ହେଡଲାଇନସ୍:

ସରକାରଙ୍କ ନିର୍ଦ୍ଦେଶକୁ ବାସି ପାଣିରେ "ସି" କରୁନାହାନ୍ତି ସରକାରୀ କର୍ମଚାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କରୋନା କଟକଣା ମଧ୍ୟରେ କର୍ମଚାରୀ ଛଟେଇ ସରକାରଙ୍କ ଦୋମୁହାଁ ନୀତି

୨୦/୨୫ ବର୍ଷ ସେବା ଯୋଗାଇବା ପରେ ଛଟେଇ

ବାରିପଦା(ଦିଲ୍ଲୀପ ମହାନ୍ତି )- ସରକାରଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି ସରକାରୀ ବାବୁ । କରୋନା କଟକଣା ମଧ୍ୟରେ କର୍ମଚାରୀ ଛଟେଇ ଉପରେ ସରକାର କଟକଣା ଲଗାଇଥିବା ବେଳେ ସରକାରୀ ବାବୁ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଛଟେଇ ନିଦେ୍ର୍ଧଶ ଦେଉଛନ୍ତି । ପୁଣି କୌଣସି କାରଣ ନ ଥାଇ ୨୦/୨୫ ବର୍ଷ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସିବା ପରେ କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି । ଏହିଭଳି ସ୍ପର୍ଶକାତର ଘଟଣା ପରିଲକ୍ଷିତ ହୋଇଛି । ଖବରମୁତାବକ ବାରିପଦା ବନଖଣ୍ଡ ଅଧୀନରେ ଫରେଷ୍ଟ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ ଭାବେ ୧୫/୨୦ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଶତାଧିକ କର୍ମଚାରୀମାନଙ୍କୁ ଗତ ଏପ୍ରିଲ ମାସରେ ହଠାତ୍ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟ ଅଧୀନକୁ ପଠାଇ ଦିଆଗଲା । ଏହି ସମୟରେ ଗତ ମେ ୨୦ରେ ଡ଼ୁକୁରା ରେଞ୍ଜ ଅଧିକାରୀ କର୍ମଚାରୀମାନଙ୍କୁ ଡ଼କାଇ କୌଣସି କାରଣ ନ ଦର୍ଶାଇ ଚାକିରୀରୁ ଛଟେଇ କରି ଦିଆଗଲା ବୋଲି ଜଣାଇଦେଇଥିଲେ । ବର୍ତ୍ତମାନ ଛଟେଇ ହୋଇଥିବା ଫରେଷ୍ଟ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କର୍ମଚାରୀମାନଙ୍କ ଭବିଷ୍ୟତ କଣ । ସେମାନେ ଯିବେ କୁଆଡେ଼ । ବନ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ବେଳେ କାଠ ମାଫିଆମାନଙ୍କୁ ଧରାଇବା ସହିତ ଶିକାରୀମାନଙ୍କୁ ଧରିବା ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ । ଏହି ସମୟରେ ଛଟେଇ ହୋଇ ଗ୍ରାମକୁ ଗଲେ କାଠ ମାଫିଆମାନଙ୍କ ଆକ୍ରମଣର ଶିକାର ହେବେ ଏବଂ ଜଣେ କର୍ମଚାରୀଙ୍କୁ କାଠ ମାଫିଆ ଆକ୍ରମଣ କରିଥିବାର ଅଭିଯୋଗ ମଧ୍ୟ ରହିଛି । ଭାବେ ୧୫/୨୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ସମୟରେ ଏହି କର୍ମଚାରୀମାନଙ୍କ ନିକଟରୁ ଇପିଏଫ ଆଦି କଟାଯାଉଥିବା ବେଳେ ସେମାନଙ୍କୁ କୌଣସି କାରଣ ନ ଥାଇ ଛଟେଇକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଫରେଷ୍ଟ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କର୍ମଚାରୀମାନେ । ପୁଣି ଡ଼ୁକୁରା ରେଞ୍ଜ ଅଧୀନରେ କାର୍ଯ୍ୟ କରୁଥିବା ଫରେଷ୍ଟ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କର୍ମଚାରୀମାନଙ୍କ କ୍ଷେତ୍ରରେ ଏହି ଛଟେଇ ଆଇନ ବାଦ ପଡ଼ିଯାଇଛି । ଫଳରେ ଆଜି ଛଟେଇ ହୋଇଥିବା ଭରତ ସିଂ, ମାଧ ସିଂ, ଗଜେନ୍ଦ୍ର ସିଂ, ଗୌର ମୋହନ ସିଂ, ସୁଶାନ୍ତ ସିଂ, ଜ୍ଞାନେନ୍ଦ୍ର ସିଂ, ଅନୀଲ ନାଏକ, ସଞ୍ଜୟ ବେହେରା ପ୍ରମୁଖ ବାରିପଦା ଭଞ୍ଜପୁରସ୍ଥିତ ଉପକ୍ଷେତ୍ର ନିର୍ଦ୍ଦେଶକ , ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟର ସମ୍ମୁଖରେ ଧାରଣାରେ ବସିଥିଲେ । ସମାଜସେବୀ ତଥା ଦଳିତ ଆଦିବାସୀ ମହାସଂଘ ସଭାପତି ରାକେଶ ସିଂ ଏହି ଛଟେଇକୁ ବେଆଇନ ବୋଲି କହିଛନ୍ତି । ଏଥି ସହିତ ବନ ବିଭାଗ ଶତାଧିକ ଫରେଷ୍ଟ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କର୍ମଚାରୀମାନଙ୍କୁ କୌଣସି କାରଣ ନ ଥାଇ ଛଟେଇ କରି ସେମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳିଛି । ସେମାନଙ୍କ ପ୍ରତି ମଅନ୍ୟାୟ କରିବା ସହ ପରିବାର ପେଟରେ ଗୋଇଁଠା ମାରି ଆହାର ଛଡ଼ାଇ ନେଇଛି । ଦଳିତ ଆଦିବାସୀ ମହାସଂଘ ଚୁପ ହୋଇ ବସିରହିବ ନାହିଁ । ସେମାନଙ୍କୁ ନ୍ୟାୟ ଦେବା ନିମନ୍ତେ ଆନେ୍ଦାଳନକୁ ଉହ୍ଲାଇ ଆସିବାକୁ ବାଧ୍ୟ ହେବ । ତେଣୁ ସରକାର ଏହାକୁ ଗୁରୁତ୍ୱ ଦେଇ ଛଟେଇ କର୍ମଚାରୀମାନଙ୍କୁ ପୁର୍ନନିଯୁକ୍ତି ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଦଳିତ ଆଦିବାସୀ ମହାସଂଘ ।

0
0
0
s2sdefault