ହେଡଲାଇନସ୍:

ଏହା ମାଓବାଦୀ ନ କୋଉ ଖାଓବାଦୀଙ୍କ କାମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ଆରଡେଂଟ ଷ୍ଟିଲ ପ୍ଲାଂଟକୁ ମାଓବାଦୀଙ୍କ ଧମକପୂର୍ଣ୍ଣ ଚିଠି, 

ପୋଲିସକୁ ନଜଣାଇ ତୁରନ୍ତ ଦିଅ ୩ କୋଟି 

କେନ୍ଦୁଝର/Sanjib nayak  - କେବେଠୁ  ସୋରଶବ୍ଦ ନଥିଲା....କୌଣସି ଛୋଟ ମୋଟ  ଘଟଣାର ନଜୀର ନଥିଲା | ହେଲେ ଏବେ ମାଓବାଦୀ ନାଁରେ ହ୍ୟୁଜ ବଟି  ପାଇଁ ଚିଠି ଏବେ ମାଓଙ୍କ ଉପସ୍ଥିତିକୁ ନେଇ ଜିଲ୍ଲା ପୋଲିସର ନିଶ୍ଚିନ୍ତତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | କେନ୍ଦୁଝର ଜିଲ୍ଲାରେ ଗତ କିଛି ବର୍ଷ ହେବ ମାଓବାଦୀଙ୍କ ଉପସ୍ଥିତି  ହ୍ରାସ ପାଇଥିବା କାରଣରୁ ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ମାଓବାଦୀଙ୍କ ଉପସ୍ଥିତି ଥିବା ଜିଲ୍ଲା ତାଲିକାରୁ  କେନ୍ଦୁଝର ଜିଲ୍ଲାକୁ ବାଦ୍  ଦିଆଯିବା  ନିଷ୍ପତି  ନେବା ପରେ ପରେ  ଜିଲ୍ଲାରେ  ଏବେ ପୁଣି ଶୁଭିଛି ମାଓବାଦୀଙ୍କର ପଦଧ୍ୱନୀ  । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଫୁଲଝର ଗାଁ ନିକଟରେ ରହିଥିବା ଆରଡେଂଟ ଷ୍ଟିଲ ପ୍ଲାଂଟରେ ମାଓବାଦୀଙ୍କ ନାଁରେ ଏକ ଧମକପୂର୍ଣ୍ଣ ଚିଠି ପହଂଚିବା ପରେ ଦୀର୍ଘ ଦିନର ବ୍ୟବଧାନ ପରେ ମାଓବାଦୀ ମାନେ ଜିଲ୍ଲାରେ ତାଙ୍କର ସ୍ଥିତି ଜାହିର କରିବାକୁ ପ୍ରୟାସ କରିଥିବା କୁହାଯାଇଥିଲେ ମଧ୍ୟ ଚିଠିର ସତ୍ୟତା ନେଇ ପୋଲିସ ଖୋଳତାଡ କରିବା ଆରମ୍ଭ କରିଛି । 

ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ୧୫ ରୁ ୨୦ ଜଣ ମାଓବାଦୀ ଆରଡେଂଟ ଷ୍ଟିଲ ପ୍ଲାଂଟରେ ପହଂଚି ପ୍ଲାଂଟର ସିକୁ୍ୟରିଟି ଗାର୍ଡକୁ ମାଓବାଦୀଙ୍କ ନାମରେ ଏକ ଚିଠି ଦେଇଛନ୍ତି । ଚିଠିଟି ହିନ୍ଦିରେ  ଓ ନାଲି କାଳୀରେ ଲେଖାଯାଇଛି  । ପଶ୍ଚିମ ସବ୍ ଜୋନାଲ କମିଟି ଭାରତ  କମୁ୍ୟନିଷ୍ଟ ପାର୍ଟି ମାଓବାଦୀ ନାମ ଲେଖାଥିବା ଏକ ପ୍ୟାଡରେ ଚିଠିଟି ଆସିଥିବା ବେଳେ ଏଥିରେ ୧୯.୪.୧୮ ତାରିଖ ଦିଆଯାଇଛି । ଏହି ଚିଠିରେ ମାଓବାଦୀ ସଂଗଠନକୁ ୩ କୋଟି ଟଙ୍କା ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ଆହୁରି ମଧ୍ୟ ଏହି  ପ୍ଲାଂଟର ଧୂଳି ଧୂଆଁ ଯୋଗୁଁ ଏ ଅଂଚଳର କ୍ରାନ୍ତିକାରୀ କିଷାନ ମାନଙ୍କର ବ୍ୟାପକ କ୍ଷତି ଘଟୁଛି ତେଣୁ କିଷାନ ମାନଙ୍କର ସୁବିଧା କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଏହା ସହ ପ୍ଲାଂଟ ଯୋଗୁଁ ଅଂଚଳର ଜଳ, ଜମି, ଜଙ୍ଗଲ ପ୍ରଦୂଷିତ ହେଉଛି ବୋଲି ମଧ୍ୟ ଉଲ୍ଲେଖ ରହିଛି । ଶେଷରେ ଏ ସମ୍ପର୍କରେ ପୋଲିସକୁ କୌଣସି ସୂଚନା ନ ଦେବାକୁ ତାଗିଦ କରାଯାଇଛି | ମାଓବାଦୀଙ୍କ ନାମରେ ଆସିଥିବା ଏହି ଚିଠି ପାଇବା ପରେ ପ୍ଲାଂଟ ପକ୍ଷରୁ ନୟାକୋଟ ଥାନାରେ ଅଭିଯୋଗ ହୋଇଛି  । ଅଭିଯୋଗକୁ ଭିତି କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ପୋଲିସ ଘଟଣାର ତଦନ୍ତ ଚଳାଇଛି, ସତରେ ଏହା ମାଓବାଦୀ ନ କୋଉ ଖାଓବାଦୀଙ୍କ କାମ |

 

0
0
0
s2sdefault