ହେଡଲାଇନସ୍:

କରୋନା ପରୀକ୍ଷା ନିମନ୍ତେ ବାହାରକୁ ଯିବ ନାହିଁ ନମୁନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ପରୀକ୍ଷା ନିମନ୍ତେ ମୟୂରଭଞ୍ଜରୁ ସଂଗୃହୀତ ନମୁନା ଆଉ ବାହାରକୁ ଯିବ ନାହିଁ । ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ପୂର୍ଣ୍ଣ କ୍ଷମତାରେ ଆରମ୍ଭ ହେଲା କରୋନା ନମୁନାର ପରୀକ୍ଷଣ ବ୍ୟବସ୍ଥା । କାର୍ଯ୍ୟକ୍ଷମ ହେଲା ଉଭୟ ଆରଟି-ପିସିଆର ଏବଂ ଟ୍ରୁନଟ୍ ମେସିନ । ତେଣୁ କରୋନା ପରୀକ୍ଷା ନିମନ୍ତେ ଆଉ କଟକ କିମ୍ବା ଭୂବନେଶ୍ୱର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସୂଚନା ଦେଇଛନ୍ତି । ଗତ ମେ ୩୧ରେ ପିଆରଏମ ମେଡ଼ିକାଲ କଲେଜରେ କରୋନା ପରୀକ୍ଷା ଶୁଭାରମ୍ଭ ହୋଇଥିଲା । ଏହି ସମୟରେ କେବଳ ସ୍ୱଳ୍ପ କ୍ଷମତା ଥିବା ଟ୍ରୁନଟ ମେସିନରେ କରୋନା ପରୀକ୍ଷା କରାଯାଉଥିଲା । ମାତ୍ର ଆଜିଠାରୁ ଆରଟି-ପିସିଆର ମେସିନ ସହିତ ଟ୍ରୁନଟ ମେସିନ ଉଭୟ କାର୍ଯ୍ୟ ଆରମ୍ଭ କରିଛି । ‘ଳରେ ନମୁନା ପରୀକ୍ଷା କ୍ଷମତା ପୂର୍ବ ତୁଳନାରେ ଅଧିକ ବୃଦ୍ଧି ପାଇଛି । ଏବେ ଆବଶ୍ୟକ ପଡ଼ିଲେ ପ୍ରତ୍ୟେକ ଦିନ ଲ୍ୟାବରେ ଶତାଧିକ ନମୁନା ପରୀକ୍ଷା କରାଯାଇ ପାରିବ । ଗତ ଦୁଇ ଦିନ ହେବ ଜିଲ୍ଲାରୁ ନମୁନା ପରୀକ୍ଷା ନିମନ୍ତେ ବାହାରକୁ ପଠା ନ ଯାଇ ବାରିପଦାରେ କରାଯାଇଛି । ଆଜି ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ ୪ ହଜାର ୮ ଶହରୁ ଅଧିକ ନମୁନା ପରୀକ୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ନିଜସ୍ୱ ପରୀକ୍ଷଣ ବ୍ୟବସ୍ଥା କରୋନା ଯୁଦ୍ଧରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି । 

0
0
0
s2sdefault