ହେଡଲାଇନସ୍:

ରାଜ୍ୟକୁ କେନ୍ଦ୍ରର ପରାମର୍ଶ  : ଘରୋଇ ସଂସ୍ଥାଙ୍କ ସହଯୋଗ ନିଅ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସ୍ଵାସ୍ଥ୍ୟସେବା ଭିତ୍ତିଭୂମି ଏବଂ ଜରୁରିକାଳୀନ ଚିକିତ୍ସା ସେବା ବ୍ୟବସ୍ଥା ଲାଗି ଘରୋଇ କ୍ଷେତ୍ରର ସହଯୋଗ ନେବା ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ (ଏସପିବି) : କୋଭିଡ-19 ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ଵାସ୍ଥ୍ୟସେବା ଭିତ୍ତିଭୂମିରେ କେତେକ ଅଭାବ ପରିଲକ୍ଷିତ ହେଉଥିବା ଦୃଷ୍ଟିଗୋଚର ହୋଇଛି । ଆଇସିୟୁ ଶଯ୍ୟା ଥିବା ଡାକ୍ତରଖାନା, ଭେଣ୍ଟିଲେଟର, ଅକ୍ସିଜେନ ସୁବିଧା ଥିବା ଶଯ୍ୟା ଆଦିର ଅଭାବ ଦେଖାଦେଇଛି । କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ କେତେକ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ ଅତିରିକ୍ତ ଅର୍ଥ ଦାବି କରୁଥିବାର ଖବର ମଧ୍ୟ ମିଳିଛି ।

ଜରୁରିକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କେତେକ ପରାମର୍ଶ ଦିଆଯାଇଛି। ରୋଗୀଙ୍କ ଚିକିତ୍ସା ଲାଗି ଅଧିକ ଶଯ୍ୟା ବ୍ୟବସ୍ଥା କରିବା, ଗୁରୁତର ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ସକାଶେ ଆବଶ୍ୟକ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା କରିବା ସହିତ ସ୍ଵାସ୍ଥ୍ୟସେବା ପାଇଁ ସ୍ଵଚ୍ଛ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ଅର୍ଥ ଦାବି ସୁନିଶ୍ଚିତ କରିବା ନିମନ୍ତେ ଘରୋଇ କ୍ଷେତ୍ରର ସହଯୋଗ ନେବା ଲାଗି ଏଥିରେ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ, କେତେକ ରାଜ୍ୟ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରି ଦେଲେଣି। ସେମାନେ ଆଡମିସନ ହୋଇଥିବା ରୋଗୀଙ୍କୁ ଅଧିକ ଚିକିତ୍ସା ସେବା ସୁଲଭ ଦରରେ ଯୋଗାଇ ଦେବା ନିମନ୍ତେ ଘରୋଇ କ୍ଷେତ୍ର ସହିତ ଚୁକ୍ତି କରିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପ୍ୟାକେଜ (https://pmjay.gov.in ୱେବସାଇଟରେ ଉପଲବ୍ଧ) ଏବଂ ସିଜିଏଚଏସ ପ୍ୟାକେଜ ଦର (https://cghs.gov.in/indexl.php?lang=1&level=1&sublinkid=6760&lid=3704) ରାଜ୍ୟଗୁଡ଼ିକ ପାଇଁ ଉପଲବ୍ଧ କରାଯାଇଛି । ଅବଶିଷ୍ଟ ଦର କ୍ଷେତ୍ର ଆଧାରରେ ନିର୍ଦ୍ଧାରଣ କରାଯାଇଛି।

ରୋଗୀଙ୍କୁ ତୁରନ୍ତ, ଉନ୍ନତମାନର ଚିକିତ୍ସା ସୁଲଭ ଦରରେ ଯୋଗାଇ ଦେବା ଲାଗି ସ୍ଥାନୀୟ ଘରୋଇ ଡାକ୍ତରଖାନାଗୁଡ଼ିକ ସହିତ ଆଲୋଚନା କରି ଏବଂ ଯୁକ୍ତିଯୁକ୍ତ ଦର ନିର୍ଦ୍ଧାରଣ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଵାସ୍ଥ୍ୟକର୍ମୀମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣର ଦର ପ୍ରତି ମଧ୍ୟ ଧ୍ୟାନ ଦିଆଯିବାକୁ କୁହାଯାଇଛି। ନିର୍ଦ୍ଧାରିତ ଦର ଧାର୍ଯ୍ୟ ହୋଇସାରିବା ପରେ ଏହାକୁ ବ୍ୟାପକ ଭାବେ ପ୍ରସାରିତ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ଯାହାଦ୍ଵାରା ଉଭୟ ରୋଗୀ ଏବଂ ସ୍ଵାସ୍ଥ୍ୟକର୍ମୀମାନେ ସମ୍ପୂର୍ଣ୍ଣ ଭାବେ ସଚେତନ ହୋଇପାରିବେ ତଥା ସାମର୍ଥ୍ୟକୁ ଯୁକ୍ତିଯୁକ୍ତ ଭାବେ ଉପଯୋଗ କରାଯାଇପାରିବ।  ଘରୋଇ  ଡାକ୍ତରଖାନାଗୁଡ଼ିକ ସହିତ ସକ୍ରିୟ ସହଭାଗିତା ସ୍ଥାପନ କରି ସରକାରୀ ଏବଂ ଘରୋଇ ସ୍ଵାସ୍ଥ୍ୟସେବା ସୁବିଧାର ସମ୍ମିଶ୍ରଣ ପ୍ରତି ଗୁରୁତ୍ଵ ଦେବା ନିମନ୍ତେ ରାଜ୍ୟଗୁଡ଼ିକୁ କୁହାଯାଇଛି, ଯାହାଫଳରେ କୋଭିଡ-19 ରୋଗୀଙ୍କ ପାଇଁ ତୁରନ୍ତ, ଉନ୍ନତମାନର ଏବଂ ସୁଲଭ ଚିକିତ୍ସା ସେବା ପ୍ରଦାନ ସୁନିଶ୍ଚିତ ହୋଇପାରିବ।

0
0
0
s2sdefault