ହେଡଲାଇନସ୍:

ଉଷାକୋଠି ଅଭୟାରଣ୍ୟ ବଡ଼ରମାରୁ ଚିତା ବାଘର ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଠ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ବାମରା ଡିଭିଜନ ବଡ଼ରମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁତବ ଗ୍ରାମରେ ଆଜି ଏକ ଚିତା ବାଘ ର ମୃତ ଦେହ ଉଦ୍ଧାର ହୋଇଛି l ବାଘ ଟି ଗତ ୪/ ୫ ଦିନ ହେବ କୁତବ ଗ୍ରାମ ନିକଟ ଅଭୟାରଣ୍ୟ ର ୭ ନମ୍ବର ୱାଚ ଟାୱାର ନିକଟ କୁଦାନଖୋଳ ନାମକ ଏକ ଗୁମ୍ଫା ରେ ମରି ପଡି ଥିବାର ଗ୍ରାମବାସୀ ଦେଖି ବନ ବିଭାଗ କୁ ସୂଚନା ଦେଇଥିଲେ l ଗ୍ରାମବାସୀ ଙ୍କ ଠାରୁ ବନ ବିଭାଗ କର୍ମଚାରୀ ମାନେ ସୂଚନା ପାଇ ଘଟଣା ସ୍ଥଳରେ ପହଂଚି  ମୃତ ବାଘ କୁ ଉଦ୍ଧାର କରିଥିଲେ l ଜମନକିରା ବ୍ଲକ ପଶୁ ଚିକିତ୍ସକ ଡ. ଏସ.ପି. ସିଂ ବରିହା  ବାଘ ର ଶବ ବ୍ୟବଛେଦ କଲା ପରେ ବନ ବିଭାଗ କର୍ମଚାରୀ ମାନେ ସେହି ନିକଟରେ ମାଟିରେ  ପୋତି ଦେଇଥିଲେ l ଏହି ସ୍ଥାନଟି  ସମ୍ବଲପୁର ଦେବଗଡ଼ ୫୩ ନମ୍ବର ଜାତୀୟ ରାଜପଥ ରୁ ମାତ୍ର ୧୦ କିଲୋମିଟର ଦୂର ଅଟେ l ଘଟଣା ସ୍ଥଳକୁ ସମ୍ବଲପୁର ଆରସିସିଏଫ ଚିତ୍ତ ରଞ୍ଜନ ମିଶ୍ର, ବାମରା ଡ଼ିଏଫଓ ନୃସିଂହ ଚରଣ ମିଶ୍ର, ଏସିଏଫ ଯଦୁମଣି କେର୍କେଟା, ରାଜେନ୍ଦ୍ର କୁମାର ନାୟକ, ପ୍ରମୁଖ ପହଂଚିଥିଲେ l ବଡ଼ରମା ଫରେଷ୍ଟର  ରଞ୍ଜନ କୁମାର ଜିତ, କଦଳୀପାଳ  ଫରେଷ୍ଟର ସୁବୋଧ କୁମାର ମାଝୀ, କୁତବ ଫରେଷ୍ଟ ଗାର୍ଡ ରିତୁ ରଞ୍ଜନ ଭୋଇ, ଫରେଷ୍ଟ ଗାର୍ଡ ପରେଶ ନାୟକ,ଫରେଷ୍ଟ ଗାର୍ଡ  ସ୍ମିତା ତିର୍କି ଓ ଫରେଷ୍ଟ ଗାର୍ଡ  କୃପାସିନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ବାଘଟି ବୟସାଧିକ କାରଣ ଯୋଗୁଁ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଠ ରହିଛି l ଅନ୍ୟ ପକ୍ଷରେ କିନ୍ତୁ ଶିକାରୀ ମାନେ ବାଘ କୁ ମାରି ଦେଇ ଏଭଳି କରିଥାଇ ପାରନ୍ତି ବୋଲି ଅଂଚଳରେ ଚର୍ଚ୍ଚା ହେଉଛି l  ବାଘର ମୃତଦେହ ମିଳିବା ପରେ ଅଞ୍ଚଳବାସୀ ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି l ତେବେ ଘଟଣା ର ତଦନ୍ତ କରିବାକୁ ଦାବୀ ହୋଇଛି l

0
0
0
s2sdefault