ହେଡଲାଇନସ୍:

ଶେଷରେ ନିଜ ଦାୟିତ୍ୱହୀନତା ସୁଧାରିଲେ ଠିକା ସଂସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିଡ଼ବ୍ଲ୍ୟୁଡି ରୋଡକୁ ମାଡ଼ି ଆସିଥିବା କୋର୍ଟ ଫାଟକ ପିଣ୍ଡି ଭାଙ୍ଗିଲା

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଶେଷରେ ନିଜ ଦାୟିତ୍ୱ ହୀନତାକୁ ସୁଧାରିଛନ୍ତି ଠିକା ସଂସ୍ଥା | ନୟାଗଡ଼-ଭଞ୍ଜନଗର ୨୧ନମ୍ବର ରାଜ୍ୟ ରାଜପଥ ପାଶ୍ୱର୍ରେ ନୂତନ ଭାବେ ନିର୍ମିତ କୋର୍ଟ ବିଲଡିଙ୍ଗ ଫାଟକ ଉଭୟ ପାଶ୍ୱର୍ର ଲମ୍ବି ଆସିଥିବା ପିଣ୍ଡିକୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ତୃଟିପୂର୍ଣ୍ଣ ନିର୍ମାଣକୁ ଭଙ୍ଗାଯାଇଛି । ଏହି ତୃଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଏଠାରେ ଦୁର୍ଘଟଣା ବଢିବାର ସମ୍ଭାବନାକୁ ଗଣମାଧ୍ୟମରେ ସୂଚନା ଦେବା ପରେ ଏହି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଥିଲା । 

ପୂର୍ବରୁ

ସୂଚନା ଥାଉକି କ୍କୋର୍ଟ ବିଲଡିଙ୍ଗ କାର୍ଯ୍ୟ ଶେଷ ଶୋପାନରେ ପହଁଚିଥିବା ବେଳେ ଠିକା ସଂସ୍ଥା ଫାଟକ ନିର୍ମାଣ କାର୍ଯ୍ୟ ସାରିଛନ୍ତି । ଠିକାଦାର ମାନଙ୍କର ବୈଷୟିକ ଜ୍ଞାନ କୈାଶଳର ଅଭାବ ଅଥବା ବେପରୁଆ ନିର୍ମାଣ କାର୍ଯ୍ୟ ଯୋଗୁଁ ଅନେକ ସମୟରେ ବହୁ ଧନ ଜୀବନ ନଷ୍ଟ ହେଉଛି । ରାଜ୍ୟ ରାଜପଥର ଉଭୟ ପାଶ୍ୱର୍ରେ ଯାନବାହାନ ଗମନା ଗମନର ସୁବିଧା ପାଇଁ ରାସ୍ତାକୁ ଲାଗି କିିଛି ଖାଲି ସ୍ଥାନ ଛଡାଯାଇଥାଏ । ରାସ୍ତା ପାର୍ଶ୍ୱରେ  ପ୍ରାୟ ଅଢେଇ ମିଟର ଖାଲି ସ୍ଥାନ ଛାଡିବାକୁ ନିୟମ ରହିଥିବା ବେଳେ ଠିକା ସଂସ୍ଥା ଏଥିପ୍ରତି ଦୃଷ୍ଟି ନଦେଇ ପିଚୁ ସଡ଼କକୁ ଫାଟକ ଉଭୟ ପାର୍ଶ୍ୱ ପିଣ୍ଡିକୁ ଲଗାଇ ନିର୍ମାଣ କରିଥିଲେ । ହେଲେ ଏହି ଅଂଚଳ ସାଧାରଣରେ ଦୁର୍ଘଟଣା ପ୍ରବଣ କ୍ଷେତ୍ର ହୋଇଥିବା ବେଳେ ଓଡ଼ଗାଁ ଏନଏସି ମଧ୍ୟକୁ ଏହା ପ୍ରବେଶ ପ୍ରସ୍ଥାନର ମୁଖ୍ୟ ରାସ୍ତା । ଏଥି ସହିତ ଏହି ସ୍ଥାନରୁ ରାସ୍ତାଟିର ବାଙ୍କ ଆରମ୍ଭ ହେଉଥିବାରୁ ଯାନବାହାନ ଗୁଡ଼ିକ ଅନ୍ୟ ଯାନକୁ  ଅତିକ୍ରମ କରିବା ସମୟରେ ଏହି ପିଣ୍ଡ ସହିତ ଅଦୃଶ୍ୟ ଭାବରେ ଧକାଖାଇ ଦୁର୍ଘଟଣା ଗଟିବାର ସମ୍ଭାବନା ରହିଥିଲା ।

0
0
0
s2sdefault