ହେଡଲାଇନସ୍:

ଲୀଳା ରଚିଲେ ଲୀଳାମୟ, ହୋଇଲା ଭକତର ଜୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  • ରତ୍ନ ବେଦି ଛାଡି ଜନ୍ମ ବେଦି ମୁହାଁ ଜଗତ ଠାକୁର 

  • ଭକତ ନଥିଲେ ସିନା , ଭକ୍ତି ଟାଣିନେଲା ତିନି ରଥ

  • ଗୁଣ୍ଡିଚା ଘରେ ପହଞ୍ଚିଲେ ତିନି ଠାକୁର, ଚାଲିବ ନବଦିନ ବ୍ୟାପି ଦିବ୍ୟ ଲୀଳା 

 ପୁରୀ/ଅନିମେଶ ପଟ୍ଟନାୟକ : ନାଇଁ ର ଆଶଙ୍କା ଆଚ୍ଛାଦିତ କରିଥିଲା ଜଗନ୍ନାଥପ୍ରେମୀଙ୍କ ଭିତରେ | ତଥାପି ଯାହା ଚାଲିଛି ତାହା କାଳିଆ ଠାକୁରଙ୍କ ଲୀଳା ଭାବି ବିଶ୍ୱାସରେ ଥିଲା ଭକତ | କରୋନା ମହାମାରୀର ପ୍ରକୋପ ଭିତରେ ଯେତେବେଳେ ରଥ ଗଡ଼ିବାର ସମ୍ଭାବନା ଶୂନ୍ୟ ଥିଲା, ସେଠି ଆଜି ସଫଳତାର ସହ ସମ୍ପନ୍ନ ହେଲା ସେଇ ଲୀଳାମୟଙ୍କ ଦୟାରୁ | ରାଜ୍ୟବ୍ୟାପୀ ରାଜନୈତିକ ଚଷୁକୁଟା ଚାଲିଥିବା ବେଳେ  ଭକତର ଭକ୍ତି ଆଗରେ ବାଧ୍ୟ ହେଲେ ଆଉ ଅସହାୟ ହେଲେ  ଲୀଳାମୟ , ଶେଷରେ ହେଲା ଭକତର ଆଉ ଭକତିର ଜୟ |  ନଥିଲା ସେ ଭିଡ, ବଡଦାଣ୍ଡ ଶୂନ୍ୟ ଥିଲା |  ନଥିଲା ଠେଲାପେଲା | ଯେଉଁଠି ରଥ ଟାଣିବାକୁ  ଲକ୍ଷ ଲକ୍ଷ ଲୋକଙ୍କ ହାତ ଲାଗୁଥିଲା , ତାକୁ ଟାଣିନେଲେ ମାତ୍ର ହାତଗଣତି କେଇ ସହ ସେବାୟତ | ନବବିନା ବ୍ୟାପି ଲୀଳା ଖେଳା କରିବାକୁ  ରତ୍ନବେଦୀ ଛାଡି ଜନ୍ମବେଦୀ ନିକଟରେ ଲାଗିଗଲା ତିନି ଠାକୁରଙ୍କ ରଥ | ଘରେ ଟିଭି ଆଉ ମୋବାଇଲ ପରଦାରେ କାଳିଆ ଠାକୁରଙ୍କ ଦିବ୍ୟ ଲୀଳା ଦେଖି ଭକ୍ତ ବି ଆଶ୍ୱସ୍ତ | ସୁପ୍ରିମକୋର୍ଟଙ୍କ ଗାଇଡ଼ଲାଇନ, କେନ୍ଦ୍ର ସରକାରଙ୍କ କରୋନା କଟକଣା ପ୍ରଟୋକଲ, ଯଥା ସମ୍ଭବ ସାମାଜିକ ଦୂରତ୍ୱ, ଶୃଙ୍ଖଳିତ ନୀତିକାନ୍ତି ଭିତରେ ଆଜି ସଫଳତାର ସହ ସମ୍ପନ୍ନ ହେଲା ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ବିଧି | ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ରଖିଲେ ପ୍ରତିଶ୍ରୁତି | ଆଉ ବିଶ୍ୱ ଆଗରେ ଶୃଙ୍ଖଳିତ ରଥଯାତ୍ରା କେମିତି ହୋଇପାରେ ତିରୋଟ କାଳରେ, ଦେଖାଇ ଦେଲା ଓଡ଼ିଆ ଜାତି | ଆଉ ସବୁରି ଉପରେ ସେଇ କାଳିଆ ଠାକୁରଙ୍କ ଆଶୀର୍ବାଦ ଆଇ ଇଛା |  

