ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଗତ ତିନି ଦିନ ହେଲା ଭାରତ ଚୀନ ସୀମାରେ ଦେଖାଦେଇଛି ପ୍ରବଳ ଉତ୍ତେଜନା । ଦୁଇ ଦେଶ ର ସୈନିକ ଙ୍କ ମୁହାଁ ମୁହିଁ ଘଟଣା ଓ ତାର ପରବର୍ତ୍ତୀ ଘଟଣା କ୍ରମ କୁ ନେଇ ସମଗ୍ର ଦେଶବାସୀ ଯେତିକି କ୍ରୋଧିତ ସେତିକି ପ୍ରତିକ୍ରିୟାଶୀଳ । ବିଶେଷ କରି ଭାରତୀୟ ସୈନିକ ଙ୍କ ସହୀଦ ହେବା ଘଟଣା କୁ ନେଇ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ଦେଶବ୍ୟାପି ଭିନ୍ନ ଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ତଥା ଚାଇନା ସାମଗ୍ରୀ ବର୍ଜନ କୁ ନେଇ ବିବିଧ କାର୍ଯ୍ୟକ୍ରମ ମାନ ଦେଖିବାକୁ ମିଳିଛି । ଏହି ମର୍ମରେ ଆଜି ସମ୍ବଲପୁର ବିଜେପି ପକ୍ଷରୁ ସ୍ଥାନୀୟ କଚେରୀ ରୋଡ଼ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ଭାରତ ଚୀନ ସୀମା ରେ ସହୀଦ ହେଇଥିବା ବୀର ଯୋଦ୍ଧା ମାନଙ୍କ ପବିତ୍ର ଓ ଅମର ଆତ୍ମାର ଶାନ୍ତି ସତଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ତାପରେ ବୀର ସହୀଦ ମାନଙ୍କ ଫୋଟୋ ସମ୍ମୁଖରେ ଧୂପ ଜାଳି ଓ ପୁଷ୍ପଗୁଚ୍ଛ ପ୍ରଦାନ କରି କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ଚାଇନା ଉତ୍ପାଦିତ ଦ୍ରବ୍ୟ କୁ ଜାଳି ଚାଇନା ସାମଗ୍ରୀ ବର୍ଜନର ଶପଥ ନେଇଥିଲେ ।
ଜିଲ୍ଲା ସଭାପତି ଗିରିଶ ପଟେଲ ଙ୍କ ସଭାପତିତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମ ରେ ପ୍ରଥମେ ସୁବେଦାର ମେଜର ଶିବ ନାରାୟଣ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରି ନାଏକ ବୀର ସୈନିକ ମାନଙ୍କର ସ୍ମୃତି ଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ କାର୍ଯ୍ୟକାଳ ରେ ଭାରତ ର ସୀମା କିଭଳି ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି, ସୈନ୍ୟବାହିନୀ କୁ କିଭଳି ଅଧିକ କ୍ଷମତା ପ୍ରଦାନ କରାଯାଇଛି, ଚାଇନା ସାମଗ୍ରୀ ବର୍ଜନ ହିଁ ସହୀଦ ମାନଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳୀ ବୋଲି ମତପୋଷଣ କରିଥିଲେ । ଶେଷରେ ଆଇନଜୀବି ଅରବିନ୍ଦ ନାଏକ ଉପସ୍ଥିତ ସଭ୍ୟ ସଭ୍ୟା ଙ୍କୁ ଚାଇନା ସାମଗ୍ରୀ ବର୍ଜନର ଶପଥ କରାଇଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନିଲ ବେହେରା, ସମୀର ରଞ୍ଜନ ବାବୁ, ମାନସ ରଞ୍ଜନ ବକ୍ସି, ସୁଶାନ୍ତ କୁମାର ପୁରୋହିତ, ଗିରିଜା ସାହୁ, ସରୋଜ କୁମାର ଘଡାଇ, ଫଣି ଭୂଷଣ ମିଶ୍ର, ମୋହନ ଦାଶ, ସୌମିତ୍ର ଜତି, ଅରୁଣ କୁମାର ଦାସ, ସୌମିକ ବାବୁ, ଶିବ ଦିୱାନ, ପ୍ରଦୀପ ବେହେରା, ମୋହନ ପଣ୍ଡା, ଇଲ୍ହାସ ବାରିକ, କାହ୍ନୁ ରାମ ଶର୍ମା, ପିଣ୍ଟୁ ଓରାମ, ଅନ୍ନପୂର୍ଣ୍ଣା ବାରିକ, ଲକ୍ଷ୍ମୀ ସାହୁ, ଅରୁନ୍ଧତୀ ପାତ୍ର, ଶିତାକାନ୍ତି ମେସୁଆ, କାନ୍ତି ମେହେର, ସୁଜାତା ଗୁରୁ ସହିତ ବହୁ ପଦାଧିକାରୀ ଓ ସକ୍ରିୟ ସଦସ୍ୟ ସଦସ୍ୟା ସାମିଲ ଥିଲେ ।