ହେଡଲାଇନସ୍:

ଚିନ୍ତାରେ ଝାରସୁଗୁଡ଼ାବାସୀ , ଆଉ ଆଠ ନୂଆ କରୋନା ପଜିଟିଭ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡା / ସୁବାଷ ସହାରେ:  ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ-19 ମାମଲା ସଂଖ୍ୟାରେ ଦିନକୁ ଦିନ  ବୃଦ୍ଧି ହେବାରେ ଲାଗିଛି ।ଏକ ଦିଗରେ ଏହା ଜନସାଧାରଣଙ୍କ ନିମନ୍ତେ ଭୟର ବାତାବରଣ ସୃଷ୍ଟି କରୁଥିବା ବେଳେ ପ୍ରଶାସନ ନିମନ୍ତେ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଆଜି ମଧ୍ୟ ଆଉ ୮ଟି ନୂଆ ମାମଲା ସାମନାକୁ ଆସିବା ସହ ଏହି ଜିଲ୍ଲାରେ ଏପର୍ଯ୍ୟନ୍ତ ସର୍ବମୋଟ ୬୧ଟି ମାମଲା ହୋଇସାରିଛି। ନୂଆ ୮ଟି ମାମଲା ମଧ୍ୟରୁ ୫ଟି ବ୍ରଜରାଜନଗର ପୌରାଞ୍ଚଳର ଓ ୩ଟି ଝାରସୁଗୁଡ଼ା ପୌରାଞ୍ଚଳର ବୋଲି ସୂଚନା ମିଳିଛି। 

ପ୍ରଥମ ମାମଲାଟି ଝାରସୁଗୁଡ଼ାର ବେହେରାମାଲର ଶଙ୍କର ହୋଟେଲରେ ଦେୟଯୁକ୍ତ କ୍ବାରେନ୍ଟାଇନରେ ରହୁଥିବା ଜଣେ ୨୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଅଟେ। ସେ ଗତ ୧୪ ଜୁନରେ ବିମାନ ଯାତ୍ରା କରି ଦିଲ୍ଲୀରୁ ଝାରସୁଗୁଡ଼ା ଫେରିଥିଲେ। ତାଙ୍କର ସ୍ବାବ ନମୂନା ୧୯ ଜୁନରେ ସଂଗ୍ରହ କରାଯାଇଥିଲା ଓ ମଙ୍ଗଳବାର ଦିନ ଏହାର ଫଳାଫଳ ପଜିଟିଭ ଆସିଥିଲା। ପୂର୍ବରୁ ଲକ୍ଷଣ ରହିତ ଥିବା ଏହି ବ୍ୟକ୍ତି କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ତାହାର ଯାଞ୍ଚ ପ୍ରକ୍ରିୟାରେ ଅଛି ବୋଲି ସୂଚନା ମିଳିଛି। 

ଦ୍ବିତୀୟ ମାମଲା ଜଣେ ୨୮ ବର୍ଷ ବୟସ୍କ ପୁରୁଷଙ୍କ ଅଟେ। ସେ ଗତ ୧୫ ଜୁନରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରୁ ଫେରିଥିଲେ। ଝାରସୁଗୁଡ଼ା ଫେରିବା ପରେ ସେ ମଧ୍ୟ ବେହେରାମାଲ ସ୍ଥିତ ଶଙ୍କର ହୋଟେଲରେ ଦେୟଯୁକ୍ତ କ୍ବାରେନ୍ଟାଇନରେ ରହୁଥିଲେ ।ତାଙ୍କର ମଧ୍ୟ ସ୍ବାବ ନମୂନା ୧୯ ଜୁନରେ ସଂଗ୍ରହ କରାଯାଇଥିଲା ଓ ମଙ୍ଗଳବାର ଦିନ ଏହାର ଫଳାଫଳ ପଜିଟିଭ ଆସିଥିଲା।

ତୃତୀୟ ମାମଲାଟି ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କ। ଗତ ଜୁନ୍ ୧୪ ତାରିଖରେ ରାଜସ୍ଥାନର ଜୟପୁରରୁ ବିମାନ ଯୋଗେ ଫେରି ସେ ଝାରସୁଗୁଡ଼ାର ଏକତାଲିରେ ହୋମ କ୍ବାରେନ୍ଟାଇନରେ ରହୁଥିବା ଖବର ଅଛି। ତାଙ୍କର ମଧ୍ୟ ସ୍ବାବ ନମୂନା ୧୯ ଜୁନରେ ସଂଗ୍ରହ କରାଯାଇଥିଲା ଓ ମଙ୍ଗଳବାର ଦିନ ଏହାର ଫଳାଫଳ ପଜିଟିଭ ଆସିଥିଲା।

ଏହି ସମସ୍ତ ସଂକ୍ରମିତମାନେ ଗତ ଦିନମାନଙ୍କରେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ତାହାର ଯାଞ୍ଚ କରାଯାଉଛି। ଜିଲ୍ଲା ପ୍ରଶାସନ ଭୟଭୀତ ନ ହେବା ପାଇଁ, ଶାରୀରିକ ଦୂରତା ବଜାୟ ରଖିବା ପାଇଁ ଓ ନିୟମ କାନୁନ ମାନି ଚଳିବା ପାଇଁ ଜନତାଙ୍କୁ ସଚେତନ କରିଛନ୍ତି।

0
0
0
s2sdefault