ହେଡଲାଇନସ୍:

ମିଳିଲା ଅନୁମତି, ବଡ ଦାଣ୍ଡରେ ଗଡ଼ିବ ତିନି ରଥ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

Bhubaneswar(shasak Prashasak) : ରହିଲା ଭକ୍ତଙ୍କ ମାନ | ସଫଳ ହେଲା ରାଜ୍ୟ ଓ  କେନ୍ଦ୍ର ସରକାରଙ୍କ ଉଦ୍ୟମ | ନ୍ୟାୟ  ପାଇଲେ ପୁରୀରେ ରଥଯାତ୍ରା କରିବା ପାଇଁ ଆବେଦନ କରିଥିବା ଆବେଦନକାରୀ | ବଡ ଦାଣ୍ଡରେ ଗଡ଼ିବା ତିନି ରଥ | କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା ପାଇଁ ମାନ୍ୟବର ସୁପ୍ରିମ୍ କୋର୍ଟ ଦେଲେ ଅନୁମତି  | ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ମାମଲାର ଭର୍ଚୁଆଲ ଶୁଣାଣି କରି ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ | ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ବୋବଡେ,  ଜଷ୍ଟିସ ବୋପନ୍ନା ଓ ଜଷ୍ଟିସ ମାହେଶ୍ବରୀଙ୍କ  ୩ ଜଣିଆ ଖଣ୍ଡପୀଠ ଦେଲେ |

ଗଜପତିଙ୍କ ପରାମର୍ଶ, ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜ୍ୟ ସରକାରଙ୍କ ମାନ୍ୟବର ସୁପ୍ରିମକୋର୍ଟଙ୍କ ସମକ୍ଷରେ ବାଢ଼ିଥିବା ବଳିଷ୍ଠ ଯୁକ୍ତି ଆଉ ପ୍ରସ୍ତୁତିର ପ୍ରତିଶ୍ରୁତି | ରାଜ୍ୟ ସରକାର ସବୁ ଦାୟିତ୍ୱ ମୁଣ୍ଡକୁ ନେଇଛନ୍ତି ଓ ଦେଖାଇଛନ୍ତି ଜଗନ୍ନାଥପ୍ରେମୀଙ୍କ ପ୍ରତି ଅଙ୍ଗିକାରବଦ୍ଧତା | ଆଉ ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ବି ଦେଇଛନ୍ତି  ପୁର୍ଣ ସମର୍ଥନ | ଆବେଦନକାରୀଙ୍କ ନିବେଦନରେ ମତ ବଦଳେଇଛନ୍ତି ସୁପ୍ରିମକୋର୍ଟ | ରଥଯାତ୍ରାପାଇଁ ଅନୁମତି ଦେଲେ ଜଗନ୍ନାଥ କ୍ଷମା ଦେବେନାହିଁ ବୋଲି କହିଥିବା କହିଥିବା ମତକୁ ବଦଳେଇଛନ୍ତି | ସର୍ତ୍ତମୂଳକ ଭାବେ କେବଳ ପୁରୀ ମୂଳପୀଠରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ସକାଳେ ଜଣିକିଆ ଖଣ୍ଡପୀଠ ଆବେଦନଗୁଡିକୁ ଗ୍ରହଣ କରିବା ପରେ ଗ୍ରୀଷ୍ମ ଅବକାଶ ସତ୍ତ୍ୱେ ମାମଲାର ଗମ୍ଭୀରତା ଉପଲବ୍ଧି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ଏ.ବୋବଡେ ଘରେ ଥାଇ ନାଗପୁରରୁ ସାମିଲ ହୋଇଥିଲେ ଭ୍ରଚ୍ୟୁଏଲ ଶୁଣାଣୀରେ |  ଏହି ଶୁଣାଣୀରେ ସାମିଲ ହୋଇଥିଲେ  ଜଷ୍ଟିସ୍ ଦିନେଶ ମାହେଶ୍ୱରୀ ଏବଂ ଜଷ୍ଟିସ୍ ଏ.ଏସ୍.ବୋପନ୍ନା | 

ସୁପ୍ରିମକୋର୍ଟ କିଛି ସର୍ତ୍ତ କୋଭିଡ୍ ସଂକ୍ରମଣ ଯେଭଳି ନ ବ୍ୟାପେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟିତ୍ୱବାନ ରହିବାକୁ ସୁପ୍ରିମ୍ କୋର୍ଟ ସର୍ତ୍ତ ରଖିଛନ୍ତି । ବିନା ଭକ୍ତରେ କେବଳ ସେବାୟତ ଏବଂ ପୁଲିସମାନେ ରଥ ଟାଣିବେ । ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ରାଜ୍ୟ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ହରିଶ ସାଲଭେ ରାଜ୍ୟ ସରକାର ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ପ୍ରତି ଯଥେଷ୍ଟ ଯତ୍ନବାନ ରାହିବାର ଦେଇଛନ୍ତି ନିର୍ଭର ପ୍ରତିଶ୍ରୁତି  ।

0
0
0
s2sdefault