ହେଡଲାଇନସ୍:

ଓଡ଼ିଶା ଦକ୍ଷତା-୨୦୧୮ ପ୍ରତିଯୋଗିତା ୨୯ରୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

24-04-18-SKILL-ODISHA-w.jpg - 66.37 kB

ବାରିପଦା(ଦିଲ୍ଲୀପ ମହାନ୍ତି ) ଓଡ଼ିଶା ସରକାରଙ୍କ ଓଡ଼ିଶା ଦକ୍ଷତା-୨୦୧୮ ପ୍ରତିଯୋଗିତା ଚଳିତ ଅପ୍ରେଲ ୨୯ ଓ ୩୦ ଦୁଇଦିନ ଧରି ଭୂବନେଶ୍ୱରସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆ ପରିସରରେ ଆୟୋଜିତ ହେଉଥିବା ବେଳେ ୨୮ରେ ଏହାର ଉଦଘାଟନୀ ସମାରୋହ ସନ୍ଧ୍ୟା ୬ରେ କଟକ ଜବାହରଲାଲ ନେହେରୁ ଇନଡେ଼ାର ଷ୍ଟାଡ଼ିୟମ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶୁଭଉଦଘାଟନ କରାଯିବ । ଏହାକୁ ସମସ୍ତ ଗଣମାଧ୍ୟମରେ ସିଧା ପ୍ରସାରଣ ମଧ୍ୟ କରାଯିବ । ଓଡ଼ିଶା ଦକ୍ଷତା-୨୦୧୮ ଜାତୀୟ କୌଶଳ ବିକାଶ ନିଗମ ଦ୍ୱାରା ଆୟୋଜିତ କରାଯାଉଥିବା ଭାରତୀୟ ଦକ୍ଷତା ପ୍ରତିଯୋଗିତା ଓ ବିଶ୍ୱସ୍ତରରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗୀତାର ଏକ ଅଂଶ ବିଶେଷ । ଓଡ଼ିଶାର ଯୁବ ବର୍ଗମାନଙ୍କ ମଧ୍ୟରେ ଲୋକ୍କାୟିତ ଦକ୍ଷତାର ପରିକଳ୍ପନାକୁ ସମଗ୍ର ବିଶ୍ୱ ଦରବାରରେ ପହଁଞ୍ଚାଇବା ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଦକ୍ଷତା-୨୦୧୮ କାର୍ଯ୍ୟକ୍ରମ ଏକ ଅନନ୍ୟ ଆୟୋଜନ ଓ ଅଭିନବ ପ୍ରୟାସ । ପ୍ରତିଯୋଗିତା ମାଧ୍ୟମରେ ରାଜ୍ୟର ଯୁବ ପିଢ଼ୀ ସେମାନଙ୍କର ଦକ୍ଷତାର ପରାକାଷ୍ଠା  ଦେଖାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଉପଯୁକ୍ତ ପ୍ଲାଟଫର୍ମ ସୃଷ୍ଟି କରାଯାଇଛି । ବିଶ୍ୱ ଦକ୍ଷ୍ୟତା ପ୍ରତିଯୋଗିତା-୨୦୧୯ରେ ପହଁଞ୍ଚିବାକୁ ହେଲେ ସ୍ତର-୧, ସ୍ତର-୨ ଓ ସ୍ତର -୩ ଏହିପରି ତ୍ରିସ୍ରୀୟ ପ୍ରତିଯୋଗିତାର ବ୍ୟବସ୍ଥା ରହିଛି । ପ୍ରଥମ ଓ ଦ୍ୱିତୀୟ ସ୍ତରର ପରୀକ୍ଷା ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷା ଅନୁଷ୍ଠାନ, ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ହେଉଅଛି । ଏଥିରେ ସଫଳ ପ୍ରତିଯୋଗିମାନେ ଅପ୍ରେଲ ୨୯ ଓ ୩୦ରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣକରିବେ । ଓଡ଼ିଶା ଦକ୍ଷତା ପ୍ରତିଯୋଗିତା -୨୦୧୮ରେ କୃତକାର୍ଯ୍ୟ ଯୁବକଯୁବତୀମାନେ ପରବର୍ତ୍ତି ପର୍ଯ୍ୟାୟରେ ଆଞ୍ଚଳିକ, ଏହାପରେ ଜାତୀୟ ଓ ଶେଷରେ ଋଷିଆର କାଜାନଠାରେ ଆୟୋଜିତ ବିଶ୍ୱ ଦକ୍ଷ୍ୟତା ପ୍ରତିଯୋଗିତା-୨୦୧୯ରେ ଭାଗ ନେଇପାରିବେ । 

           ଯୁବ ପିଢ଼ୀଙ୍କ ମଧ୍ୟରେ ପ୍ରତିଯୋଗିତା ସମ୍ବନ୍ଧରେ ସଚେତନ ତଥା ଉତ୍ସାହିତ କରାଇ ବିଶ୍ୱଦରବାରରେ ପହଁଞ୍ଚାଇବାର ମୂଳ ଲକ୍ଷ୍ୟ ରଖି ରାଜ୍ୟ ସରକାର ଆରମ୍ଭ କରିଥିବା ଓଡ଼ିଶା ଦକ୍ଷତା-୨୦୧୮ ପ୍ରତିଯୋଗିତା ଭୂବନେଶ୍ୱରରେ ସୁନାରାମ ସିଂ, ଗଣେଶ୍ୱର ସିଂ, ସାଗରାମ ହାଁସଦାଃ କ୍ୟାବିନେଟ ମ୍ୟାକିଂ ଟ୍ରେଡ୍ ପ୍ରତିଯୋଗିତା, ପଙ୍କଜିନୀ ବେହେରା ଓ ସ୍ୱିକୃତି ବେହେରା ଫେସନ ଟେକ୍ନୋଲଜି ଟ୍ରେଡ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାରୁ ୪ ଓ ବାଲେଶ୍ୱରରୁ ଜିଲ୍ଲାରେ ତାଲିମ ନେଉଥିବା ଜଣେକୁ ମିଶାଇ  ମୋଟ ୫ ଯୋଗ ଦେବେ । ପ୍ରତିଯୋଗିତାରେ ଅଟୋ ବଡ଼ି ମରାମତି, କାର ପେଣ୍ଟିଂ, ବିଉଟି ଥେରାପି, ହେୟାର ଡ୍ରେସିଂ, କୋକିଂ, ରେଷ୍ଟୋରେଷ୍ଟ ସାର୍ଭିସ, ଗ୍ରାଫିକ ଡ଼ିଜାଇନ ଟେକ୍ନୋଲଜି ଆଦି ୨୫ରୁ ଅଧିକ ଟ୍ରେଡ଼ ରହିଅଛି । ଉଦଘାଟନୀ ସମାରୋହକୁ ସମସ୍ତ ପ୍ରଶାସନିକ ଅଧିକାରୀ, ବୈଷୟିକ ଓ ଦକ୍ଷତା ବୃଦ୍ଧି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତୁଷାର କାନ୍ତି ମହାନ୍ତି ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି । 

0
0
0
s2sdefault