ହେଡଲାଇନସ୍:

ଜାତୀୟ ନିରାପତ୍ତା ପ୍ରସଙ୍ଗରେ ମୋଦିଙ୍କ ଉପରେ ୭୩ % ଲୋକଙ୍କ ଆସ୍ଥା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚାଇନା ଭାରତ ସୀମା ଉତ୍ତେଜନା ପ୍ରସଙ୍ଗ ଉପରେ ସି ଭୋଟର୍ସ ସର୍ଭେ 

ନୂଆଦିଲ୍ଲୀ (ଏସପିବି) - ଭାରତ-ଚୀନ ସୀମା ଉତ୍ତେଜନା ଭିତରେ ସର୍ବ ଭାରତୀୟ ସ୍ତରରେ ୭୩ ପ୍ରତିଶତ ଲୋକ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ଏକ ସର୍ଭେରୁ ଜଣାପଡିଛି |

ସର୍ଭେରେ ସାମିଲ ହୋଇଥିବା ଲୋକମାନେ  ମଧ୍ୟ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଉପରେ ଗଭୀର ଆସ୍ଥା ବ୍ୟକ୍ତ କରିଥିବା ବେଳେ ୭୩.୬ % ଲୋକ ବିରୋଧୀଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଭରସା ପ୍ରକଟ କରିଛନ୍ତି | ଭାରତ-ଚୀନ ସୀମା ଉତ୍ତେଜନା ଭିତରେ ଭାରତର ସର୍ବାଧିକ ଲୋକ ବିଶ୍ୱାସ କରୁଛନ୍ତି ପାକିସ୍ଥାନ ଅପେକ୍ଷା ଚାଇନା  ହେଉଛି ବଡ ସମସ୍ୟା | ସି ଭୋଟର ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ୬୮ % ଲୋକ ଚାଇବାକୁ ବାସ ସମସ୍ୟା ବୋଲି କହିଥିବା ବେଳେ ୩୨ % ଲୋକ ପାକିସ୍ଥାନକୁ ବଡ ସମସ୍ୟା ବୋଲି ଵିଵେଚନା କରିଛନ୍ତି | ସର୍ଭେରେ ସାମିଲ ୬୮% ଚୀନା ସାମଗ୍ରୀକୁ ବୟକଟ କରିବାକୁ ମତ ଦେଇଥିବା ବେଳେ ୩୧ % ଚୀନା ସାମଗ୍ରୀ ବୟକଟ କରିବାକୁ ମନ କରଦେଇଛନ୍ତି | 

0
0
0
s2sdefault