ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଏକ କ୍ରସରକୁ କାମ କରିବାକୁ ଆସିଥିବା ଜଣେ ଦଳିତ ନାବାଳିକା କୁ ଉକ୍ତ କ୍ରସର ର ମାଲିକ ବଳତ୍କାର କରିଥିବା ଅଭିଯୋଗ ହେଇଛି । ପିଡିତା ନାବାଳିକା ଝିଅର ବାପାଙ୍କର ଅଭିଯୋଗ କ୍ରମେ ପାଇକମାଲ ପୋଲିସ ଥାନାରେ କେଶ ନମ୍ବର 96 / 20 ରୁଜୁ କରି କଥିତ ଅଭିଯୁକ୍ତ କ୍ରସର ର ମାଲିକ ନନ୍ଦ କିଶୋର ଶ୍ରୀବସ୍ତାଵକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ନାବାଳିକା ର ବାପା ଙ୍କର କହିବା ମୁତାବକ ରବିବାର ଦିନ ଝିଅ କାମ କରିବାକୁ କ୍ରସରକୁ ଆସିଥିଲା । କ୍ରସରର ମାଲିକ ଝିଅଟିକୁ ତାଙ୍କର ଅଫିସକୁ ଡାକି ଝିଅ ସହିତ ଦୁଷ୍କର୍ମ କରିଥିଲେ । ଏହି ଘଟଣାକୁ ନେଇ ସୋମବାର ଥାନାରେ ଅଭିଯୋଗ ହେବାପରେ ନନ୍ଦ କିଶୋର ଶ୍ରୀବସ୍ତାଵ କୁ ପୋଲିସ ଅଟକ ରଖିଛି । ଏକ ଅଟୁ ସମ୍ବେଦନଶୀଳ ଘଟଣା ହେଇଥିବା କାରଣରୁ ପୋଲିସ ତରଫରୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ବର୍ତମାନ ଘଟଣାର ତଦନ୍ତ ଜରିରହିଛି , ତଦନ୍ତ ସରିବା ପରେ ଘଟଣା ର ସମସ୍ତ ବିବରଣୀ ପ୍ରଦାନ କରାଯିବ ବୋଲି ପଦ୍ମପୁର SDPO ଶ୍ରୀ ପ୍ରଦପ କୁମାର ସାହୁ ଜଣାଇଛନ୍ତି ।
ରାଜ୍ୟ
ଦଳିତ ନାବାଳିକାକୁ ବଳତ୍କାର :ପୋଲିସ କବଜାରେ କଥିତ ଅଭିଯୁକ୍ତ
- Hits: 2568