ହେଡଲାଇନସ୍:

ଡିଜିପିଙ୍କ ସହ ମୁଖ୍ୟ ସଚିବଙ୍କ ପୁରୀ ଗସ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କରିବେ ରଥଯାତ୍ରା ପାଇଁ ଆୟୋଜନ ସ୍ଥିତିର ସମୀକ୍ଷା 

ଭୁବନେଶ୍ୱର :  ରଥ ଯାତ୍ରା ବିଧି ଆୟୋଜନ ପାଇଁ ଆଶା ଧୀରେ ଧୀରେ ଉଜ୍ଜ୍ୱଳ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁରୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ | ତାଙ୍କ ସହିତ ପୋଲିସ ମହାନିର୍ଦ୍ଦେଶକ ଅଭୟ ବି ଯାତ୍ରା କରିଛନ୍ତି | ରଥଯାତ୍ରା ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ଆୟୋଜନ ସମ୍ପର୍କରେ  ସବିଶେଷ ସମିକ୍ଷା କରିବେ ମୁଖ୍ୟ ଶାସନ ସଚିବ | ମୁଖ୍ୟ ଶାସନ ସଚିବ ଏ ବିଷୟରେ ଟୁଇଟ କରି ସୂଚନା ଦେଇଛନ୍ତି | ସୂଚନାଯୋଗ୍ୟ ଯେ ରଥ ଯାତ୍ରା ବିଧି ପାଳନ ହେବ ସପକ୍ଷରେ ରାଜ୍ୟ ସରକାର ଥିବା ବେଳେ ଏ ସମ୍ପର୍କରେ ସବୁ ପ୍ରକାର ପ୍ରସ୍ତୁତି ଜାରି ରଖିଥିଲେ |  ଗତକାଲି ରାତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାର ଓ ଡ଼ିଆଇଜି ଆଶିଷ ସିଂ ରଥଖଳା ଗସ୍ତ କରି ସବିଶେଷ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସେବାୟତଙ୍କ ସହ ଆଲୋଚନା କରିଥିଲେ | ଆଉ ରଥ ଯାତ୍ରା ପାଇଁ ଆଜ୍ଞାମାଳ ଆସିଥିବା ବେଳେ ରଥଖଳାରେ ଡାହୁକ ଆସି ପହଁଚିଥିବା ଜଣାପଡିଛି | ଆଜି ରଥ ଦକ୍ଷିଣ ମୋଡ ନେବା ସହ ବଡ ଦାଣ୍ଡରୁ ଉଠା ଦୋକାନ ମୁକ୍ତ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବା ପରେ ସେ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି |  

ସୂଚାନଯୋଗ୍ୟ ଯେ ଗତକାଲି ଆଇନ ବିଭାଗ ପକ୍ଷରୁ ଜାରି ପ୍ରେସ ଜାରି କରି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ | ସେଥିଲେ କୁହାଯାଇଥିଲା ଯେ  ଜୁନ୍ ୨୩ ତାରିଖରେ ପଡୁଥିବା ରଥଯାତ୍ରା ବନ୍ଦ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍ କୋର୍ଟରେ ଏକ ରିଟ୍ ପିଟିସନ୍ (ସିଭିଲ୍) ନଂ. ୫୭୧ ଦାଏର ହୋଇଥିଲା । ତେବେ ପୁରୀରେ କୋଭିଡ୍ ନିୟମ ପାଳନ ସହ ତିନି ରଥକୁ କେବଳ ସେବାୟତ ଏବଂ ପୁଲିସମାନଙ୍କ ଦ୍ୱାରା ଟଣାଯାଇପାରିବ ବୋଲି ତିନୋଟି ଇଣ୍ଟରଭେନିଂ ପିଟିସନ ଦାଏର ହୋଇଥିଲା ।  ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ପୁରୀ ପାଇଁ ନୁହେ,  ରାଜ୍ୟର ବିଭିନ୍ନ ସ୍ଥାନ ଓ ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ହଜାର ହଜାର ସଂଖ୍ୟକ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କରାଯାଇଥିଲା । ରାଜ୍ୟରେ ଏଯାବତ  ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି ଏବଂ ଜୁନ୍ ଶେଷ ସୁଦ୍ଧା ଅଧିକାଂଶ ବ୍ୟକ୍ତିଙ୍କର ସଙ୍ଗରୋଧ ଅବଧି ସମାପ୍ତ ହେଉଛି । ମୁଣ୍ଡ ଉପରେ ମୌସୁମୀ , ଏତେ ପ୍ରବାସୀଙ୍କ ସମାଗମ ଆଉ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାରେ ଭିଡ ସର୍ବୋପରି ଜୁନ୍ ଓ ଜୁଲାଇ ମାସରେ ରାଜ୍ୟରେ କୋଭିଡ ମହାମାରୀ ଶୀର୍ଷକୁ ଯିବାର ଆଶଙ୍କା ଥିଲା ରାଜ୍ୟ ସରକାରଙ୍କ ମୁଖ୍ୟ ଚିନ୍ତାର ବିଷୟ  । କୌଣସି ଜାଗାରେ ଅନିୟନ୍ତ୍ରିତ ଭାବେ ଲୋକଙ୍କ ସମାଗମ ହେଲେ ଜୀବନ ପ୍ରତି ଭୟଙ୍କର ବିପଦ ଆଶଙ୍କା ରହିଛି ଓ ନିୟନ୍ତ୍ରିତ ପରିସ୍ଥିତିରେ ଥିବା କୋଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି | ହେଲେ ସୁପ୍ରିମ କୋର୍ଟ ଉଭୟ ପକ୍ଷଙ୍କ ଆବେଦନ ଶୁଣାଣି ପରେ ପୁରୀରେ ରଥଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସଭାପତି ତଥା ଗଜପତି ମହାରାଜାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇଛନ୍ତି |  ପୁରୀରେ ବିନା ଭକ୍ତରେ ରଥଯାତ୍ରା ପାଇଁ ପଦକ୍ଷେପ ନେବାକୁ ଗଜପତି ତାଙ୍କ ପତ୍ରରେ ଉଲ୍ଲେଖ କରିଥିବା ଯୋଗୁ ସୁପ୍ରିମ କୋର୍ଟରେ ଆହତ ପିଟିସନର ନିଷ୍ପତ୍ତି ପରେ ରାଜ୍ୟ ସରକାର ଆଇନଅନୁମୋଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଉକ୍ତ ରିଳିଜରେ କୁହାଯାଇଥିଲା |

 

0
0
0
s2sdefault