ପଦ୍ମପୁର-ଆଜି ଦିନ ଚାଷୀ ସଂଗଠନ ସମନ୍କୟ ସମିତି ବରଗଡ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ ସଂପାଦକ ଶ୍ରୀ କିଶୋର ଚନ୍ଦ୍ର ଦେବତାଙ୍କ ନେତୃତ୍ବରେ ଭୁବନେଶ୍ବର ଗ୍ରସ୍ତ କରିଥିଲେ । ୨୦୧୮ ଓ ୨୦୨୭ ଫସଲ ବୀମା ସମସ୍ୟା ରେ ସାଂସଦ ଅମର ପଟ୍ଟନାୟକଙ୍କ ହସ୍ତକ୍ଷେପ ରେ YCF ଓ ACF ଉଠିଥିବାରୁ ତାଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ୨୦୧୯ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଉପରେ ଏବଂ ଧାନ ବିକ୍ରୟ ସମସ୍ୟା ସହିତ ଅନେକ ଚାଷୀ ସମସ୍ୟା ଉପରେ ଶ୍ରୀ ପଟ୍ଟନାୟକଙ୍କ ସହିତ ଆଲୋଚନା ହୋଇଥିଲା । କୃଷି ମନ୍ତ୍ରୀ ଅରୁଣ ସାହୁ ଓ ପ୍ରମୁଖ ସଚିବ ସୌରଭ ଗର୍ଗ ଙ୍କୁ ସାକ୍ଷାତ କରି ସମସ୍ଯା ଉପସ୍ଥାପନ କରାଯାଇଥିଲା । ORIENTAL ଓ NIC ବୀମା କମ୍ପାନୀ କାର୍ଯ୍ଯାଳୟ କୁ ଯାଇ ଅଗ୍ରଗତି ବିଷୟରେ ଆଲୋଚନା ହୋଇଥିଲା ।୨୦୦୯ ପାଇଁ ପାଞ୍ଚ ଟି ବ୍ଲକରେ ଲାଗିଥିବା ACF ରୁ ପଦ୍ମପୁର ଓ ବିଜେପୁର ବ୍କକର ସମସ୍ୟା ସମାଧାନ ହୋଇ ସାରିଛି ଏବଂ ସୋହେଲା,ଗାଇସିଲାଟ ଓ ଝାରବନ୍ଧ ବ୍ଲକର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଛି ।ଏହି ପ୍ରତିନିଧି ମଣ୍ଡଳୀରେ ଚାଷୀ ନେତା ଜୟନ୍ତ ପାଣିଗ୍ରାହୀ,ସୁରେଶ କୁମାର ଚାନ୍ଦ, ସୌକିଲାଲ ମେହେର, ଲବଣୀ ନାଗ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ |
ରାଜ୍ୟ
ସଂସଦ ଅମର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ଚାଷୀ ସଂଗଠନ ସମନ୍କୟ ସମିତି
- Hits: 810