ବରଗଡ :- ଗତ ସୋମବାର ଦିନ ଝାରବନ୍ଧ ଥାନା ଅନ୍ତର୍ଗତ ତୁମୁରିପାଣି ଗ୍ରାମର ଜଣେ ବ୍ୟକ୍ତି ପାଇକମାଲ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ନାବାଳିକା ଝିଅ କାମ କରିବାକୁ ନିକଟସ୍ଥ ଚୁହାପାଲି ଗ୍ରାମର ନନ୍ଦ କିଶୋର ଶ୍ରୀବସ୍ତାଵ ର କ୍ରସର କୁ ଯାଇଥିବା ସମୟରେ , ଝିଅଟି ଏକାକୀ ଥିବାର ସୁଯୋଗ ନେଇ କ୍ରସର ମାଲିକ ଉକ୍ତ ନାବାଳିକା କୁ ଜୋରଜବରଦସ୍ତି ବଳତ୍କାର କରିଥିଲେ । ଏହି ଘଟଣା ବାବଦରେ ଜାଣିବା ପରେ ପାଇକମାଲ ପୋଲିସ ତୁରନ୍ତ ଘଟଣାର ଖୋଲତାଡ଼ ଆରମ୍ଭ କରିବା ସହିତ ଗତକାଲି ଅଭିଯୁକ୍ତ ନନ୍ଦ କିଶୋର କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଲା ଯେ ଉକ୍ତ ବଳତ୍କାର ଘଟଣାରେ ନନ୍ଦ ଶ୍ରୀବସ୍ତାଵ କୁ ତାର କ୍ରସରରେ କମକରୁଥିବା ଝାରବନ୍ଧ ଥାନା ଅନ୍ତର୍ଗତ ଗୁଠଗୁଡା ଗ୍ରାମର ବାଙ୍କନିଧି ପ୍ରଧାନ ସହଯୋଗ କରିଥିଲା । ପୋଲିସ ବାଙ୍କକୁ ମଧ୍ୟ ଥାନାକୁ ଆଣି ତଦନ୍ତ କରିଥିଲା । ପଦ୍ମପୁର SDPO ଶ୍ରୀ ପ୍ରଦୀପ କୁମାର ସାହୁ ନିଜେ ପ୍ରତ୍ୟକ୍ଷ ଭାବରେ ତଦନ୍ତ ସରିବା ପରେ ଆଜି ଅଭିଯୁକ୍ତ ନନ୍ଦ କିଶୋର ଶ୍ରୀବସ୍ତାଵ ଓ ବାଙ୍କନିଧି ପ୍ରଧାନ କୁ କେଶ ନମ୍ବର 96/20 ଧାରା 342 / 376(3)/ 109/506/34 IPC , RW ସେକ୍ସନ 6 ପକ୍ସ ଆକ୍ଟ 2012 , RW ସେକ୍ସନ 3(1)(R)(S)/ 3 (2)(v)(va)sc&st P A ଆକ୍ଟ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟକୁ ବରଗଡ଼ ଜେଲକୁ ପଠେଇ ଦିଆ ଯାଇଛି । ଏହି ଘଟଣାର ତଦନ୍ତରେ ପାଇକମାଲ DSP ଶ୍ରୀ ଦିନେଶ ନାଏକ ଓ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ସହଯୋଗ କରିଥିଲେ ।
ରାଜ୍ୟ
ବନ୍ଧା ହୋଇ ଜେଲ ଗଲେ ବଳାତ୍କାର ଅଭିଯୁକ୍ତ କ୍ରସର ମାଲିକ
- Hits: 6090