର , ସ୍ୱତନ୍ତ୍ର ସଚିବ ଡାଃ ଜେ.କେ.ତ୍ରିପାଠୀ , ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ  ଡାଃ ବ୍ରଜକିଶୋର ବ୍ରହ୍ମା , ପରିବାର କଲ୍ୟାଣ ନିର୍ଦ୍ଦେଶକ  ଡାଃ ଲିଙ୍ଗରାଜ ମିଶ୍ର ,  ନର୍ସିଂ ନିର୍ଦ୍ଦେଶକ ଡାଃ କାଜଲ ରକ୍ଷିତଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।

0
0
0
s2sdefault