" ସବୁରି ଉପରେ ମହାପ୍ରଭୁଙ୍କ ଇଛା , ତାଙ୍କର ଇଛା ପାଳନ କରିବାକୁ ପ୍ରସ୍ତୁତ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁପ୍ରିମକୋର୍ଟ ଓ କେନ୍ଦ୍ରସରକାରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର(ମାନସୀ ମିଶ୍ର)  : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଅନୁମତି ଦେଇଥିବା ଯୋଗୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ | 

ମୁଖ୍ୟମନ୍ତ୍ରୀ ଆଜି ରଥଯାତ୍ରା ଉପାରେ ଏକ ବୈଠକ ନେବା ସହ କହିଛନ୍ତି ଯେ "ରଥଯାତ୍ରା ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି | ରଥ ଅନୁକୂଳ ହୋଇ ରଥ ନିର୍ମାଣ କାର୍ଯ୍ୟ ବି ସମାପ୍ତ ହୋଇଛି | ଠାକୁରଙ୍କ ରୀତିନୀତି ଠିକ ଭାବେ ଚାଲିଛି | ସେଥିପାଇଁ ସେବାୟତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ | ପ୍ରଶାସନ ସବୁ ପ୍ରସ୍ତୁତି ଶେଷ କରିଥିବା ବେଳେ ତାହାର ସମୀକ୍ଷା କରିବା ପାଇଁ ମୁଖ୍ୟସଚିବ ଓ ଡ଼ିଜିଙ୍କୁ ପୁରୀ ପ୍ରେରଣା କରିଥିବା ବେଳେ ବର୍ତ୍ତମାନ କରୋନା ପରିସ୍ଥିତିରେ ରଥ ଯାତ୍ରା ଆୟୋଜନ କରିବା ଆମମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ଚାଲେଞ୍ଜ | ଆମକୁ ସର୍ତକତା ଓ ସାବଧାନତାର ସହ ଏହାକୁ ପାଳନ କରିବାକୁ ପଡିବ | ଆମକୁ କୋବିଦ କଟକଣା ଭିତରେ ଠାକୁରଙ୍କ ଏହି ବିଧି ପାଳିବାକୁ ପଡିବ | କୋବିଦ କଟକଣା ଓ ସାମାଜିକ ଦୂରତ୍ୱ ଗାଇଡ୍ଲାଇନ ଭିତରେ କେମିତି ଶୃଙ୍ଖଳାର ସହ ଠାକୁରଙ୍କ ନୀତିକାନ୍ତି କରାଯାଏ ତାହାର ନିଦର୍ଶନ ବିଶ୍ୱକୁ ଦେଖାଇବାକୁ ପଡିବ | ରଥଯାତ୍ରାର ସୁପରିଚାଳନା ପାଇଁ ୩ଜଣ ମନ୍ତ୍ରୀଙ୍କୁ ପୁରୀରେ ଅବସ୍ଥାନ କରି ରଥଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ କାର୍ଯ୍ୟର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଛି"  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ | 

"ସବୁରି ଉପରେ ମହାପ୍ରଭୁଙ୍କ ଇଛା | ତାଙ୍କର ଇଛା ପାଳନ କରିବାକୁ ପ୍ରସ୍ତୁତ | କୋଭିଡ ଗାଇଡ୍ଲାଇନ ପାଳନ କରି ରଥଯାତ୍ରା ପାଳନ କରିବା ପାଇଁ ପୁରୀବାସୀଙ୍କୁ ମୋର ଅନୁରୋଧ |" ବୋଲି  କହିବା ସହ ସମସ୍ତଙ୍କୁ ରଥଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ | 

 

0
0
0
s2sdefault