ହେଡଲାଇନସ୍:

ଯାତ୍ରୀ ଓ କର୍ମଚାରୀମାନଙ୍କ ସୁରକ୍ଷା ନିମନ୍ତେ ପୂର୍ବ ତଟ ରେଳପଥ ନେଉଛି ପଦକ୍ଷେପ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Bhubaneswar (Shasak Prashasak): ରେଳରେ ଯାତ୍ରା କରୁଥିବା ଯାତ୍ରୀ ଓ ଏହାର କର୍ମଚାରୀମାନଙ୍କ ସୁରକ୍ଷା ନିମନ୍ତେ ପୂର୍ବ ତଟ ରେଳପଥ ନେଉଛି ବ୍ୟାପକ ପ୍ରତିଷେଧକ ତଥା ନିରାପତ୍ତାମୂଳକ  ପଦକ୍ଷେପ | ଯାତ୍ରା କରୁଥିବା ଟ୍ରେନରେ  କାର୍ଯ୍ୟରତ କର୍ମଚାରୀମାନଙ୍କୁ କୋଭିଡ଼୍ ୧୯ ସଂକ୍ରମଣରୁ ସୁରକ୍ଷିତ ରଖିବା ନିମନ୍ତେ ସେମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଇଛି । ଟ୍ରେନ୍ ଯାତ୍ରା କରୁଥିବା ସମୟରେ କୋଚ୍ ଗୁଡ଼ିକୁ ବାରମ୍ବାର ସାନିଟାଇଜ୍ କରାଯାଉଛି । ଯାତ୍ରା ସମାପ୍ତ ହେବା ପରେ କୋଚ୍ ଗୁଡ଼ିକର ସମ୍ପୂର୍ଣ୍ଣ ସାନିଟାଇଜେସନ୍ ତଥା ସଂକ୍ରମଣ ମୁକ୍ତ କରାଯାଉଛି ।

ଲକ୍ଡ଼ାଉନ୍ ଏବଂ କୋଭିଡ଼୍-୧୯ ର ପ୍ରକୋପ ସତ୍ତେ୍ୱ ରେଳ ମନ୍ତ୍ରଣାଳୟ ସମଗ୍ର ଦେଶରେ ଅତ୍ୟାବଶ୍ୟକ ସେବାର ପରିବହନ ଅବ୍ୟାହତ ରଖିଥିଲା । ଆମ ଯାତ୍ରୀମାନଙ୍କର ଯାତ୍ରା ସମ୍ବନ୍ଧୀୟ ଆବଶ୍ୟକତା ପୁରଣ କରିବାପାଇଁ ସମଗ୍ର ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବ୍ୟତୀତ କେତେକ ଆନ୍ତରାଜ୍ୟ ଟ୍ରେନ୍ ସେବା ସହିତ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଓ ଅନ୍ୟାନ୍ୟ ସ୍ପେଶାଲ ଟ୍ରେନ୍ମାନଙ୍କର ଚଳାଚଳ ଜାରି ରଖିଥିଲା । ଏହି ଟ୍ରେନ୍ ଗୁଡ଼ିକର ସେବାରେ ସାମିଲ ଥିବା କର୍ମଚାରୀମାନଙ୍କ ସୁରକ୍ଷା ନିମନ୍ତେ ପୂର୍ବ ତଟ ରେଳପଥ ଅନେକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣକରିଛି । 

ଅନବୋର୍ଡ  କର୍ମଚାରୀ ମାନଙ୍କୁ ବାରମ୍ବାର ସାନିଟାଇଜର୍ ଦ୍ୱାରା ହାତ ଧୋଇବା ବ୍ୟତୀତ ସେମାନଙ୍କର ଶରୀରକୁ ସୁରକ୍ଷିତ ରଖିବା ପାଇଁ ରେଳପଥ ପକ୍ଷରୁ ଯୋଗାଇ ଦିଆଯାଇଥିବା ଫେସ୍ ମାସ୍କ, ଫେସ୍ ସିଲ୍, ହ୍ୟାଣ୍ଡ୍ ଗ୍ଲୋବ୍ସ, ଜୋତା କୁ ବ୍ୟବହାର କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ମଧ୍ୟ କର୍ତ୍ତବ୍ୟପାଳନ ସମୟରେ ସଦାବେଳେ ସତର୍କ ରହିବା ସହିତ ଯଥାସମ୍ଭବ ଦୂରତ୍ୱ ରକ୍ଷା କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । 

କୋଚ୍ ଗୁଡ଼ିକର ସାନିଟାଇଜେସନ୍ ସମୟରେ ହାଉସ୍କିପିଂ ଷ୍ଟାଫ୍ ମାନେ ବର୍ଥ, ଚଟାଣ, ଟଏଲେଟ୍ ଇତ୍ୟାଦି ସଫାକରିବା ସମୟରେ ଭଲରୂପେ ଡ଼ିସ୍ଇନ୍ଫେକ୍ଟାଣ୍ଟ୍ ବ୍ୟବହାର କରୁଛନ୍ତି । ଲୋକୋ କ୍ୟାବିନ୍ ଓ ଗାଡର଼୍ ଭ୍ୟାନ୍ ଗୁଡ଼ିକ ମଧ୍ୟ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭଲଭାବେ ସାନିଟାଇଜ୍ କରାଯାଉଛି । 

ଏହା ବ୍ୟତୀତ କର୍ମଚାରୀ ମାନଙ୍କର ଡ଼ୁ୍ୟଟି ସମ୍ପୁର୍ଣ୍ଣ ହେବା ପରେ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍ କୋଚ୍ ଗୁଡ଼ିକ ସହ ଉପଯୁକ୍ତ କ୍ୱାରେଣ୍ଟାଇନ୍ ସୁବିଧାର ବ୍ୟବସ୍ଥା କରାଯାଇଛି । ଷ୍ଟାଫ୍ ମାନେ ଯେପରି କ୍ୱାରେଣ୍ଟାଇନ୍ ସୁବିଧା କେନ୍ଦ୍ରରେ ରହଣି ସମୟରେ କୌଣସି ଅସୁବିଧା ଅନୁଭବ ନକରିବା ନିମନ୍ତେ ଉପଯୁକ୍ତ ସ୍ୱାସ୍ଥ୍ୟକର ଓ ସାନିଟାଇଜେସନ୍ ସୁବିଧା ସହିତ ସମସ୍ତ ଆବଶ୍ୟକୀୟ ନିତ୍ୟବ୍ୟବହାର୍ଯ୍ୟ ବ୍ୟବସ୍ଥା ପୂର୍ବ ତଟ ରେଳପଥ ପକ୍ଷରୁ କରାଯାଇଛି । 

ଯଦି ଅନବୋର୍ଡ  କର୍ମଚାରୀଙ୍କ ଠାରେ କୌଣସି ପ୍ରକାର ଲକ୍ଷଣ ଦେଖାଯାଏ, ତେବେ ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଉଛି ଏବଂ ସମସ୍ତ ପ୍ରକାର ଡ଼ାକ୍ତରୀ ଯତ୍ନ ଯୋଗାଇଦିଆଯାଉଛି । ପୂର୍ବ ତଟ ରେଳପଥ ରାଜ୍ୟ ସରକାରଙ୍କ ସହିତ ଅନବରତ ରୂପେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରୁଅଛି ଏବଂ ଉତ୍ତମ ଡ଼ାକ୍ତରୀ ଯତ୍ନ ଯୋଗାଇବା ସହିତ ସଂକ୍ରମଣର ବ୍ୟାପିବା ରୋକିବା ନିମନ୍ତେ ସମସ୍ତ ଉପଦେଶକୁ ପାଳନ କରୁଛି । 

