ହେଡଲାଇନସ୍:

ସରକାରୀ ଜବରଦଖଲରେ ସରକାରୀ ରାସ୍ତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେପରୁଆ ନିର୍ମାଣ ଯୋଗୁ ପିଡ଼ବ୍ଲ୍ୟୁଡି ରୋଡକୁ ମାଡ଼ି ଆସିଛି କୋର୍ଟ ଫାଟକର ପିଣ୍ଡି

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ଼-ଭଞ୍ଜନଗର ୨୧ନମ୍ବର ରାଜ୍ୟ ରାଜପଥ ପାଶ୍ୱର୍ରେ ନୂତନ ଭାବେ ନିର୍ମିତ କୋର୍ଟ ବିଲଡିଙ୍ଗ ଫାଟକ ଉଭୟ ପାଶ୍ୱର୍ର ପିଣ୍ଡି ମୂଖ୍ୟ ରାସ୍ତା ଉପରକୁ ମାଡିିଆସି ଯାତ୍ରୀମାନଙ୍କ ପାଇଁ ଦୁର୍ଘଟଣାର କାରଣସାଯିଛି । କ୍କୋର୍ଟ ବିଲଡିଙ୍ଗ କାର୍ଯ୍ୟ ଶେଷ ଶୋପାନରେ ପହଁଚିଥିବା ବେଳେ ଠିକା ସଂସ୍ଥା ଫାଟକ ନିର୍ମାଣ କାର୍ଯ୍ୟ ସାରିଛନ୍ତି । ଠିକାଦାର ମାନଙ୍କର ବୈଷୟିକ ଜ୍ଞାନ କୈାଶଳର ଅଭାବ ଅଥବା ବେପରୁଆ ନିର୍ମାଣ କାର୍ଯ୍ୟ ଯୋଗୁଁ ଅନେକ ଧନ ଜୀବନ ଏହି କାରଣରୁ ଅକାଳରେ ନଷ୍ଟ ହେବାକୁ ବସିଛି  । ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ  ଯାନବାହାନ ଗମନା ଗମନର ସୁବିଧା ପାଇଁ ରାସ୍ତାକୁ ଲାଗି କିିଛି ଖାଲି ସ୍ଥାନ ଛଡାଯାଇଥାଏ । ରାସ୍ତା ପାଶ୍ୱର୍ରେ ପ୍ରାୟ ଅଢେଇ ମିଟର ଖାଲି ସ୍ଥାନ ଛାଡିବାକୁ ନିୟମ ରହିଥିବା ବେଳେ ଠିକା ସଂସ୍ଥା ଏଥିପ୍ରତି ଦୃଷ୍ଟି ନଦେଇ ପିଚୁ ସଡ଼କକୁ ଫାଟକ ଉଭୟପାର୍ଶ୍ୱ  ପିଣ୍ଡିକୁ ଲଗାଇ ନିର୍ମାଣ କରିଥିବା ଦେଖିବାକୁ ମିଳିଛି । ଏହି ଅଂଚଳ ସାଧାରଣରେ ଦୁର୍ଘଟଣା ପ୍ରବଣ କ୍ଷେତ୍ର ହୋଇଥିବା ବେଳେ ଓଡ଼ଗାଁ ଏନଏସି ମଧ୍ୟକୁ ଏହା ପ୍ରବେଶ ପ୍ରସ୍ଥାନର ମୂଖ୍ୟ ରାସ୍ତା । ଏଥି ସହିତ ଏହି ସ୍ଥାନରୁ ରାସ୍ତାଟିର ବାଙ୍କ ଆରମ୍ଭ ହେଉଥିବାରୁ ଯାନବାହାନ ଗୁଡ଼ିକ ଅନ୍ୟ ଯାନକୁ  ଅତିକ୍ରମ କରିବା ସମୟରେ ଏହି ପିଣ୍ଡ ସହିତ ଅଦୃଶ୍ୟ ଭାବରେ ଧକାଖାଇବାର ସମ୍ଭାବନା ରହିଛି । ନିର୍ମାଣ ସଂସ୍ଥା ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇନଥିବା ଆଲୋଚନା ହେଉଥିବା ବେଳେ ଯନ୍ତ୍ରୀ ବସନ୍ତ କୁମାର ବେହେରା ଏନେଇ ସମ୍ପୃକ୍ତ ନିର୍ମାଣ ସଂସ୍ଥା ପୋଲିସ ହାଉସିଂ ବୋର୍ଡ କର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । 

 

0
0
0
s2sdefault