ହେଡଲାଇନସ୍:

ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତା ବଢ଼ିଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଭୁବନେଶ୍ୱର :  ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି  । ଏହାଦ୍ୱାରା କର୍ମଚାରୀଙ୍କ ମହଙ୍ଗା ଭତା ୫ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଭତା ପିଛିଲା ଭାବେ ଗତ ଜାନୁଆରୀ ମାସରୁ ଲାଗୁ ହେବ  । ସେହିପରି ସଂଶୋଧିତ ହାରରେ ପେନସନ ପାଉଥିବା ପେନସନ୍ ଧାରୀଙ୍କ ଟିଆଇ ୨ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଅଣସଂଶୋଧିତ ହାରରେ ପେନସନ୍ ପାଉଥିବା ପେନସନଧାରୀଙ୍କର ୩ପ୍ରତିଶତ ଟିଆଇ ବୃଦ୍ଧି କରାଯାଇଛି  ।  ଏହା ଦ୍ୱାରା ୩.୫ ଲକ୍ଷ କର୍ମ·ରୀ ଓ ୨ ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ  । ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ମାସରେ ମଧ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଧାରୀଙ୍କ ପାଇଁ ୧ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କରାଯାଇଥିଲା । 

0
0
0
s2sdefault