ହେଡଲାଇନସ୍:

·ସଫଳତା ସହ ସମ୍ପନ୍ନ ଶ୍ରୀଗୁଣ୍ଡିଚା ଯାତ୍ରା : ମୁଖ୍ୟମନ୍ତ୍ରୀ ଜଣାଇଲେ କୃତଜ୍ଞତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମସ୍ତଙ୍କୁ ବିଶେଷକରି ସେବାୟତ, ପୁରୀ ଜିଲ୍ଲା ପଶାସନ, ଶ୍ରୀ ମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ପୁରୀର ଜନସାଧାରଶକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି। ଯଦିଓ ଏଥର କରୋନା କଟକଣା ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଯାଇପାରିନଥିଲେ ମଧ୍ୟ ଲୋକସେଭା ଭବନ ଓ ନିଜ ବାସଭବନରେ କରିଛନ୍ତି ପ୍ରଭୁଙ୍କ ଦିବ୍ୟଲୀଳାର ସନ୍ଦର୍ଶନ |

ପ୍ରତିବର୍ଷ ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀମନ୍ଦିର ସମ୍ମୁଖରେ ଲୋକାର୍ପିତ ହୋଇଥାଏ ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥ ସଂଖ୍ୟା ।  ହେଲେ ଏଥର କରୋନା କଟକଣା ପାଇଁ ତାହା ସମ୍ଭବ ହୋଇପାରିନି । ଆଜି ତାହାଲୋକାର୍ପିତ ହୋଇଛି ଲୋକ ସେବା ଭବନରେ । ସେପଟେ ବଡଦାଣ୍ଡରେ ରଥ ଗଡ଼ିଲା ବେଳକୁ  ଏପଟେ ଲୋକସେବା ଭବନରେ ଲୋକାର୍ପିତ ହୋଇଥିଲା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା । ଏ ଅବସରରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ  ସଚିବ ତଥା ୫ ଟି ସଚିବ ଭିକେ ପାଣ୍ଡିୟାନ ଓ ଓଡିଶା ରିଭ୍ୟୁ -ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ ମହାନ୍ତି |  

0
0
0
s2sdefault