ହେଡଲାଇନସ୍:

ଆଇସିୟୁରେ ପ୍ରଭୁ ବଳଭଦ୍ରଙ୍କ ବରିଷ୍ଠ ସେବାୟତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) ପ୍ରଭୁ ବଳଭଦ୍ରଙ୍କ ବରିଷ୍ଠ ସେବାୟତ ବାଉରୀବନ୍ଧୁ ଦାସମହାପାତ୍ର ମୁଣ୍ଡରେ ଆଘାତ ପାଇଁ ଆହତ ହେବାପରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି | ଆପୋଲୋ ହସ୍ପିଟାଲର  ନ୍ୟୁରୋସର୍ଜରୀ ବରିଷ୍ଠ ବିଶେଷଜ୍ଞ ଡ଼ ଦେବବ୍ରତ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି | ଗତକାଲି ରାତି ୧୦ଟାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଶ୍ରୀ ଦାସମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଅଛି | ରାଜ୍ୟ ଯୋଜନା  ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଆପୋଲୋ ହସ୍ପିଟାଲରେ ଶ୍ରୀ ଦାସ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ତାଙ୍କ ଚିକିତ୍ସା ପାଇଁ ସମସ୍ତ ପଦକ୍ଷେପ ନେଇଥିବା ଜଣାପଡିଛି | ଅପରପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ବି ଆପୋଲୋ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସହ ଶ୍ରୀ ଦାସ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଯୋଗାଯୋଗରେ ଅଛନ୍ତି | 

0
0
0
s2sdefault