ହେଡଲାଇନସ୍:

ଅପେକ୍ଷାର ଅନ୍ତ, ରଥାରୁଢ଼ ହେବେ କାଳିଆ ସାଆନ୍ତ : ପ୍ରଶାସନ ପ୍ରସ୍ତୁତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ମୁଖ୍ୟମନ୍ତ୍ରୀ ସ୍ୱାଗତ କଲେ କହି " ଜୟ ଜଗନ୍ନାଥ" 

  • ମୁଖ୍ୟମନ୍ତ୍ରୀ ନେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ 

  • ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ ପୂର୍ବକ ରଥଯାତ୍ରା ପାଇଁ ଆମେ ପ୍ରସ୍ତୁତ : ଡ଼ କୁମାର  

  • ପ୍ରସ୍ତୁତି ଚୂଡାନ୍ତ କରିବାକୁ ପ୍ରଶାସନର ଜାରି ରହିଛି ତତ୍ପରତା

  • ଆଇନମନ୍ତ୍ରୀ, ମୁଖ୍ୟ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ଅଧିକାରୀଙ୍କ ବୈଠକ  

ପୁରୀ/ଅନିମେଶ ପଟ୍ଟନାୟକ :ଅପେକ୍ଷାର ଅନ୍ତ ଘଟିଛି।  ଆସିଛି ଖଣ୍ଡପୀଠଙ୍କ ରାୟ । ଜଷ୍ଟିସ ବୋବଡେଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ହେବା ନେଇ ଆସିଲା ରାୟ । ନାଗପୁରରୁ ପ୍ରଧାନ ବିଚାରପତି ବୋବଡେ, ଜଷ୍ଟିସ ମହେଶ୍ୱରୀ ଓ ବୋପାନ୍ନା ଭିଡିଓ କନ୍ଫରେନ୍ସ ଜରିଆରେ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ରଥଯାତ୍ରା ପାଇଁ ୧୭ରୁ ଅଧିକ ମୋଡିଫିକେଶନ ପିଟିଶନ ଫାଇଲ ହୋଇଥିଲା। ଏହି ତିନିଜଣିକିଆ ଖଣ୍ଡପୀଠ ଜୁନ୍ ୧୮ ତାରିଖ ରାୟ ସଂଶୋଧନ ମାମଲାର ଶୁଣାଣି କରିଥିଲେ। ଆଉ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ପୁରୀ ଜଗନ୍ନାଥ ତଥା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନରେ ଖେଳିଯାଇଛି ଆନନ୍ଦର ଲହରୀ | ଆଉ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବପୂର୍ଣ୍ଣ ଭାବେ" ଜୟ ଜଗନ୍ନାଥ" କହି  ଦୁଇଟି ଶବ୍ଦରେ କରିଛନ୍ତି ସ୍ୱାଗତ କରିଛନ୍ତି | ଆଉ ତାକୁ ନେଇ ତ୍ୱରାନ୍ୱିତ ହୋଇଛି ରଥଯାତ୍ରାପାଇଁ ପ୍ରସ୍ତୁତି ପ୍ରକ୍ରିୟା | ସୁପ୍ରିମ୍ କୋର୍ଟ ଙ୍କ ରାୟ ଆସିଲା ପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ତତ୍ପର ହୋଇଛନ୍ତି । ସଂଧ୍ୟା ୫ଟାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଡକାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ ।ଆଇନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ଡିଜି ଅଭୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାର, ଡ଼ିଆଇଜି , କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ଜିଲ୍ଲାପାଳ, ଏସପି ପୁରୀରେ ଉପସ୍ଥିତ ରହି ଚଳାଇଛନ୍ତି ପ୍ରସ୍ତୁତି ବୈଠକ |

କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କୁ ରଥଯାତ୍ରା କରିବାର ସମସ୍ତ ଦାୟିତ୍ୱ ଦିଆଯାଇଛି। ଆଉ ରାଜ୍ୟ ସରକାର ସୁପ୍ରିମ କୋର୍ଟଙ୍କୁ ଦେଇଛନ୍ତି ନିର୍ଭର ପ୍ରତିଶ୍ରୁତି | ସବୁଠୁ ବଡ କଥା ରାଜ୍ୟ ସରକାରଙ୍କ ମାନସିକ ପ୍ରସ୍ତୁତି ସର୍ବୋପରି ଶ୍ରୀମନ୍ଦିର ପ୍ରଶାସନର ଦିର୍ଘଦିନର ପ୍ରସ୍ତୁତି , କରୋନା  କଟକଣା ସତ୍ତ୍ୱେ ରଥ ନିର୍ମାଣ କାର୍ଯ୍ୟ ଜାରି ରଖିବା ସର୍ବପରି ବିଳମ୍ବରେ ରଥ ନିର୍ମାଣ ହୋଇବି ରେକର୍ଡ ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ସର୍ବ ପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କୁମାରଙ୍କ ନିରବଛିନ୍ନ ପ୍ରଚେଷ୍ଟା ଯୋଗୁ ଆଜି ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ଅନୁଷ୍ଠିତ ହେବାକୁ ଯାଉଛି ଘୋଷ ଯାତ୍ରା |  ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଏନେଇ ଦାୟିତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। କେବଳ ପୁରୀରେ ରଥଯାତ୍ରା ନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। 

ରଥଯାତ୍ରାକୁ କେବଳ ପୁରୀରେ ସୀମିତ ରଖାଗଲେ ରାଜ୍ୟ ସରକାର ରଥ ଗଡ଼ିବା ନେଇ ବ୍ୟବସ୍ଥା କରି ପାରିବେ ବୋଲି ଆବେଦନରେ କୁହାଯାଇଥିଲା । ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ଭଙ୍ଗ ନକରି ଶୃଙ୍ଖଳାର ସହ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ପରିଚାଳନା କମିଟି ଅଧ୍ୟକ୍ଷଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟ ସରକାର ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ସୂଚନାଯୋଗ୍ୟ, କରୋନା ଏବଂ ତତଜନିତ ତାଲାବନ୍ଦ ଯୋଗୁଁ ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। ହେଲେ ଗୁରୁବାର ସୁପ୍ରିମକୋର୍ଟ ଏହା ଉପରୁ ପରଦା ଉଠାଇଛନ୍ତି । ଏ ବର୍ଷ ରଥଯାତ୍ରା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ରଥଯାତ୍ରା କରିବା ମାନସିକତା ରଖି ଗତକାଲିଠାରୁ ଆଇନ ବିଭାଗ ସରକାରଙ୍କ ଆଭିମୁଖ୍ୟ ପୋଷଣ କରିବା ସହ ଗତକାଲିଠାରୁ ହିଁ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ଚୂଡାନ୍ତ  ପ୍ରସ୍ତୁତି ଜୋରଦାର ହୋଇଯାଇଥିଲା  । ବିଳମ୍ବିତ ରାତିରେ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ଏବଂ ଡିଆଇଜି ଆଶିଷ ସିଂ ରଥଖଳା ବୁଲି ରଥଯାତ୍ରା ପ୍ରସ୍ତୁତିର ତଦାରଖ କରିଥିବା ବେଳେ ଆଜି ସକାଳୁ ମୁଖ୍ୟ ପ୍ରଶାସକ ଘନ ଘନ ବୈଠକ କରି ପ୍ରସ୍ତୁତିଜାରି ରଖିଛନ୍ତି । ବଡଦାଣ୍ଡ ଖାଲି କରିବା ସହ ଅନ୍ୟ ଆନୁସଙ୍ଗିକ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲା ପ୍ରଶାସନ | ଆଜି ସଂଧ୍ୟାରେ ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ , ଡିଜିପି ଶ୍ରୀ ଅଭୟ ଗୁରୁତ୍ୱପୂର୍ଣ ବୈଠକ ନେଉଥିବା ବେଳେ ସେହିଭଳି ସଂଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗର ବୈଠକ ବି ବସୁଛି । ଅପରପକ୍ଷରେ ମାନ୍ୟବର ସୁୁପ୍ରିମ୍ କୋର୍ଟ ଙ୍କ ଆଦେଶ ଅନୁପାଳନ କରି ରଥ ଯାତ୍ରା କରିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର । ଏହାସହିତ ରଥ ଟାଣିବାକୁ ଥିବା ସେବାୟତ ଓ ପୁଲିସ କର୍ମଚାରୀଙ୍କ ତାଲିକା ପୂର୍ବରୁ ପ୍ରସ୍ତୁତି ହୋଇସାରିଛି । ସେମାନଙ୍କର କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଯାଇଥିବା ପ୍ରଶାସନ ପକ୍ଷରୁ କୁହାହଇଛି । 

0
0
0
s2sdefault