ହେଡଲାଇନସ୍:

ବାହୁଡା ପାଇଁ ବୈଠକ, ସବୁ ସେବାୟତ ଓ ପୋଲିସଙ୍କ ହେବ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ : ଡ଼ କ୍ରିଷନ କୁମାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ(ଅନିମେଶ ପଟ୍ଟନାୟକ)  ପୁରୀରେ ବାହୁଡ଼ା ଓ କୋଭିଡ୍‌ ନେଇ ଉଚ୍ଚ ସ୍ତରୀୟ ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି | ଶ୍ରୀମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ବାହୁଡା ପାଇଁ ପ୍ରସ୍ତୁତି ଓ କୋଭିଡି ସଚେତନତା ଉପରେ ଆଲୋଚନା କରାଯାଇଥିଲା |  ବୈଠକ ପରେ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ଦେଇଛନ୍ତି ଯେ ବାହୁଡା ରଥଟଣା ପୂର୍ବରୁ ସମସ୍ତ ସେବାୟତ, ପୋଲିସ ଓ କର୍ମଚାରୀ ମାନଙ୍କ ଦ୍ଵିତୀୟ ପର୍ଯ୍ୟାୟ କରୋନା ଟେଷ୍ଟ କରାଯିବ | ପ୍ରାୟ ୫୦୦୦ ଜଣଙ୍କର କୋଭିଡ ପରୀକ୍ଷା ହେବ | ରଥ ୨୮ ତାରିଖରେ ଦକ୍ଷିଣ ମୋଡ ହେବ ପୂର୍ବରୁ ଏହା ସମ୍ପନ୍ନ ହେବ | କରୋନା ନେଗେଟିଭ ଥିବା ସେବାୟତଙ୍କୁ ରଥ ଟାଣିବା ଓ ସେବାରେ ସାମିଲ କରାଯିବ | ଆଉ ପୁରୀର ସବୁ ସେବାୟତ ପରିବାରକୁ ଯୋଗାଇ ଦିଆଯିବ ମାସ୍କ ଓ ସାନିଟାଇଜର | ସେବାୟତଙ୍କ ପରିବାରର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ହେବ ୨ଟି ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରିବ | ଜିଲ୍ଲାପାଳଙ୍କ ନେତୃତ୍ବରେ ଗଠିତ ଟିମ୍‌  କୋରୋନା ସଂପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ( IEC ) ଅଭିଯାନ ଚଳାଇବେ ବୋଲି ଡ଼ କୁମାର ସୂଚନା ଦେଇଛନ୍ତି | 

0
0
0
s2sdefault