ହେଡଲାଇନସ୍:

ଚିକିତ୍ସାଧୀନ ଥିବା ୭୮ କରୋନା ସଂକ୍ରମିତ ମଧ୍ୟରୁ ସୁସ୍ଥ ହୋଇ ଫେରିଲେ ୧୩

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ୧୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ବୋଲି ରାଜ୍ୟ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ, ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାରେ ମୟୂରଭଞ୍ଜ ଜିଲ୍ଲାରୁ  ୭୭ ଜଣ ଓ କଟକ ଅଶ୍ୱନୀ କୋଭିଡ଼ ହସପିଟାଲରେ ଜଣେ ଏହିପରି ମୋଟ ୭୮ କରୋନା ସଂକ୍ରମିତମାନେ ଚିକିତ୍ସା ହେଉଥିଲେ । ଏମାନଙ୍କ ମଧ୍ୟରୁ ଆଜି ୧୩ ଜଣ ସୁସ୍ଥ ହୋଇ ଫେରି ଆସିଥିବା ବେଳେ ଅବଶିଷ୍ଟ ୬୫ ଜଣଙ୍କର ଚିକିତ୍ସା ଜାରି ରହିଛି ।  ତେବେ  ଜିଲ୍ଲାରେ ଆଜି କୌଣସି ନୂଆ ପଜିଟିଭ କେଶ ସାମନାକୁ ଆସି ନଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୧୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି । 

0
0
0
s2sdefault