ହେଡଲାଇନସ୍:

 ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ  ସଭିଏଁ ଶିକ୍ଷକ ମାନେ ମାରି ପିଟି  ଖାଆନ୍ତୁ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

20-0418-KENDRA.jpg - 48.99 kB

 

କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ: ସମସ୍ତେ ପଢିବେ, ସମସ୍ତେ ଗଢିବେ । ଏହି ଯୋଜନାରେ ଗ୍ରାମର ପ୍ରତିଟି ପିଲା ସ୍କୁଲ୍ କୁ ଯିବେ ଓ ନିଜର ଭବିଷ୍ୟତ କୁ ଉଜ୍ୱଳ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ସେଥିପାଇଁ ବିନା ମୂଲ୍ୟରେ ପୋଷାକ , ବହିପତ୍ର ଠୁ ଆରମ୍ଭ କରି ସୁସ୍ୱ।ଦୁ ଖାଦ୍ୟ ପେୟ ସହିତ ପିଲାଙ୍କର ସଠିକ୍ ବିକାଶ ନିମନ୍ତେ ସପ୍ତାହ କୁ ଦୁଇ ଥର ଅଣ୍ଡା ମଧ୍ୟ ଦେଉଛନ୍ତି । ଯେଉଁଥି ପାଇଁ ନିଯୁକ୍ତ ହୋଇଛନ୍ତି ତାଲିମ୍ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଏହା ତ ସରକାରଙ୍କ ନିୟମ ପ୍ରଣିଧାନ ଯୋଗ୍ୟ କିନ୍ତୁ ନିୟମ ଅଛି କି ସ୍କୁଲ୍ ଚାଲିଥିବା ସମୟରେ ସ୍କୁଲ୍ ବାରଣ୍ଡା ଚଟାଣ ରେ ସୈ।ଚାଳୟ ତିଆରି ନିମନ୍ତେ ମସଲା ଗୋଳା ହେବାର ? ଏହି ଦୃଶ୍ୟ ଦେଖିବାକୁ ମିଳିଛି ମହାକାଳପଡା ବ୍ଲକ୍ ର ଦେଉଳପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଓଳିହା ପ୍ରାଥମିକ ବିଦ୍ୟାଳୟରେ । ତଳେ ଚଟାଣ ତିଆରି କଲେ ନିଜ ପକେଟ୍ କୁ ଆସୁଥିବା ଟଙ୍କାର ପରିମାଣ କମିଯିବା ଆଶାରେ ବାବୁ ଜଣକଙ୍କ ବିଦ୍ୟାଳୟ ଚଟାଣରେ ମସଲା ଗୋଳା କାର୍ଯ୍ୟ କୁ ସ୍ୱ।ହା କରିବା ବୁଦ୍ଦିକୁ ମୁଁ ତାରିଫ୍ ନ କରି ରହିପାରୁନି । ସବୁ ପରେ ବି ସରକାର ଙ୍କ ଦ୍ୱ।ରା ନିଯୁକ୍ତ ଦୁଇ ଶିକ୍ଷକ ଏହି କାର୍ଯ୍ୟ କରିବା ପାଇଁ କିପରି ଅନୁମତି ଦେଲେ ? ସୈ।ଚାଳୟ କାର୍ଯ୍ୟ କରୁଥିବା ବାବୁ ଜଣଙ୍କ କଣ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ନିଜ ଲୋକ କି? ,ତାହା  ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି । ଆଶା କରାଯାଉଛି ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ବାବୁଙ୍କର ଖାସ  । ଏହି ଘଟଣା କୁ ଗ୍ରାମବାସୀ ଙ୍କ ତରଫରୁ ନିନ୍ଦା କରାଯିବା ସହିତ ଶିକ୍ଷୟିତ୍ରୀ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି ହେଉଛି ।

0
0
0
s2sdefault