ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ହୀରାକୁଦ ବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୨୫ ତାରିଖ ଗୁରୁବାର ଦିନ ମହାନଦୀକୁ ଛଡ଼ାଯିବ। ଏନେଇ ଆଜି ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ଜାରି ହୋଇଛି । ସଠିକ୍ ସମୟରେ ମୌସୁମୀ ଆସି ଭଲ ବର୍ଷା ହୋଇଥିବାରୁ ହୀରାକୁଦର ଜଳସ୍ତର ଆଜି ୬୧୫ ଫୁଟ୍ ଅତିକ୍ରମ କରିସାରିଛି । ରୁଲ୍ କର୍ଭ ଅନୁଯାୟୀ, ଜୁଲାଇ ୧ ତାରିଖ ସୁଦ୍ଧା ସର୍ବନିମ୍ନ ୫୯୫ ଫୁଟ୍ ରହିବା କଥା । ହେଲେ ଜଳଭଣ୍ଡାରରେ ବର୍ତ୍ତମାନ ୨୦ ଫୁଟ୍ ଅଧିକ ପାଣି ଥିବାରୁ ଜଳ ନିଷ୍କାସନ ଜରୁରୀ। ବନ୍ୟାଜଳ ନିଷ୍କାସନ ପାଇଁ ତଳମୁଣ୍ଡରେ ସତର୍କତା ସୂଚନା ଜାରି କରାଯାଇଛି । ବିନା ଲଘୁଚାପରେ କିଛିଦିନ ହେଲା ହୀରାକୁଦର ଉପରମୁଣ୍ଡରେ ଭଲ ବର୍ଷା ହୋଇଛି । ଏପରିକି କ୍ରମାଗତ ୫ ଦିନ ଧରି ହାରାହାରି ୨୦ରୁ ୫୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇଆସିଛି ।
ରାଜ୍ୟ
ଗୁରୁବାର ହୀରାକୁଦ ବନ୍ଧରୁ ମହାନଦୀକୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ
- Hits: 397