ଭୁବନେଶ୍ୱର : ଖୋର୍ଦ୍ଧାରୋଡ଼ ଠାରେ ସିକନ୍ଦରାବାଦ- ହାଓଡ଼ା ସ୍ପେସିଆଲ ଟ୍ରେନରେ ମହିଳାଙ୍କ ଜରୁରୀ ପ୍ରସବ କରିଥିବା ତଥା ପୂର୍ବତଟ ରେଳବାଇ ପକ୍ଷରୁ ସାନୁ ପ୍ରକାର ସହଯୋଗ ଓ ସୁବିଧା ଯୋଗାଇ ଦିଆଯାଇଥିବା ଜଣାପଡିଛି | ପୂର୍ବତଟ ରେଳବାଇ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁଯାୟୀ ଟ୍ରେନ ଭିତରେ ମାତୃତ୍ଵ ହାସଲ କରିଥିବା ମହିଳା ଜଣକଙ୍କ ନାମ ଏସ ଫତିମା(୩୨) | ସେ ୦୨୦୭୪ ସିକନ୍ଦରାବାଦ-ହାଓଡ଼ା ସ୍ପେସିଆଲ ଟ୍ରେନରେ ଏସ-୭ ବର୍ଥରେ ଯାତ୍ରା କରୁଥିବା ବେଳେ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା | ଏ ବିଷୟରେ ଖବର ପାଇବା ପରେ ତୁରନ୍ତ ଟ୍ରେନକୁ ଖୋର୍ଦ୍ଧା ରୋଡ ଠାରେ ଅଟକାଇ ଦିଆ ଯାଇଥିଲା | ରେଳବାଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଦଳ ଘଟଣା ସ୍ଥଳରେ ପହଂଚି ଫତିମାଙ୍କ ନିରାପଦ ପ୍ରସବ(ପୁତ୍ର ସନ୍ତାନ) କରାଇବାରେ ସମସ୍ତ ସହଯୋଗ ଓ ସେବା ଯୋଗାଇ ଦେଇଥିଲେ | ତାପରେ ସମ୍ପୃକ୍ତ ମହିଳା ଓ ନବଜାତ ଶିଶୁଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି |
ରାଜ୍ୟ
ସୁନ୍ଦର ଖବର : ଖୋର୍ଦ୍ଧାରୋଡ଼ ଠାରେ ସିକନ୍ଦରାବାଦ- ହାଓଡ଼ା ସ୍ପେସିଆଲ ଟ୍ରେନରେ ମହିଳାଙ୍କ ଜରୁରୀ ପ୍ରସବ
- Hits: 364