ହେଡଲାଇନସ୍:

ରେଢାଖୋଲରେ ବିନା ରଥ ବିନାଭକ୍ତରେ ଗୁଣ୍ଡିଚାଯାତ୍ରା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ରେଢାଖୋଲ : ପବିତ୍ର ରଥଯାତ୍ରା ପାଇଁ ପ୍ରଶାସନର କଟକଣା ଯୋଗୁଁ ଆଜି ରେଢାଖୋଲ ସହର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚାଯାତ୍ରା ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ବ୍ରାହ୍ମଣ ସେବାୟତମାନେ ସକାଳ ୮ ଘଣ୍ଟା ସମୟରେ ପାରଂପାରିକ ଭାବେ ତିନି ଠାକୁରଙ୍କ ପୂଜା ସରିବାପରେ ମନ୍ଦିର ସମ୍ମୁଖକୁ ଆଣିଥିଲେ । ଏହାପରେ ସେବାୟତମାନେ ମନ୍ଦିର ପରିସର ମଧ୍ୟରେ ଘଣ୍ଟ , ଘଣ୍ଟା ,ସଙ୍ଖ ବଜାଇ ତିନିଠାକୁରଙ୍କୁ ପହଣ୍ଡିକରିବାପରେ ସିଂହଦ୍ୱାର ପାଶ୍ୱର୍ରେ ଥିବା ସ୍ଥାନରେ ମନ୍ଦିର କମିଟୀ ପକ୍ଷରୁ ନିର୍ମିତ ନୂତନ ଗୃହକୁ ଅଣାଯାଇଥିଲା । ଠାକୁରମାନେ କରୋନା ଯୋଗୁଁ ରଥରେ ଚଢି ମାଉସୀ ଘରକୁ ଯିବାକୁ କଟକଣା ଥିବାରୁ ଏହି ଗୃହରେ ହିଁ ଦଶାବତାର ବେଶ କରାଯିବ । ବାହୁଡାଦିନ ଠାକୁରମାନଙ୍କୁ ମନ୍ଦିରକୁ ନିଆଯିବ । ସମସ୍ତ ସେବାୟତ କୋଭିଡ-୧୯କୁ ମାନି ମୁହଁରେ ମାସ୍କ ପିନ୍ଧିବାସହ ହାତକୁ ସାନିଟାଇଜରରେ ସଫା କରିଥିଲେ । ମନ୍ଦିରକୁ ଯେପରି କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ , ସେଥିପାଇଁ ମନ୍ଦିର ବାହାରେ ପୁଲିସ ମୁତୟନ କରାଯାଇଥିଲା  ।

0
0
0
s2sdefault