ହେଡଲାଇନସ୍:

  ରଥଯାତ୍ରାକୁ ମିଳିଲା ଅନୁମତି-ସୁପ୍ରିମକୋର୍ଟ,ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ ଧନ୍ୟବାଦ:ସମୀର ମହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ):ରଥଯାତ୍ରା ହେଉ ବୋଲି ଆମ ସମସ୍ତଙ୍କର ଇଛା ଥିଲାା କୋଟି କୋଟି ଜଗନ୍ନାଥ ପ୍ରେମୀ ତଥା ସାଢେ ୪ କୋଟି ଜନତାଙ୍କ ଆରାଧ୍ୟ ଦେବତା ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ହେବା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । 

ରଥଯାତ୍ରା ପରଂପରାଶତାଦ୍ଧୀ ଶତାଦ୍ଧୀ ଚାଲି ଆସିଛି । ଏହିଯାତ୍ରା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡିତ ରହିଛି । ଆଜି ପ୍ରଧାନମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା ମହାପ୍ରଭୃଙ୍କ ନୀତିକାନ୍ତି ତଥା ରଥଯାତ୍ରା ସଂପର୍କରେ ଗଜପତି ମହାରାଜଙ୍କ ସହ ଆଲୋଚନା କରିଥିଲେ । ସେହିପରି କେନ୍ଦ୍ରସରକାର ମଧ୍ୟ ବଳିଷ୍ଠ  ଯୁକ୍ତି ବାଢି ରଥଯାତ୍ରା କରାଇବା ଲାଗି ସୁପ୍ରିମକୋର୍ଟଙ୍କ ଆଗରେ ନିବେଦନ କରିଥିଲେ । ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରାକୁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ରାଜ୍ୟସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । 

ସମସ୍ତ ପ୍ରକାର କୋଭିଡ-୧୯ ନିୟମକୁ ପାଳନ କରି ରାଜ୍ୟସରକାର ରଥଯାତ୍ରାକୁ ସୁଚାରୁରୂପେ କରାନ୍ତୁ ବୋଲି ଶ୍ରୀ ମହାନ୍ତି ନିବେଦନ କରିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ । 

 

0
0
0
s2sdefault