ହେଡଲାଇନସ୍:

ସୁପ୍ରିମକୋର୍ଟଙ୍କ ରାୟ ହିନ୍ଦୁତ୍ୱର ବୃହତ ବିଜୟ - ଭିଏଚପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ  - ସମୀକ୍ଷା ଆବେଦନର ବିଚାର କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହାକୁ ହିନ୍ଦୁତ୍ୱର ବୃହତ ବିଜୟ ବୋଲି ଅବିହିତ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ତାସହିତ ମାନ୍ୟବର କୋର୍ଟଙ୍କ ଏଭଳି ରାୟ ଶ୍ରୀ ଜଗନ୍ନାଥଙ୍କ ନୀତି ଓ ସଂସ୍କୃତିର ମାହାତ୍ମ୍ୟ ପ୍ରତି ରହିଥିବା ସମ୍ବେଦନଶୀଳତାକୁ ବୟାନ କରିଥିବା ବେଳେ ଆସ୍ଥା ଓ ଭାବାବେଗର ମୂଲ୍ୟବୋଧକୁ ପ୍ରତିପାଦିତ କରିଛି ବୋଲି ପ୍ରକାଶ କରିଛନ୍ତି | ଏହି ଅବସରରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଯେତେବେଳେ ସ୍ୱୟଂ ନିର୍ବାଚିତ ସରକାରଙ୍କ ଦ୍ଵାରା ରଥଯାତ୍ରାକୁ ବନ୍ଦ କରିଦେବା ପାଇଁ ଷଡଯନ୍ତ୍ର କରାଯାଇଥିଲା, ସେତେବେଳେ ମହାପ୍ରଭୁଙ୍କ ଯୁଗଯୁଗର ପରମ୍ପରା ଭଙ୍ଗ ହୋଇଯିବାର ଏକ ବିରାଟ ଆଶଙ୍କା ସୃଷ୍ଟି ହୋଇଥିଲା | ଏହାଦ୍ଵାରା ସାରା ବିଶ୍ୱର କୋଣ ଅନୁକୋଣରେ ଥୁବା ଜଗନ୍ନାଥପ୍ରେମୀଙ୍କ ଆଖି ଲୁହରେ ଭରି ଯାଇଥିଲା | ହେଲେ ଶେଷ ମୁହୂର୍ତ୍ତରେ ହେଲେ ମଧ୍ୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ବେଦନାକୁ ହୃଦୟଙ୍ଗମ କରି ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ | କୋର୍ଟଙ୍କ ଉକ୍ତ ରାୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆଖିର ଲୁହକୁ ପୋଛି ତାଙ୍କ ଭଙ୍ଗା ମନରେ ଆଶା ସଂଚାର କରିଛି | ତେଣୁ ଅନେକ ଆଶଙ୍କା ଭିତରେ ରଥଯାତ୍ରା ଆୟୋଜନର ପ୍ରତିବନ୍ଧକକୁ ଦୂର କରିଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଶ୍ରୀ କୁସୁମ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ନ୍ୟାୟାଳୟଙ୍କ ଏହି ରାୟ ହିନ୍ଦୁ ସମାଜର ବୃହତ ବିଜୟ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି |

0
0
0
s2sdefault