ହେଡଲାଇନସ୍:

ଶ୍ରୀମନ୍ଦିରରେ ଏଏସଆଇ ଟିମ୍ :  ଗର୍ଭ ଗୃହ ଯାଞ୍ଚ ପାଇଁ ହେଲା ଭରା ବନ୍ଧା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ ପଟ୍ଟନାୟକ  : ଗୁରୁବାର ଏଏସଆଇର ୨ଟି ଟିମ ଶ୍ରୀମନ୍ଦିର ଯାଇ ଯାଞ୍ଚ କରିଛନ୍ତି।  ଗର୍ଭ ଗୃହ, ନାଟମଣ୍ଡପ ଓ ଜଗମୋହନ ମୁଖ୍ୟତଃ ଯାଞ୍ଚ କରାଯାଇଛି । ଚାଲିଛି ଗର୍ଭ ଗୃହ ଯାଞ୍ଚ ପାଇଁ ଭରା ବନ୍ଧା । ଏହି ଟିମରେ  କ୍ୟାମେରା ଟିମ ମଧ୍ୟ ସାମିଲ ଅଛି । ଏମାନଙ୍କ ସହ ପୂର୍ତ୍ତ ବିଭାଗ ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ତଥା ଏଏସଆଇ କୋର୍ କମିଟି ସଦସ୍ୟ ଏନ ସି ପାଲଙ୍କ ଅଧ୍ୟକ୍ଷତାରେ ଟିମ୍ ଯାଞ୍ଚ କରୁଥିବା ଜଣାପଡିଛି। 

ପୂର୍ତ୍ତ ବିଭାଗର ଚିଫ୍ ଇଞ୍ଜିନିଅର ବି କେ ତ୍ରିପାଠୀଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ମଧ୍ୟ ଯାଞ୍ଚରେ ସାମିଲ୍ ହୋଇଛନ୍ତି । ମହାପ୍ରଭୁଙ୍କର ଏହି ନବ ଦିନାତ୍ମକ ଯାତ୍ରା ମଧ୍ୟରେ ଜଗମୋହନ, ନାଟ ମଣ୍ଡପ, ଗର୍ଭ ଗୃହ ଓ ଅନ୍ୟ ସବୁ ସ୍ଥାନକୁ ଯାଞ୍ଚ କରାଯିବା ସହ କେମିକାଲ ୱାସ, ପ୍ଲାଷ୍ଟିଙ୍ଗ, ଡିପ୍ଲାଷ୍ଟିଙ୍ଗ ମଧ୍ୟ କରାଯିବ । ଫାଟ ଯାଞ୍ଚ କରାଯିବା ସହ ତାକୁ ମରାମତି  ମଧ୍ୟ କରାଯିବା ନେଇ ସୂଚନା ରହିଛି ।

0
0
0
s2sdefault