ହେଡଲାଇନସ୍:

ବିଦ୍ୟୁତ  ସମସ୍ୟା ସମାଧାନ ନିମନ୍ତେ ଅଣ୍ଟାଭିଡ଼ି ଆଗେଇ ଆସିଲା ବିଜେଡ଼ି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

24-04-18-Electrical-SDO-Rat.jpg - 66.20 kB

ବାରିପଦା( ଦିଲ୍ଲୀପ ମହାନ୍ତି )- ଅଘୋଷିତ ବିଦ୍ୟୁତ କାଟ ସହିତ ଆକାଶରେ ଜୁଳୁଜୁଳିଆ ପୋକ ଦେଖିଲେ ବର୍ଷା ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ, ଟ୍ରିପ କରିଛି, ସଟ ଡ଼ାଉନ ଓ ବ୍ରେକ ଡ଼ାଉନ ହୋଇଥିବା ଆଳରେ ବାରିପଦା ସହରରେ ବାରମ୍ବାର ବିଦ୍ୟୁତ କାଟ ଜାରି, ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ରଥ ଖଳା ସହିତ ବାରିପଦା ପୌରପରିଷଦର ସମସ୍ତ ୱାଡର଼୍ରେ ବିଦ୍ୟୁତ କେବଲ ଲାଇନ ବିଛାଇବା ଓ ଏଥି ନିମନ୍ତେ ରାସ୍ତା ମରଣଯନ୍ତା ପାଲଟିଯାଇଥିବା ଆଦି ବିଭିନ୍ନ କାରଣକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଥିଲା । ଜନସାଧାରଣଙ୍କ ସମସ୍ୟାକୁ ନିଜର ସମସ୍ୟା ଭାବେ ଗ୍ରହଣ କରି ଏହାର ସ୍ଥାୟୀ ପ୍ରତିକାର କରାଇବା ନିମନ୍ତେ ଆଗେଇ ଆସିଛି ଯୁବ ଓ ଛାତ୍ର ବିଜେଡ଼ି । ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାରିପଦା ମଣ୍ଡଳର ଅଧିକ୍ଷଣ ଯନ୍ତ୍ରୀ ରାଜୀବ କୁମାର ନାୟକଙ୍କୁ ସାକ୍ଷାତ କରି ବିଦ୍ୟୁତ ଉପଭୋକ୍ତାମାନଙ୍କ ସମସ୍ୟାଗୁଡ଼ିକର ସ୍ଥାୟୀ ପ୍ରତିକାର ନିମନ୍ତେ ଆଲୋଚନା ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରିବାକୁ ଯାଇଥିଲେ । ମାତ୍ର, ଅଧିକ୍ଷଣ  ଯନ୍ତ୍ରୀ ଅନୁପସ୍ଥିତ ରହିଥିବାରୁ ତାଙ୍କ ସହିତ ମୋବାଇଲରେ ସମ୍ପର୍କ ସ୍ଥାପନ କରିବାରୁ ପ୍ରତିନିଧି ମଣ୍ଡଳୀଙ୍କ ନିକଟରୁ ସମସ୍ତ ବିଷୟ ଅବଗତ ହେବା ପରେ ବିଭାଗୀୟ ଏସଡ଼ିଓ ରୁଦ୍ର ପ୍ରସାଦ ରଥଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଏସଡ଼ିଓ ଶ୍ରୀରଥ ଆଗାମୀ ଦିନରେ ବିଦ୍ୟୁତ କାଟ କରା ଯିବ ନାହିଁ  ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ସାଙ୍ଗକୁ ପୂର୍ବ ଘୋଷଣା ଅନୁସାରେ ନିଶୁଳ୍କ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ମାଗଣା ସେବା ଶୀଘ୍ର କାର୍ଯ୍ୟକାରୀ କରାଯିବ , ବାରିପଦା ସହରର ୨୮ଟି ୱାଡର଼୍ ମାଟି ତଳେ କେବୁଲ ଲାଇନ ବିଛାଇବା ସମୟରେ ଯେଉଁ ଲାଇନ ଖୋଳା ଯାଇଥିଲା ତାହାକୁ ୧୦/୧୫ ଦିନ ମଧ୍ୟରେ ମରାମତି କରାଯିବ ଏବଂ ରଥ ପଡ଼ିଆରେ ଯେଉଁ କେବଲ ଲାଇନ ବିଛା ଯିବା ନେଇ ସମସ୍ୟା ଦେଖା ଦେଇଛି ଉକ୍ତ ଟେଣ୍ଡରକୁ କୌଣସି କାରଣ ବଶତଃ ବାତିଲ କରାଯାଇଛି ଏବଂ ରିଟେଣ୍ଡର ଆହ୍ୱାନ କରାଯାଇଛି । ସେହି ଟେଣ୍ଡରରେ ଦେଖା ଦେଇଥିବା ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିବା ପରେ ପ୍ରତିଶ୍ରୁତି ଯଦି ରକ୍ଷା କରା ନ ଯାଏ ତେବେ ଭବିଷ୍ୟତରେ ଯୁବ ଓ ଛାତ୍ର ବିଜେଡ଼ି ଆନ୍ଦୋଳାତ୍ମକ  ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ । ସେହି ସମୟରେ ଯେଉଁ ପରିସ୍ଥିତି ଦେଖା ଦେବ ସେଥି ନିମନ୍ତେ ବିଦ୍ୟୁତ ବିଭାଗ ସମ୍ପୂର୍ଣ୍ଣ ଭାବେ ଉତ୍ତର ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ । ପ୍ରତିନିଧି ଦଳରେ ଅନିରୁଦ୍ଧ ଭଞ୍ଜଦେଓ, ବିରଞ୍ଚି ମହାପାତ୍ର, ଅଭୟ ସିଂ, ଶଙ୍କର୍ଷଣ ପଣ୍ଡା, ଆଭାସ ଦେ, ରାଜେନ୍ଦ୍ର ବାରିକ, ଦୀପକ ଘୋଷ, ପ୍ରଦୀପ ଦାସ, ସରୋଜ ମହାକୁଡ଼, ମାନସ ପୃଷ୍ଟି, ଶିବୁ ରଣା, ରାଜୀବ ଜେନା, ମହେଶ୍ୱର ସାହୁ, ଭବାନୀ ଶଙ୍କର ମିଶ୍ର, ରଜତ କୁମାର ସାହୁ, ସମ୍ବିତ ବସା, ପ୍ରଶାନ୍ତ ମହାକୁଡ଼, ଦିବ୍ୟବ୍ରତ ମହାନ୍ତି, ଅଭିଶେକ ଦାସ, ଦେବବ୍ରତ ସେନାପତି, ସୌମ୍ୟ ମୁଦୁଲି, ସ୍ନାହାଶିଷ ଦାସ, ବିନୋଦ ଭଗତ ପ୍ରମୁଖ ସାମିଲ ହୋଇଥିଲେ ।

0
0
0
s2sdefault