-
ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କଲେ ଖରିଫ୍ ଚାଷର ସମୀକ୍ଷା
-
ଚାଷୀ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ତୃଣମୂଳସ୍ତରରେ ତ୍ୱରିତ ସମାଧାନ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର(ଶାସକ ପ୍ରଶାସକ): କୋଭିଡ-୧୯ ପରି ଏକ ଅସ୍ୱାଭାବିକ ପରିସ୍ଥିତିରେ ଚାଷ କାର୍ଯ୍ୟକୁ ସଫଳ ଭାବେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଖରିଫ୍ ଚାଷକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଯେପରି ସୁବିଧାରେ ଚାଷକାର୍ଯ୍ୟ କରି ପାରିବେ ସେଥିନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗଯୋଗାଇ ଦେବା ପାଇଁ ତୃଣମୂଳସ୍ତରର କୃଷି ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଛନ୍ତି ।
ଆଜି ଦିନିକିଆ ମାଲକାନଗିରି , ନବରଙ୍ଗପୁର ଓ କୋରାପୁଟ ଗସ୍ତରେ ଯାଇ ମାଲକାନଗିରି ଓ ଏବଂ ନବରଙ୍ଗପୁରରେ ଆୟୋଜିତ ପୃଥକ୍ ପୃଥକ୍ ବୈଠକରେ ଜିଲ୍ଲାର ଖରିଫ୍ ଚାଷ ସମ୍ପର୍କରେ ସମୀକ୍ଷା କରିଥିବା ବେଳେ କୋରାପୁଟଠାରେ କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର ମିଳିତ ବୈଠକରେ ସ୍ଥିତିର ସମୀକ୍ଷା କରିଥିଲେ । ବୈଠକରେ ମନ୍ତ୍ରୀ ଡଃ ସାହୁ ଜିଲ୍ଲାରେ ଖରିଫ୍ ଚାଷର ସମୀକ୍ଷା କରିବା ସହିତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ । କୋଭିଡ-୧୯ ପରିସ୍ଥିତିରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଲୋକମାନଙ୍କୁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ସହିତ ଲୋକମାନଙ୍କୁ ରୋଜଗାର ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ଏହି ପରିପ୍ରେକ୍ଷୀରେ ଚାଷ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟକୁ ଆଗେଇ ନେବା ପାଇଁ ଚାଷୀ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ତ ଣୃମୂଳ ସ୍ତରରେ ସମାଧାନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଖରିଫ୍ ଚାଷ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଉନ୍ନତମାନର ବିହନ, ସାର ଏବଂ କୀଟନାଶକ ମହଜୁଦକୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନେ ନିୟମିତ କଡ଼ାକଡ଼ି ଯାଞ୍ଚ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଚାଷୀମାନଙ୍କର ଆବଶ୍ୟକତା ଅନୁସାରେ ବିହନ ସାର ଯୋଗାଣର ବ୍ୟବସ୍ଥା କରିବା ପାଇଁ କହିଥିଲେ । ସ୍ଥାନୀୟ ଜଳବାୟୁ, ମୃତ୍ତିକା ଓ ଜଳସେଚନର ସୁବିଧାକୁ ଦୃଷ୍ଟିରେ ରଖି ଚାଷକାର୍ଯ୍ୟରେ ବିବିଧକରଣ କରିବା ପାଇଁ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ମନ୍ତ୍ରୀ ଡଃ ସାହୁ ଗୁରୁତ୍ୱ ଦେଇଥିଲେ । କୋଭିଡ-୧୯ ସ୍ଥିତିରେ ସାମାଜିକ ଗଣମାଧ୍ୟମର ବହୁଳ ଉପଯୋଗ କରି ପଞ୍ଚାୟତସ୍ତରରେ ହ୍ୱାଟ୍ସ ଆପ ଗ୍ରୁପ୍ ଗଠନ ମାଧ୍ୟମରେ ଚାଷୀମାନଙ୍କୁ ଆବଶ୍ୟକୀୟ ସୂଚନା ପ୍ରଦାନ ସହିତ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ପରାମର୍ଶ ଦେଇଥିଲେ । ଏଥିସହିତ ମକା, ଫଳ, ପନିପରିବା ଆଦି ଚାଷ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାରେ "ମୋ ପୋଖରୀ' ଖନନ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଲୋକମାନଙ୍କୁ ରୋଜଗାର ଦେବା ସହିତ ଜଳସେଚନର ସୁବିଧା ସୃଷ୍ଟି କରିବା ନିମନ୍ତେ ମନ୍ତ୍ରୀ କହିଥିଲେ ।
ସେହିପରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରି ଦୁଧ , ଅଣ୍ଡା ଏବଂ ମତ୍ସ୍ୟ ଉତ୍ପାଦନରେ ଜିଲ୍ଲାଗୁଡ଼ିକୁ ସ୍ୱାବଲମ୍ବୀ କରିବା ସହିତ ବଳକା ଜିଲ୍ଲାରେ ପରିଣତ କରିବା ଦିଗରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ ।
ବୈଠକଗୁଡ଼ିକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମ୍. ମୁଥୁକୁମାରଙ୍କ ସମେତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିବା ବେଳେ କୋରାପୁଟଠାରେ ଆୟୋଜିତ ବୈଠକ ରେ ଖାଦ୍ୟ ଯୋଗାଣ ଓ ଖାଉଟି ହେଲିକାପ୍ଟର ଯୋଗେ ପ୍ରଥମେ ମାଲକାନଗିରି ପରେ ନବରଙ୍ଗପୁର ଏବଂ ଶେଷରେ କୋରାପୁଟ ଜିଲ୍ଲା ଗସ୍ତ କରିଥିଲେ |