ପଦ୍ମପୁର-ବୄକ୍ଷ ରୋପଣ ଦ୍ବାରା ପରିବେଶ ସୁରକ୍ଷିତ ରହିଥାଏ ଏବଂ ପରିବେଶର ସୌନ୍ଦର୍ଯ୍ୟ ବୄଦ୍ଧି କରିଥାଏ । ଲୋକମାନେ ସାଧାରଣତଃ କୌଣସି ଏକ ଦିନକୁ ସ୍ମରଣୀୟ କରିବା ପାଇଁ ସେହି ଦିନରେ ବୄକ୍ଷ ରୋପଣ କରି ସେହି ବୄକ୍ଷର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥାନ୍ତି । ସେହିପରି ପାଇକମାଲ ବ୍ଳକ ପଳସଦା ଗ୍ରାମର ତ୍ରିବିକ୍ରମ ପଟେଲ ନିଜ ଜନ୍ମଦିନରେ ୧୫୦ ଗୋଟି ଆମ୍ବ ଚାରା ଗ୍ରାମର ବିଭିନ୍ନ ଯାଗାରେ ରୋପଣ କରି ଏକ ନୂତନ ଉଦାହରଣ ସୄଷ୍ଟି କରିଛନ୍ତି ।କେବଳ ରୋପଣ କରି ନିଜର କର୍ତ୍ତବ୍ୟ ଠାରୁ ନ ଓହରି ଏହି ଗଛ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ନେବେ ବୋଲି କହିଛନ୍ତି । ଏହି ଗଛ ସବୁ ଜନସାଧାରଣଙ୍କ ହିତ ପାଇଁ ରୋପଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ସେ ଏହି କାର୍ଯ୍ୟ ପାଇଁ ତାଙ୍କ ପରିବାର ଠାରୁ ପ୍ରେରଣା ପାଇଛନ୍ତି । ତାଙ୍କୁ ଏହି କାର୍ଯ୍ୟରେ ରବୀନ୍ଦ୍ର କୁମାର ପଟେଲ,କିର୍ତ୍ତିଚନ୍ଦ୍ର ପଟେଲ,ସୁବାଷ ଚନ୍ଦ୍ର ପଟେଲ ଓ ରାଜା ପଟେଲ ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ଜନ୍ମଦିନରେ ୧୫୦ ଗୋଟି ଆମ୍ବ ଗଛ ରୋପଣ କରି ଜନ୍ମଦିନ ପାଳନ କଲେ ରାନୁ ।
- Hits: 547