ହେଡଲାଇନସ୍:

ନାବାଳିକାକୁ  ଅସଦାଚରଣ କରି ବ୍ୟବସାୟୀ ଗିରଫ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ପାଇକମାଲ ଗ୍ରାମର ରମେଶ କୁମାର ଅଗ୍ରୱାଲ  ଓରଫ ଭାଲୁ ନାମକ ଜଣେ ଯୁବକ ଜୈନେକ ନାବାଳିକାଙ୍କୁ ଅସଦାଚରଣ କରି ଗିରଫ ହେଇଥିବା ପାଇକମାଲ ପୋଲିସ ଜଣାଇଛି । ଗତତବାରୁ ପ୍ରକାଶ ଯେ ଗତ କାଲି ରମେଶ ଜଣେ ନାବାଳିକାଙ୍କୁ ଜବରଦସ୍ତି ନିଜର ସ୍କୁଟି ରେ ହାତ ଟାଣି ବସେଇବାର ଉଦ୍ୟମ କରିବା ସହିତ ଅଳ୍ପ ସମୟ ପାଇଁ ପାଞ୍ଚଶହ ଟଙ୍କା ଦେବା ପାଇଁ କହିଥିଲା । ନାବାଳିକା ଜଣକ କୋଣସି ମତେ ନିଜ ଘରକୁ ଯାଇ ଘରଲୋକଙ୍କୁ ଏହି ଘଟଣା ବାବଦରେ କହିବା ପରେ ଥାନାରେ ଏନେଇ ଅଭିଯୋଗ ହେଇଥିଲା । ଅଭିଯୋଗ ପାଇବା ପରେ ପାଇକମାଲ ପୋଲିସ ତୁରନ୍ତ କାର୍ଯନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ରମେଶ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ASI ପ୍ରଫୁଲ୍ଲ ପାଣିଗ୍ରାହୀ ପାଇକମାଲ ଥାନାରେ କେଶ ନମ୍ବର 97/20 ଧାରା ୩୪୧ , ୩୫୪ (୧)(!!) ଓ 12 ପକ୍ସଓ ଆକ୍ଟ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

0
0
0
s2sdefault