ସୋଲିସିଟର ଜେନେରାଲ ରଥଯାତ୍ରାର ନୀତିକ୍ରାନ୍ତିକୁ ଚାଲୁ ରଖିବା ପାଇଁ ଅଦାଲତରେ କଲେ ନିବେଦନ
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମହାପ୍ରଭୁଙ୍କ ନୀତିକାନ୍ତି ତଥା ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜଙ୍କ ସହିତ ଆଲୋଚନା କରିଛନ୍ତି ।
ମୋ ପାଖରେ ବର୍ତ୍ତମାନ ଯାହା ସୂଚନା ଅଛି ଭାରତ ସରକାରଙ୍କର ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାନ୍ୟବର ସୁପ୍ରିମକୋର୍ଟଙ୍କ ତିନି ଜଜ୍ ବିଶିଷ୍ଟ ବେଞ୍ଚ ସାମ୍ନାରେ ଶତାଦ୍ଦୀ ଶତାଦ୍ଦୀର ମହାପ୍ରଭୁଙ୍କର ଅନନ୍ୟ ରଥଯାତ୍ରାର ନୀତିକ୍ରାନ୍ତି ଓ ପ୍ରକ୍ରିୟାକୁ ଚଳିତ ବର୍ଷ ମଧ୍ୟ ଚାଲୁ ରଖିବା ପାଇଁ ନିର୍ଦ୍ଦେଶ ଦେବାପାଇଁ ପ୍ରାର୍ଥନା କରିଛନ୍ତି | ତେଣୁ ସାଢେ 4 କୋଟି ଓଡିଆ ଓ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇ ମାନ୍ୟବର ଉଚ୍ଚତମ ନ୍ୟାୟଳୟ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସାକାରାତ୍ମକ ରାୟ ପ୍ରଦାନ କରିବେ ବୋଲି ଦୃଢ ଆଶାପୋଷଣ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି |