ରଥରେ ରହିବେ ୧୦,  ରଥ ଟାଣିବେ ୫୦୦

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ) :  ରଥ ଟାଣିବା ବେଳେ ରଥରେ ସେବାୟତମାନେ ରୁହନ୍ତି | ହେଲେ ଏଥର ସେଠି ନେଇ କଟକଣା ଜାରି ହୋଇଛି | ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ରଥରେ ମାତ୍ର ୧୦ଜଣ ସେବାୟତ ରହିବେ | ଆଉ ସମସ୍ତ ସେବାୟତ ରଥ ତଳେ ରହିବେ | ରଥ ଟାଣିବାକୁ ମାତ୍ର ରଥ ପିଛା ୫୦୦ ଜଣ ନିୟୋଜିତ ରହିବେ | ତେଣୁ ମାତ୍ର ୧୫୦୦ ଲୋକଙ୍କୁ ଅନୁମତି ଦିଆଯିବ ବୋଲି ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାର |

ଡ଼ କୁମାର କହିଛନ୍ତି ଯେ. ସେବାୟତ ମାନଙ୍କ  ୭୫ ପ୍ରତିଶତ କୋଭିଡ ଟେଷ୍ଟିଙ୍ଗ ସରିଯାଇଥିଲା | ପୁରୀରେ ଆଜି ରାଜ୍ୟ ସ୍ତରରୁ ସ୍ୱାସ୍ଥ୍ୟ ବିଭାଗର ଟିମ ଅନାସ୍ଥାନ କରି ଯେଉଁମାନଙ୍କ ଟେଷ୍ଟ ହୋଇନି ସେମାନଙ୍କ ଟେଷ୍ଟିଙ୍ଗ ଚଳାଇଛନ୍ତି | ସତର୍କତା ପଦକ୍ଷେପ ସମସ୍ତେ ମାସ୍କ ପିଂଧିଵେ | ପହଣ୍ଡି ସମୟରେ ଗାମୁଛା ବାନ୍ଧି ବି ପହଣ୍ଡି କରିବେ | ପୁରୀ ଲକଡାଉନ ରହିବ | ପବ୍ଲିକ ଟ୍ରାନ୍ସପୋର୍ଟ ବଂଦ ରହିବ | ଏସବୁ କଟକଣା ଭିତରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ରଥଯାତ୍ରା ସୁପ୍ରିମକୋର୍ଟଙ୍କ ଗାଇଡ଼ ଲାଇନ ଆନୁସାରେ ହେଉଥିବା ଯୋଗୁ ପୁରୀବାସୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ ଡ଼ କୁମାର | 

 

0
0
0
s2sdefault