ପବିତ୍ର ରଥଯାତ୍ରାର ନୀତି ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା । ସକାଳ ୭:୨୫ରୁ ମହାପ୍ରଭୁମାନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୯:୩୦ ରେ ଶେଷ ହୋଇଥିଲା । ଗୋଟିଏ ପରେ ଗୋଟିଏ ମହାପ୍ରଭୁ ଚିରାଚରିତ ଭାବେ ଟାହିଆ ହଲେଇ ରଥରେ ବିଜେ କରିଥିଲେ । ପରେ ପରେ ଜଗତଗୁରୁ ଶଂକରାଚାର୍ଯ୍ୟ ରଥ ଉପରେ ତିନି ଠାକୁରଙ୍କ ଦର୍ଶନ କରିଥିଲେ । ସକାଳ ୧୦:୩୦ରେ ଛେରାପହଁରା ନୀତି ଆରମ୍ଭ ହୋଇଥିଲା । ଗଜପତି ମହାରାଜ ଦିବ୍ୟ ସିଂହ ଦେବ ତିନି ରଥରେ ଛେରାପହଁରା ନୀତି କରିଥିଲେ । ୧୧:୪୫ ମିନିଟରେ ଛେରାପହଁରା ସରିଲା ପରେ ଚାରମାଳ ଖୋଲାଯାଇ ଘୋଡା ଯୋଖା ଯାଇଥିଲା । ଠକ୍ ମଧ୍ୟାହ୍ନ ୧୨ଟାରେ ରଥ ଟଣା ଆରମ୍ଭ ହୋଇଥିଲା । ସେବାୟତ ମାନେ ଶୃଙ୍ଖଳାର ସହିତ ରଥଟଣା ଆରମ୍ଭ କରିଥିଲେ।  ସମୟ ୩:୫୨ରେ ତାଳଧ୍ୱଜ,୪ ଟା୧୧ରେ ଦର୍ପଦଳନ ଲାଗିବା ପରେ ୫ଟା ୧୦ ରେ ନନ୍ଦିଘୋଷ   ଗୁଣ୍ଡିଚା ଘରେ ଲାଗିଥିଲା ।

ଅନ୍ୟପଟେ ଲୀଳାମୟଙ୍କ ବଡଦାଣ୍ଡର ଲୀଳା ଦେଖିବାକୁ ନଥିଲେ ଭକ୍ତ ମାନେ । ଖାଁଖାଁ ଥିଲା ପୁରା ବଡଦାଣ୍ଡ ।ପୋଲିସ ଛାଉଣିରେ ଥିଲା ପୁରା ବଡଦାଣ୍ଡ । ଯେଉଁଠି ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କୁ ବାକି ଆଣନ୍ତି କାଳିଆ ସାଆନ୍ତ । ଆଜି ସେ ନିଜେ ଭକ୍ତ ମାନଙ୍କୁ ସୁରକ୍ଷା ଦେଇ ନିଜେ ଏକୁଟିଆ ବିଶ୍ୱ ଯାତ୍ରାରେ ଆଗେଇ ଚାଲିଲେ । ସତେ ଯେପରି କାଳିଆ ସାଆନ୍ତ ନିଜ ଭକ୍ତ ମାନଙ୍କୁ ଘରେ ସୁରକ୍ଷିତ ରଖି କରୋନା ଦମନରେ ବାହାରିଛନ୍ତି । 

ଗୁରୁତ୍ୱପୂର୍ଣ୍ଣ  କଥା ହେଲା ରଥ ଉପରେ ଏଥର ନଥିଲେ ସେବାୟତ । ପୁରା ରଥ ଖାଲି ପଡିଥିଲା।  ସମସ୍ତ ସେବାୟତମାନେ ରଥଟଣାରେ ସହଯୋଗ କରିଥିବା ଦେଖାଯାଇଥିଲା । ପ୍ରଶାସନକୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

0
0
0
s2sdefault