ହେଡଲାଇନସ୍:

ଧନ୍ୟ ସେ ଯୋଜନା ବୋର୍ଡ :  ୧୧ ବର୍ଷ ଧରି   ବୈଠକ ବସୁନାହି ଯୋଜନା ହେଉଛି ଛେନାଗୁଡ଼   ???

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧନ୍ୟ ସେ ଯୋଜନା ବୋର୍ଡ :  ୧୧ ବର୍ଷ ଧରି   ବୈଠକ ବସୁନାହି ଯୋଜନା ହେଉଛି ଛେନାଗୁଡ଼   ??? 

ଭୁବନେଶ୍ୱର(ମାନସୀ ମିଶ୍ର): ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଯୋଜନା ବୋର୍ଡର ବୈଠକ ୧୧ ବର୍ଷ ଧରି ବସିନାହିଁ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ  ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି । 

ବିଧାନ ସଭାରେ  ବିଭାଗୀୟ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ଯେ ରାଜ୍ୟ ଯୋଜନା ବୋର୍ଡର ସର୍ବଶେଷ ବୈଠକ ୨୦୦୭ ଅକ୍ଟୋବର ୧୫ ତାରିଖରେ ହୋଇଥିଲା । ଯୋଜନା ପ୍ରଣୟନ, ତାହାର ମୂଲ୍ୟାୟନ ଓ ରୂପାୟନ ସଙ୍ଗେ ସଙ୍ଗେ କାର୍ଯ୍ୟକାରିତା ସଂକ୍ରାନ୍ତରେ ରାଜ୍ୟ ଯୋଜନା ବୋର୍ଡ ସରକାରଙ୍କୁ ପରାମର୍ଶ ଦେବେ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । 

ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ଏହାର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଆଦିଙ୍କ ଯେଉଁ ତାଲିକା ମନ୍ତ୍ରୀ ପ୍ରଦାନ କରିଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନାମ ନାହିଁ । ତେବେ ଏହାର ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ଅଛନ୍ତି ବୋଲି ସେ ଦର୍ଶାଇଛନ୍ତି । ମନ୍ତ୍ରୀଙ୍କ ପ୍ରଦତ୍ତ ତାଲିକା ଅନୁଯାୟୀ ରାଜ୍ୟ ଯୋଜନା ବୋର୍ଡରେ ୨ ଜଣ ବିଧାୟକଙ୍କ ସମେତ ୯ ଜଣ ସଦସ୍ୟ ଅଛନ୍ତି । ଏମାନେ ହେଲେ ରାମଚନ୍ଦ୍ର ପଣ୍ଡା, ରବି ମଲ୍ଲିକ, ଗିରିଶ ଚନ୍ଦ୍ର ଦାସ, ଈଶ୍ୱର ପାଣିଗ୍ରାହୀ, କମଳା ପୂଜାରୀ, ସୁଧିର କୁମାର ଦାସ, ଡ. ଶରତ ମିଶ୍ର ଏବଂ ବିଧାୟକ ବେଦପ୍ରକାଶ ଅଗ୍ରୱାଲ ଓ ଡ. ରାସେଶ୍ୱରୀ ପାଣିଗ୍ରାହୀ । ରାଜ୍ୟ ଯୋଜନା ବୋର୍ଡର ପରାମର୍ଶଦାତା ଭାବେ ରବି ନାରାୟଣ ଦାସ ଓ ଓଏସ୍ଡି ଭାବେ ସୁଜିତ୍ କୁମାର ରହିଛନ୍ତି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି । ତେବେ ଏହି ବୋର୍ଡର ବୈଠକ ପ୍ରତିବର୍ଷ ନିୟମିତ ବ୍ୟବଧାନରେ ନ ବସିବାର କାରଣ କ'ଣ ସେ ସଂକ୍ରାନ୍ତରେ ମନ୍ତ୍ରୀ କିଛି ଉଲ୍ଲେଖ କରିନାହାନ୍ତି ।  

ରାଜ୍ୟ ଯୋଜନା ବୋର୍ଡର ସର୍ବଶେଷ ବୈଠକ ଏହାର ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଶେଷଥର ପାଇଁ କେବେ ଅନୁଷ୍ଠିତ  ହୋଇଥିଲା, ଏହି ବୋର୍ଡର ଏବେ କେଉଁମାନେ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଅଛନ୍ତି, ଉକ୍ତ ବୋର୍ଡର କାମ କ'ଣ ଏବଂ ଏହାର ବୈଠକ ପ୍ରତିବର୍ଷ ନିୟମିତ ବ୍ୟବଧାନରେ ନ ବସିବାର କାରଣ କ'ଣ ବୋଲି ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ । ତାଙ୍କ ପ୍ରଶ୍ନର ମନ୍ତ୍ରୀ ଦେଇଥିଲେ ଏଇ ଉତ୍ତର | 

ରାଜ୍ୟର ବିକାଶ କ୍ଷେତ୍ରରେ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ଜଷ୍ଟିସ୍ ଏସ୍.କେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ଆଞ୍ଚଳିକ ବୈଷମ୍ୟ କମିଶନ ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ ଓ କ୍ରିୟାଶୀଳତା ସମ୍ପର୍କରେ ଯେଉଁ ସୁପାରିଶ କରିଛନ୍ତି ତାହାକୁ ରାଜ୍ୟ ସରକାର ମାନିନେବା ସହ ପ୍ରତି ୩ ମାସରେ ଥରେ ରାଜ୍ୟ ଯୋଜନା ବୋର୍ଡର ବୈଠକ କରିବା ଏବଂ ଏଥିରେ ଯୋଜନା ଓ ଅର୍ଥନୀତି ବିଶାରଦମାନଙ୍କୁ ସ୍ଥାନ ଦେବା ଲାଗି କହିଛନ୍ତି । 

 

0
0
0
s2sdefault