ହେଡଲାଇନସ୍:

୧୪୪ ଧାରାରେ ସବୁ ଶ୍ରୀଜଗନ୍ନାଥ ମନ୍ଦିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ବାରିପଦା ସହିତ ମୟୂରଭଞ୍ଜ ଜିଲ୍ଲାର ୧୦୧ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଜାରି

  • ଜୁନ ୨୩ ସକାଳ ୫ରୁ ଜୁନ ୨୫ ପର୍ଯ୍ୟନ୍ତ ମନ୍ଦିରଠାରୁ ୫ ଶହ ମିଟର ବ୍ୟବଧାନକୁ ନେଇ କଟକଣା ଲାଗୁ

  • ମହାପ୍ରଭୂଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ, ମନ୍ଦିର ପାର୍ଶ୍ୱ ରାସ୍ତାରେ ଚଳପ୍ରଚଳ କରି ପାରିବେ ନାହିଁ ଗାଡ଼ିଘୋଡ଼ା ଓ ଜନସାଧାରଣ

ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁନ ୨୩ରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂଙ୍କ ପହଣ୍ଡି ବିଜେ, ୨୪ ଓ ୨୫ରେ ରଥ ଟଣା କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ମହାପ୍ରଭୂଙ୍କୁ ଦର୍ଶନ ନିମନ୍ତେ ଜନସମାଗମ ହେବାକୁ ଏଡ଼ାଇ ଦେଇ ହେବ ନାହିଁ । ଫଳରେ କରୋନା ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ତେଣୁ ଜନସାଧାରଣଙ୍କ ବୃହତ୍ତର ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି  ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସିୁଆ ପିସି ଧାରା ଅଣ୍ଡର ସେକ୍ସନ ୧୩୪/୬୨ ପ୍ରୟୋଗ ମାଧ୍ୟମରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ସହିତ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକଗୁଡ଼ିକରେ ଥିବା ୧୦୧ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଜାରି କରିଛନ୍ତି । ଏହା ଜୁନ ୨୩ ସକାଳ ୫ରୁ ଜୁନ ୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ମନ୍ଦିରଠାରୁ ୫ ଶହ ମିଟର ବ୍ୟବଧାନକୁ ନେଇ କଟକଣା ଲାଗୁ କରାଯାଇଛି । ଏହି ସମୟରେ କୌଣସି ଭକ୍ତ ମହାପ୍ରଭୂଙ୍କୁ ଦର୍ଶନ କରିପାରିବେ ନାହିଁ । ଏଥି ସହିତ ମନ୍ଦିର ସଂଗଲଗ୍ନ ରାସ୍ତାରେ ଦେଇ କୌଣସି ଗାଡ଼ି ମୋଟର ଓ ଜନସାଧାରଣଙ୍କ ଚଳପ୍ରଚଳକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । କୌଣସି ବ୍ୟକ୍ତି ଏହି ଆଦେଶନାମାକୁ ଅବମାନନା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି କୁହାଯାଇଛି । ପ୍ରକାଶ ଥାଉକି, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୂ ଓ ସାନ ଜଗନ୍ନାଥ ମହାପ୍ରଭୂଙ୍କ ମନ୍ଦିର ସହିତ ବଡ଼ସାହି ବ୍ଲକର ୧୧,ମ ମୋରଡ଼ା ବ୍ଲକର ୯, ରାସଗୋବିନ୍ଦପୁର ବ୍ଲକର ୭,  ଯଶୀପୁର ବ୍ଲକର ୬ ଆଦି ୨୬ଟି ବ୍ଲକ ସହିତ  ରାଇରଙ୍ଗପୁର ପୌରପରିଷଦ, କରଞ୍ଜିଆ ଓ ଉଦଳା ଆଦି ବିଜ୍ଞାପିତ କ୍ଷେତ୍ର ପରିଷଦ ଆସ୍ରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଥିବା ସମୟରେ ପୁଲିସ, ଦେବୋତ୍ତର ବିଭାଗ ଓ ସରକାରୀ କର୍ମଚାରୀ , ଜରୁରୀ ସେବା ପ୍ରଦାନକାରୀ କର୍ମଚାରୀ ଏବଂ ସେମାନଙ୍କ ଗାଡ଼ିମୋଟର ଏଥିରୁ ବାଦ ଦିଆଯାଇଛି ।

0
0
0
s2sdefault