ଭୁବନେଶ୍ୱର:ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଅଦାଲତଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାକୁ ସୁରୁୁଖୁରୁରେ ସାରିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ଯଦିଓ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ରଥ ଯାତ୍ରାପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ଜାରି ରଖିଆସିଛନ୍ତି , ତଥାପି ବାକି ରହିଥିବା କାମକୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇଛନ୍ତି । ଅଦାଲତଙ୍କ ରାୟ ବାହାରିବା ଆଗରୁ ଆଇନମନ୍ତ୍ରୀ ପ୍ରତାପ ଜେନା ପୁରୀରେ ପହଂଚି ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିବା ସହ ରୁଦ୍ଧଦ୍ବାର ବୈଠକ ଜାରି ରଖିଛନ୍ତି | ଏହାରି ଭିତରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା ପାଇଁ ରାଜ୍ୟ ସରକାର ୩ ଜଣ ମନ୍ତ୍ରୀ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ ପୁରୀ ରଥଯାତ୍ରା ପରିଚାଳନା ଓ ତଦାରଖ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରଥଯାତ୍ରାରୁ ନିଳାଦ୍ରୀବିଜେ ଯାଏଁ ୪ ଜଣ ଯାକ ପୁରୀରେ ଅବସ୍ଥାନ କରି ରଥଯାତ୍ରାର ଆନୁଷଙ୍ଗୀକ ତଦାରଖ କରିବେ ବୋଲି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି |
ରାଜ୍ୟ
ରଥଯାତ୍ରା ତଦାରଖ ପାଇଁ ୩ ମନ୍ତ୍ରୀ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ଦାୟିତ୍ୱ
- Hits: 747