ହେଡଲାଇନସ୍:

ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଜରାନିବାସରେ ରାସନ ସାମଗ୍ରୀ ବଣ୍ଟନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର: (ରମାକାନ୍ତ ବିଶ୍ବାଳ ): ପବିତ୍ର ରଥ ଯାତ୍ରା ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ  ଏବଂ ସାମାଜିକ  ସଂଗଠନ  ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ  ହୁମା ବୀର ସୁରେନ୍ଦ୍ର ସାଏ ଜରାନିବାସ ରେ ରାସନ ସାମଗ୍ରୀ, ଗାମୁଛା, ମାସ୍କ ଆଦି  ବଣ୍ଟନ କରାଯାଇଛି ।  ନିଜ ପରିବାର ସଦସ୍ୟ  ମାନଙ୍କ ଠାରୁ  ଜରା ନିବାସ ରେ ରହୁଥିବା  ଅନ୍ତେବାସୀ ଙ୍କ ସହ ପଶ୍ଚିମାଞ୍ଚଳ ଏକତା ମଂଚ ର ସଦସ୍ୟ  ମାନେ କିଛି ସମୟ  ଅତିବାହିତ  କରିଥିଲେ । ସେମାନଙ୍କ ମନ କଥା ଶୁଣିବା ସହ ରଥଯାତ୍ରା  ଅବସରରେ  ଭଗବତ  ବିଚାର  ବିଷୟରେ  ଆଲୋଚନା  କରିଥିଲେ ।ପଶ୍ଚିମାଞ୍ଚଳ ଏକତା ମଂଚ ଯୁବ ସଂଗଠକ ନିଶିକାନ୍ତ ବିଶ୍ବାଳଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଏକତା ମଂଚ ର କେନ୍ଦ୍ରୀୟ କାର୍ଯ୍ୟକ୍ରମ ସଂଯୋଜିକା  ଗୀତାରାଣୀ ପଣ୍ଡା,  ସୁବୋଧ କୁମାର  ଦୋରା,ପଙ୍କଜିନୀ ମେହେର,କାନ୍ତି ମେହେର,ଆଭାସ ପଣ୍ଡା,ରାଜେଶ ସ୍ବାଇଁ,ରାହୁଲ ଗୁପ୍ତା,ଦେବାଶିଷ ବେହେରା ପ୍ରମୁଖ  ଉପସ୍ଥିତ ରହି ସହଯୋଗ କରିଥିଲେ

0
0
0
s2sdefault