କର୍ମଚାରୀ ମାନଙ୍କ ମଧ୍ୟରେ ସଚେତନତା ନିମନ୍ତେ ସେମାନଙ୍କୁ ସମସ୍ତ ପ୍ରକାର ସତର୍କତାର ନିୟମାବଳି  ଓ ମାର୍ଗଦର୍ଶିକା ଦିଆଯାଇ ସେଥିରେ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁଯାୟୀ ପୂର୍ବ ତଟ ରେଳପଥ ରେଳବାଇ ପରିସରରେ ସ୍ୱଚ୍ଛତା ରକ୍ଷା କରିବା ନିମନ୍ତେ ପଦକ୍ଷେପ କୁ ବ୍ୟାପକ କରିଛି । କୋଭିଡ଼୍ - ୧୯ ରୋଗର ସଂକ୍ରମଣକୁ ରୋକିବା ନିମନ୍ତେ ବିଭିନ୍ନ ଷ୍ଟେସନ, ଟ୍ରେନ୍ ଓ ଷ୍ଟେସନର ସର୍କୁଲେଟିଂ ଅଞ୍ଚଳ ତଥା ପ୍ଲାଟଫର୍ମ  ମାନଙ୍କରେ ସ୍ୱଚ୍ଛତାର ଆଚାର ସଂହିତା ପାଳନ କରାଯାଉଛି । ଆବଶ୍ୟକତା ଅନୁଯାୟୀ ଅନ୍ୟାନ୍ୟ ରେଲ୍ୱେ ପରିସର ଗୁଡ଼ିକରେ ମଧ୍ୟ ସାନିଟାଇଜେସନର  ବ୍ୟବସ୍ଥା କରାଯାଉଛି । 

ଭୁବନେଶ୍ୱର ଷ୍ଟେସନ ସହିତ ବିଭିନ୍ନ ଷ୍ଟେସନ ମାନଙ୍କରେ ନିଃଶୁଳ୍କ ସାନିଟାଇଜର୍ ଡ଼ିସ୍ପେନ୍ସର୍ ମେସିନ୍ ଗୁଡ଼ିକର ସ୍ଥାପନା କରାଯାଇଛି । ଯାତ୍ରୀ ଓ କର୍ମଚାରୀ ମାନଙ୍କର ଶରୀରର ତାପମାତ୍ରାକୁ ପରୀକ୍ଷା କରିବା ନିମନ୍ତେ ଭୁବନେଶ୍ୱର ଓ ବିଶାଖାପାଟଣା ଷ୍ଟେସନ ଗୁଡ଼ିକ ସହିତ ବିଭିନ୍ନ ସ୍ଥାନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭିତ୍ତିକ ଥର୍ମାଲ୍ ସ୍କାନିଂ ବଡ଼ି ଇମେଜିଂ କ୍ୟାମେରା  ଗୁଡ଼ିକର ସ୍ଥାପନା କରାଯାଇଛି । 

ଏହି ବିଶ୍ୱମହାମାରୀ ସମୟରେ ଆମ ସମାଜର ଓ ଆମ ପରିବାରର କଲ୍ୟାଣ ନିମନ୍ତେ ଆମ୍ଭେମାନେ ଦାୟୀତ୍ୱବାନ ହେବା ସହିତ ଟ୍ରେନ୍ ଯାତ୍ରା ସମୟରେ  ଦାୟୀତ୍ୱବାନ ହୋଇ  ମାର୍ଗଦର୍ଶିକାକୁ ପାଳନ କରିବା ନିମନ୍ତେ ପୂର୍ବ ତଟ ରେଳପଥ ଏହାର ସମସ୍ତ ଯାତ୍ରୀ ଓ ରେଳ ବ୍ୟବହାରକାରୀ ମାନଙ୍କୁ ପୂର୍ବତଟ ରେଳବାଇ ପକ୍ଷରୁ  ନିବେଦନ କରାଯାଇଛି ।

0
0
0
s2sdefault